ଅଧିକ ପଢନ୍ତୁ ଓଡିଶା ଖବର...
ଅଗର୍ସ ବ୍ୟୁରୋ: ଧରାପଡ଼ିଲା ଥଣ୍ଟିଆ କୁମ୍ଭୀର । କେନ୍ଦ୍ରପଡା ସଦର ଥାନା ବସପୁରରେ ଲୁଣାନଦୀରୁ ଗୋଟିଏ ଥଣ୍ଟିଆ କୁମ୍ଭୀର ଛୁଆ ଧରା ଯାଇଛି । ଆରିପଦା ଗାଁର ଦୋଳଗୋବିନ୍ଦ ମଲିକ ଆଜି ଭୋର ସମୟରେ ଲୁଣାନଦୀରେ ଜାଲ ପକାଉଥିବାବେଳେ ମାଛଧରା ଜାଲରେ କୁମ୍ଭିର ଛୁଆ ପଡିଯାଇଥିଲା । ପରେ ସ୍ଥାନୀୟ ଲୋକଙ୍କ ଉଦ୍ୟମରେ କୁମ୍ଭୀରକୁ କାବୁ କରି ରଖାଯାଇଛି । ବନ ବିଭାଗ ତୁରନ୍ତ କୁମ୍ଭୀରକୁ ଉଦ୍ଧାର କରି ଭିତରକନିକାରେ ଛାଡିବା ପାଇଁ ସ୍ଥାନୀୟ ଲୋକେ ଦାବି କରିଛନ୍ତି ।
ଅଧିକ ପଢନ୍ତୁ ଓଡିଶା ଖବର...
ଅର୍ଗସ ବ୍ୟୁରୋ: ଜମ୍ମୁ-କଶ୍ମୀରରେ ସୁରକ୍ଷା ବଳଙ୍କ ଏନକାଉଣ୍ଟରରେ ୨ ଆତଙ୍କୀ ନିହତ। ସୋପୋରରେ ସେନା ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରହିଥିବା ବେଳେ ଏହି ଏନକାଉଣ୍ଟର ହୋଇଥିଲା। ମୃତ ଦୁଇ ଆତଙ୍କବାଦୀଙ୍କଠାରୁ ବିପୁଳ ପରିମାଣରେ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର...
ଅର୍ଗସ ବ୍ୟୁରୋ: ଝାଡ଼ଖଣ୍ଡରେ ସରଗରମ ନିର୍ବାଚନୀ ପରିବେଶ। ବିଜେପି ପାଇଁ ପ୍ରଚାରର ମଙ୍ଗ ଧରିଛନ୍ତି ଦଳର ହେଭିୱେଟ୍ ନେତା। ଏନଡିଏ ଓ ଇଣ୍ଡିମେଣ୍ଟ ପକ୍ଷରୁ ତୁଙ୍ଗ ନେତାଙ୍କ ପକ୍ଷରୁ ଚାଲିଛି ଘମାଘୋଟ ପ୍ରଚାର। ୧୩ ତାରିଖରେ ୪୩ଟି ବିଧାନସଭା କ୍ଷେତ୍ରରେ ହେବ ପ୍ରଥମ ପର୍ଯ୍ୟାୟ ମତଦାନ। ସେଥିମଧ୍ୟରେ ରହିଛି କୋହ୍ଲାନ ପ୍ରଖଣ୍ଡର ୧୪ ଟି ଓଡ଼ିଆ ବହୁଳ ବିଧାନସଭା କ୍ଷେତ୍ର। ପୂର୍ବ ସିଂହଭୂମ, ପଶ୍ଚିମ ସିଂହଭୂମ ଏବଂ ଷଢେଇକଳା ଖରସୁଆଁ ଜିଲ୍ଲା ଅଧିନରେ ରହିଛି ଏହି ସମସ୍ତ ବିଧାନସଭା ଆସନ। ୧୪ଟି ଯାକ ଆସନରେ ଓଡ଼ିଆ ଭୋଟରଙ୍କ ସଂଖ୍ୟା ୨୦ ଲକ୍ଷରୁ ଅଧିକ ।
ତେଣୁ ପ୍ରାର୍ଥୀଙ୍କ ହାର ଜିତରେ ସେମାନେ ହିଁ ନିଭାଇବେ ନିର୍ଣ୍ଣାୟକ ଭୂମିକା। ଓଡ଼ିଆ ଭୋଟରଙ୍କୁ ବିଜେପି ପ୍ରାର୍ଥୀଙ୍କ ସପକ୍ଷରେ ମତଦାନ ପାଇଁ ପ୍ରଚାରରେ ସାମିଲ ହୋଇଛନ୍ତି ବହୁ ଓଡ଼ିଆ ବିଜେପି ନେତା। ଓଡ଼ିଆ ବହୁଳ ଏହି ବିଧାନସଭା କ୍ଷେତ୍ରରେ ବିଜେପି ସପକ୍ଷରେ ପ୍ରଚାର ପାଇଁ ଓଡ଼ିଆ ନେତାମାନେ ଲଗିପଡ଼ିଛନ୍ତି । ଏହି ପର୍ଯ୍ୟାୟରେ ଯେଉଁ ମେଣ୍ଟ ରହିବ ଆଗରେ ତା ପାଇଁ ସରକାର ଗଢିବାର ରାସ୍ତା ହେବ ପରିସ୍କାର।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର: