ଏପରି ଦୃଶ୍ୟ ଦେଖିବାକୁ ମିଳିଛି ନୀଳଗିରି ବ୍ଲକ ଚତର ଠାରେ ଥିବା ଉମାଅର୍ଜ୍ଜୁନ ବାଳିକା ଉଚ୍ଚ ବିଦ୍ୟାଳୟରେ । ସମୁଦାୟ ୭ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ମଧ୍ୟରୁ ଅନୁପସ୍ଥିତ ଅଛନ୍ତି ୪ ଜଣ। ଦୁଇ ଜଣ ମାଣବସା ଗୁରୁବାର ଓଷା ପାଇଁ ଛୁଟି ନେଇଥିବା ବେଳେ ଦୁଇ ଜଣ ଅନ୍ୟ କାରଣ ପାଇଁ ଛୁଟି ନେଇଥିବା କହିଛନ୍ତି ବିଦ୍ୟାଳୟର ଜଣେ ଶିକ୍ଷୟିତ୍ରୀ । ଏଠି ପ୍ରଶ୍ନ, ଛୁଟିରେ ଯାଇଥିବା ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସୂଚନା ଉପରିସ୍ଥ ଅଧିକାରୀଙ୍କ ପାଖରେ ଅଛି ତ ?। ଦାୟିତ୍ବରେ ଥିବା ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି ହୋଇଥିବା ବେଳେ ଏହି ଘଟଣାକୁ ନେଇ ବାଲେଶ୍ଵର ଜିଲ୍ଲାପାଳ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ।
ଅଧିକ ପଢ଼ନ୍ତୁ ଓଡିଶା ଖବର: