ସାଂସଦଙ୍କ କହିବାନୁଯାୟୀ , ବିଗତ ବର୍ଷ ମାନଙ୍କରେ ଟ୍ରେନ ଟ୍ରାକର ଅଭାବ ଯୋଗୁଁ ଅଧିକାଂଶ ଟ୍ରେନ ପୁରୀ ରଥଯାତ୍ରା ସମୟରେ ଯାତ୍ରା କରିପାରୁ ନଥିଲା। ଯାହା ଫଳରେ ଲୋକମାନେ ନିଜର ଗାଡି ମାଧ୍ୟମରେ ଶ୍ରୀକ୍ଷତ୍ର ଯାତ୍ରା କରୁଥିଲେ । କିନ୍ତୁ ସମୟ ବଦଳିବା ସହ ରେଳବାଇ ରେଳ ଟ୍ରାକ ସମ୍ପ୍ରସାରଣ କରିବା ପରେ ଏହା ସମ୍ଭବ ହୋଇ ପାରିଛି।
ବର୍ତ୍ତମାନ ରାଜ୍ୟର କୋଣ ଅନୁକୋଣରୁ ଭକ୍ତ ଓ ଶ୍ରଦ୍ଧାଳୁ ବିନା ଦ୍ଵିଧାରେ ପୁରୀ ଯାତ୍ରା କରିପାରିବେ। ଏହାଦ୍ୱାରା ସରକାରୀ ଗାଡି ଉପରେ ଲୋକଙ୍କ ବିଶ୍ୱାସ ଆସିବା ସହ ପ୍ରଦୂଷଣ ମୁକ୍ତ ରଥଯାତ୍ରା ଅନୁଷ୍ଠିତ ହୋଇପାରିବ ବୋଲି କହିଛନ୍ତି ସାଂସଦ। ଶହଶହ କାର ବାଇକ ରଥଯାତ୍ରା ସମୟରେ ପୁରୀ ଜିଲା କୁ ଯାଇଥାଏ ।ଯାହା ଫଳରେ ପ୍ରଦୂଷଣ ହେବା ସ୍ୱାଭାବିକ । ତେଣୁ ରେଳବାଇ ର ଏହି ପ୍ରୟାସ ବେଶ ସ୍ୱାଗତ ଯୋଗ୍ୟ ହୋଇଥିବା ବେଳେ ଏହାର ଯଥେଷ୍ଟ ଲାଭ ଉଠାଇ ପାରିବେ ପ୍ରତ୍ୟେକବର୍ଗର ବ୍ୟକ୍ତିବିଶେଷ।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର