ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ: ଛତିଶଗଡ଼ ନାରାୟଣପୁରରେ ବଡ ଧରଣର ଏନକାଉଣ୍ଟର । ନାରାୟଣପୁର ଜିଲ୍ଲା ଅବୁଜମାଡ଼ ରେ ନକ୍ସଲଙ୍କ ସହ ଗୁଳିବିନିମୟ । Drg ଓ stf ଙ୍କ ମିଳିତ ଅପରେସନରେ ଏନକାଉଣ୍ଟର । ଏନକାଉଣ୍ଟରରେ ୪ ନକ୍ସଲଙ୍କ ନିହତ ସୂଚନା । ବର୍ତ୍ତମାନ ପର୍ଯ୍ୟନ୍ତ ଗୁଳିବିନିମୟ ଚାଲିଥିବା ସୂଚନା । ଉଭୟ ପାର୍ଶ୍ୱରୁ ଗୁଳି ଚଳାଉଛି । ଏପର୍ଯ୍ୟନ୍ତ ୪ ମାଓବାଦୀ ଏହି ଏନକାଉଣ୍ଟରରେ ନିହତ ହୋଇଛନ୍ତି । ଜଙ୍ଗଲର ଅନେକ ସ୍ଥାନରେ ମାଓବାଦୀଙ୍କୁ ଯବାନମାନେ ଘେରି ରହିଛନ୍ତି । ଏବେ ସୁଦ୍ଧା ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଜାରି ରହିଛି ।
ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ: ମୁମ୍ବାଇ ହୋର୍ଡିଂ ଦୁର୍ଘଟଣାରେ ଏକ ବଡ ଅପଡେଟ ସାମ୍ନାକୁ ଆସିଛି। ବୁଧବାର ଉକ୍ତ ଘଟଣାସ୍ଥଳରୁ ଦୁଇ ମୃତଦେହ ଉଦ୍ଧାର କରାଯାଇଛି। ଆଜି ଜଣାପଡ଼ିଛି ଯେ, ଦୁର୍ଘଟଣାରେ ଯେଉଁ ଦୁଇଜଣଙ୍କର ମୃତ୍ୟୁ ହୋଇଥିଲା ସେମାନେ ହେଉଛନ୍ତି ବଲିଉଡ ଅଭିନେତା କାର୍ତ୍ତିକ ଆର୍ଯ୍ୟନଙ୍କ ସମ୍ପର୍କୀୟ। ଅଭିନେତା ଗୁରୁବାର ସେମାନଙ୍କ ଅନ୍ତିମ ସଂସ୍କାରରେ ମଧ୍ୟ ଯୋଗ ଦେଇଥିଲେ। ଏହି ହୋର୍ଡିଂ ଦୁର୍ଘଟଣାରେ ଏପର୍ଯ୍ୟନ୍ତ ୧୬ ଜଣଙ୍କର ମୃତ୍ୟୁ ହୋଇଛି।
ମେ' ୧୩ ତାରିଖରେ ମୁମ୍ବାଇ ଘାଟକୋପର ଅଞ୍ଚଳରେ ବଡ଼ ଦୁର୍ଘଟଣା ହୋଇଥିଲା। ହଠାତ ମୁମ୍ବାଇରେ ପ୍ରବଳ ଝଡ଼ ତୋଫାନ ଆସିଥିଲା। ଝଡ଼ ତୋଫାନ କାରଣରୁ ଏକ ବଡ଼ ହୋର୍ଡିଂ ପେଟ୍ରୋଲ ପମ୍ପ ନିକଟରେ ପଡ଼ିଥିଲା। ଏହି ମର୍ମନ୍ତୁଦ ଦୁର୍ଘଟଣାରେ ୧୬ଜଣଙ୍କର ମୃତ୍ୟୁ ହୋଇସାରିଥିବାବେଳେ ୭୪ଜଣ ଗୁରୁତର ଆହତ ହୋଇଛନ୍ତି। ଏହି ଦୁର୍ଘଟଣାରେ ବଲିଉଡ ଅଭିନେତା କାର୍ତ୍ତିକ ଆର୍ଯ୍ୟନଙ୍କ ପରିବାର ଲୋକଙ୍କୁ ମଧ୍ୟ ଗଭୀର ମର୍ମାହତ କରିଛି। କାରଣ ମୃତକଙ୍କ ମଧ୍ୟରେ କାର୍ତ୍ତିକଙ୍କ ମଉସା ଏବଂ ମାଉସୀ ଅଛନ୍ତି ବୋଲି ସେମାନେ ପରେ ଜାଣିଥିଲେ। ଦୁର୍ଘଟଣା ଘଟିବାର କିଛି ଦିନ ପରେ ଜଣାପଡିଥିଲା ଯେ, କାର୍ତ୍ତିକଙ୍କ ମଉସା, ମାଉସୀ ଆଉ ଦୁନିଆରେ ନାହାନ୍ତି। ଏହି ହୋର୍ଡିଂ କାର୍ତ୍ତିକଙ୍କ ପରିବାରକୁ ମଧ୍ୟ ସର୍ବଶାନ୍ତ କରିଛି।
ଦୁର୍ଘଟଣାସ୍ଥଳରେ ଏବେ ବି ସର୍ଚ୍ଚ ଅପରେଶନ ଜାରି ରହିଛି। ମୃତକଙ୍କ ସଂଖ୍ୟା ଆହୁରି ବଢ଼ିପାରେ ବୋଲି ଅନୁମାନ କରାଯାଉଛି। ତେବେ ଯାଞ୍ଚରୁ ଜଣାପଡ଼ିଛି ଯେ, ଏହି ହୋର୍ଡିଂ ଅବୈଧ ଥିଲା। ୧୫ହଜାର ବର୍ଗଫିଟରୁ ଅଧିକ କ୍ଷେତ୍ରଫଳରେ ଏହି ହୋର୍ଡିଂ ଲାଗିଥିଲା। ଏହି ହୋର୍ଡିଂ ୨୫୦ ଟନର ଥିଲା। ଏହି ଦୁର୍ଘଟଣାରେ ସମ୍ପୃକ୍ତ ଭବେଶ ଭିଣ୍ଡେଙ୍କୁ ରାଜସ୍ଥାନର ଉଦୟପୁରରୁ ଗିରଫ କରାଯାଇଛି।
ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର
ଅର୍ଗସ ବ୍ୟୁରୋ: ଝାରସୁଗୁଡ଼ା ନିର୍ବାଚନକୁ ଆଉ ୨ ଦିନ ବାକି ରହିଥିବା ବେଳେ ଏବେ ଆୟକର ବିଭାଗର ସ୍କାନରରେ ଧନୀ ବିଧାୟିକା ଦୀପାଳି ଦାସ, ଭାଇ ବିଶାଲ ଦାସ ଏବଂ ତାଙ୍କ ପରିବାର , ବ୍ୟବସାୟିକ ସହଯୋଗୀ। ଆଜି ଝାରସୁଗୁଡ଼ାରେ ଆୟକର ବିଭାଗର ୧୦ରୁ ଅଧିକ ଟିମ୍ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଦୀପାଳି ଦାସ, ତାଙ୍କ ପରିବାର ଲୋକ, ଅଫିସର କର୍ମଚାରୀ, ବ୍ୟବସାୟିକ ସହଯୋଗୀଙ୍କୁ ଜେରା କରିଛି। ଏପରିକି ହୋଟେଲ ମେଫେୟାର ଠାରୁ ଦୀପାଳିଙ୍କ ଭାଇ ତଥା ସ୍ବର୍ଗତ ନବ ଦାସଙ୍କ ପୁଅ ବିଶାଳଙ୍କୁ ମାରାଥନ୍ ଜେରା କରିଛି ଆୟକର ବିଭାଗର ଟିମ୍।
ଏହି ସମୟରେ ଆୟକର ବିଭାଗର ଟିମ୍ ବିଶାଳଙ୍କ ପିଏ, ବିଜେଡ଼ି ବରିଷ୍ଠ ନେତା ଓ କିଛି ପାଖଲୋକଙ୍କୁ ବି ପଚରାଉଚରା କରିଥିଲା। ଦୀର୍ଘ ୫ ଘଣ୍ଟାର ଜେରା ପରେ ସନ୍ଧ୍ୟା ସାଢ଼େ ୭ଟା ବେଳେ ବିଶାଳଙ୍କୁ ଛଡ଼ା ଯାଇଥିବା ସୂଚନା ମିଳିଛି। କିନ୍ତୁ କୋଲାବିରା ବ୍ଳକ କୋଲାବିରାରେ ରହୁଥିବା ବିଶାଳଙ୍କ ଅଫିସର କର୍ମଚାରୀ ଆଶିଷ ଦାସ, ଅର୍ଡାର ସହଯୋଗୀ ମଳୟ ସାହୁ, ଶ୍ରୀପୁରାରେ ଥିବା ବିଶ୍ବନାଥ ତ୍ରିପାଠୀଙ୍କ ଘରେ ମଧ୍ୟ ଆୟକର ବିଭାଗର ଚଢ଼ାଉ ହୋଇଛି।
ଏହାବ୍ୟତୀତ ଆଉ କିଛି ବ୍ୟବସାୟିକ ସହଯୋଗୀ ମଧ୍ୟ ଆୟକର ବିଭାଗର ରାଡାରରେ ରହିଥିବା ସୂଚନା ମିଳିଛି। ତେବେ ସନ୍ଧ୍ୟାସୁଦ୍ଧା ଏହି ଚଢ଼ାଉରୁ କ’ଣ ମିଳିଲା ସେନେଇ ଆୟକର ବିଭାଗ ସ୍ପଷ୍ଟ କରିନଥିବା ବେଳେ ଏହା କେବଳ ଏକ ସାଧାରଣ ସର୍ଭେ ରହିଥିଲା ବୋଲି ବିଜେଡ଼ି ଟାଉନ୍ ସଭାପତି ସନ୍ଦୀପ୍ ଅବସ୍ତି ସୂଚନା ଦେଇଛନ୍ତି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
ଅର୍ଗସ ବ୍ୟୁରୋ: ବରଗଡ଼ରେ ବିଜେପି ସାଂସଦ ପ୍ରାର୍ଥୀ ଓ ବିଧାୟକ ପ୍ରାର୍ଥୀଙ୍କ ଲାଗି ପ୍ରଚାର କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ବରଗଡ଼ ସାଂସଦ ପ୍ରାର୍ଥୀ ପ୍ରଦୀପ ପୁରୋହିତ, ପଦ୍ମପୁର ବିଧାୟକ ପ୍ରାର୍ଥୀ ଗୋବର୍ଦ୍ଧନ ଭୋଇ, ବିଜେପୁର ବିଧାନସଭା ପ୍ରାର୍ଥୀ ସନତ ଗଡ଼ତିଆ ଓ ଭଟଲି ବିଧାୟକ ପ୍ରାର୍ଥୀ ଇରାଶିଷ ଆଚାର୍ଯ୍ୟଙ୍କ ଭୋଟ୍ ପାଇଁ ନିବେଦନ କରିଛନ୍ତି। ଭଟଲୀ, ପଦମପୁର, ବିଜେପୁର ଓ ଅତାବିରା ବିଜୟ ସଙ୍କଳ୍ପ ସମାବେଶରେ ଯୋଗଦେଇ ବିକାଶ କଥା ଉଠାଇ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି।
କେନ୍ଦ୍ରମନ୍ତ୍ରୀ କହିଛନ୍ତି, ମୁଖ୍ୟମନ୍ତ୍ରୀ ବିଜେପୁରର ଦାୟିତ୍ବ ନେବେ ବୋଲି କହିଥିଲେ । କିନ୍ତୁ ବିଜେପୁରର ବିକାଶ ଯେଉଁଠିକୁ ସେଇଠି ରହିଛି।
ସେହିପରି ପଦ୍ମପୁରରେ ପାନୀୟ ଜଳ, ଜଳସେଚନ, ଦାଦନ ସମସ୍ୟା, ସ୍କୁଲରେ ଶିକ୍ଷକ ଓ ମେଡିକାଲରେ ଡାକ୍ତର ଅଭାବ ପ୍ରସଙ୍ଗକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି କେନ୍ଦ୍ରମନ୍ତ୍ରୀ।
ଓଡ଼ିଶାର କୋଣ ଅନୁକୋଣରୁ ଶୁଭୁଛି ପରିବର୍ତ୍ତନର ସ୍ବର, ଏଥର ଓଡ଼ିଶାରେ ହେବ ବିଜେପି ସରକାର । ଭଟଲୀ ବିଜୟ ସଙ୍କଳ୍ପ ସମାବେଶରେ ଏଭଳି ଦମ୍ଭୋକ୍ତି ଭରିଛନ୍ତି ଧର୍ମେନ୍ଦ୍ର ପ୍ରଧାନ । କୃଷିଭିତ୍ତିକ ଜିଲ୍ଲା ବରଗଡ ସୋହେଲାରେ ମୁଖ୍ୟମନ୍ତ୍ରୀ ୨୦୧୩ରେ ଚାଷୀଙ୍କ ପାଇଁ ଘୋଷଣା କରିଥିବା ୧୦୦ ଟଙ୍କା ବୋନସ କେବେ ଦେବେ ? ବୋଲି ସେ ପ୍ରଶ୍ନ କରିଛନ୍ତି ।
ସେହିପରି ବିଜେପି କ୍ଷମତାକୁ ଆସିଲେ ଚାଷୀଙ୍କ କଲ୍ୟାଣ ହେବ । ବରଗଡର ଚାଷୀ ଭାଇଙ୍କ ସବୁ ଧାନ ଏଫସିଆଇ ଦ୍ବାରା କିଣାଯିବ । ମଣ୍ଡିକୁ ଆଧୁନିକୀକରଣ କରାଯିବ । ଧାନର ଏମଏସପି କ୍ବିଣ୍ଟାଲ ପିଛା ୩୧୦୦ ଟଙ୍କା ହେବ । କଟନୀଛଟନୀକୁ ସମ୍ପୂର୍ଣ୍ଣ ରୂପେ ବନ୍ଦ କରାଯିବ । ଏହା ମୋଦି ଗ୍ୟାରେଣ୍ଟି ବୋଲି ଅତାବିରା ସମାବେଶରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ।
ମୋଦୀ ସରକାର ଓଡ଼ିଶାର ବିକାଶ ପାଇଁ ବଜେଟର ଅଭାବ ରଖିନାହାନ୍ତି । ହେଲେ ଏଠାକାର ଭ୍ରଷ୍ଟ ସରକାର ଦୁର୍ନୀତି କରି ମୋଦୀଙ୍କ ଅର୍ଥକୁ ବାଟମାରଣା କରୁଛନ୍ତି । ଏଥର ନିର୍ବାଚନରେ ଲୋକମାନେ ଭୋଟ୍ ମାଧ୍ୟମରେ ଏହାର ପ୍ରତି ଜବାବ୍ ଦେବେ ବୋଲି କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ପ୍ରାର୍ଥୀଙ୍କ ଲାଗି କରିଥିଲେ ରୋଡ ସୋ'।
ଅଧିକ ପଢ଼ନ୍ତୁ ନିର୍ବାଚନ ଖବର