ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ: ନାଳକୁ ଖସିଲା ମୋ ବସ୍, 15ରୁ ଅଧିକ ଆହତ ହୋଇଥିବା ସୂଚନା ରହିଛି । ରାସ୍ତାକଡ଼ ନାଳକୁ ଖସିଲା ମୋ ବସ୍ । ପିତାପଲ୍ଲୀ ଛକରେ ଭାରସାମ୍ୟ ହରାଇ ମୋ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଭୁବନେଶ୍ଵରରୁ ଖୋର୍ଦ୍ଧା ଆସୁଥିବାବେଳେ ଦୁର୍ଘଟଣା ହୋଇଥିବା ସୂଚନା । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ଆଉ କାହାର କିଛି କ୍ଷୟକ୍ଷତି ହୋଇଛି କି ନାହିଁ ସୂଚନା ନାହିଁ। ଆହତ ଯାତ୍ରୀମାନଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି ।
ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ : ୫୯ ବର୍ଷରେ ବି ବେଶ ଫିଟ୍ ଏବଂ ସ୍ମାର୍ଟ ଲାଗନ୍ତି ବଲିଉଡ ଅଭିନେତା ଅମୀର ଖାନ । ନିଜ ଫିଟ ଚେହେରା ପାଇଁ ସେ ଅନେକଙ୍କ ଠାରୁ ପ୍ରଶଂସା ପାଇଛନ୍ତି । ଯେଉଁ ବୟସରେ ସାଧାରଣତଃ ମଣିଷ ଥକ୍କାପଣ ଅବସ୍ଥାକୁ ଚାଲିଆସେ, ସେହି ବୟସରେ ସେ ଅନ୍ୟ କୌଣସି ୟଙ୍ଗ ହିରୋଙ୍କ ଠାରୁ ମଧ୍ୟ କମ ଲାଗନ୍ତିନି ଅମୀର । ତେବେ ଗତ କିଛିଦିନ ତଳେ କପିଲ ଶର୍ମାଙ୍କ ଶୋ ରେ ନିଜ ଫିଟନେସର ରାଜ ଖୋଲିଥିଲେ ଅମୀର ଖାନ ।
ଅଧିକ ପଢନ୍ତୁ : ଜେଲରେ ଷ୍ଟାଫଙ୍କ ଅବହେଳା ଯୋଗୁଁ ଚାଲିଗଲା ଅଭିଯୁକ୍ତ ଅନୁଜ ଥାପନଙ୍କ ଜୀବନ
ସେ କହିଥିଲେ ନିଜକୁ ଫିଟ ରଖିବା ପାଇଁ ସେ କିଛି କରନ୍ତିନି । ଜିମ କି ବ୍ୟାୟାମ କରନ୍ତିନି ଅମିର । କୌଣସି ବିଶେଷ କ୍ରିମ ମଧ୍ୟ ବ୍ୟବହାର କରନ୍ତିନି। ତାଙ୍କ ଜିନ ଯୋଗୁଁ ହିଁ ସେ ସବୁବେଳେ ଫିଟ ଏବଂ ସ୍ମାର୍ଟ ରହିଥାନ୍ତି । ତାଙ୍କ ବାପା ବି ସେପରି ଥିଲେ । ତେଣୁ ତାଙ୍କୁ ସୁସ୍ଥ ରହିବା ପାଇଁ ବିଶେଷ କିଛି କରିବାକୁ ପଡେନି ।
ଅର୍ଗସ ବ୍ୟୁରୋ : ରାଜଧାନୀରେ ସିରିଜ ଦୁର୍ଘଟଣା । ମଦ୍ୟପ ଡ୍ରାଇଭରଙ୍କ ଉନ୍ମତ୍ତ କାଣ୍ଡ। ଦୁଇଟି ଅଟୋ, ଗୋଟିଏ କାର ଓ ଗୋଟିଏ ସ୍କୁଟିକୁ ଧକ୍କା ଦେଲା ମଦ୍ୟପ ଡ୍ରାଇଭର । ଆପୋଲୋ ହସ୍ପିଟାଲ ସମ୍ମୁଖରେ ଘଟିଛି ଏହି ଦୁର୍ଘଟଣା ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଦୁର୍ଘଟଣା ପରେ ଗାଡିକୁ ଅଟକାଇ ଭଙ୍ଗାରୁଜା କଲେ ସ୍ଥାନୀୟ ଲୋକେ । ଡ୍ରାଇଭର ପ୍ରଚୁର ମଦ ପିଇ ଗାଡି ଚଲାଉଥିବା ନେଇ ଅଭିଯୋଗ । ଏହା ସହ ଗାଡିଟି ଜଣେ ଡାକ୍ତରଙ୍କର ହୋଇଥିବା ନେଇ ମିଳିଛି ସୂଚନା । ଆହତ ୪ ଜଣଙ୍କୁ ହସ୍ପିଟାଲ ନିଆଯାଇଛି ।