ଶୀତ ଋତୁରେ ପ୍ରଥମଥର ପାଇଁ ଜାରି ହେଲା ଶୀତଲହରୀ ଚେତାବନୀ

ଭୁବନେଶ୍ୱର: ଚଳିତ ଶୀତ ଋତୁରେ ପ୍ରଥମଥର ପାଇଁ ଜାରି ହେଲା ଶୀତଲହରୀ ଚେତାବନୀ । ଉତ୍ତର-ପଶ୍ଚିମ ଦିଗରୁ ରାଜ୍ୟ ମଧ୍ୟକୁ ପ୍ରବେଶ କରୁଥିବା ଥଣ୍ଡା ଶୁଷ୍କ ବାୟୁ ପ୍ରଭାବରେ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର ସୁନ୍ଦରଗଡ, ଝାରସୁଗୁଡା, କେନ୍ଦୁଝର, ଦେବଗଡ ଏବଂ ଅନୁଗୁଳ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ଶୀତଲହରୀ ଅନୁଭୂତ ହେବାର ସମ୍ଭାବନା ରହିଥିବାରୁ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ହଳଦିଆ ଚେତାବନୀ ଜାରି କରାଯାଇଛି ।
ଏଥିସହ ଆଗାମୀ ୩ ଦିନ ଯାଏଁ ରାତ୍ରି ତାପମାତ୍ରାରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନଥିବାବେଳେ ପରବର୍ତ୍ତୀ ସମୟରେ ଏଥିରେ ୨ ରୁ ୩ ଡ଼ିଗ୍ରୀ ଯାଏଁ ବୃଦ୍ଧି ଘଟିବାର ସମ୍ଭାବନା ରହିଛି । ସେହିପରି ଆଗାମୀ ଦୁଇଦିନ ଯାଏଁ ଆଭ୍ୟନ୍ତରୀଣ ଓଡିଶାର କିଛି ଜିଲ୍ଲା ସମେତ ଉପକୂଳ ଓଡ଼ିଶାର କିଛି ଜିଲ୍ଲାରେ ଘନ କୁହୁଡି ସମ୍ଭାବନା ରହିଛି । ଯେପରିକି ଅନୁଗୁଳ, ଢେଙ୍କାନାଳ,ବୌଦ୍ଧ, ସୋନପୁର, ବଲାଙ୍ଗୀର, କଳାହାଣ୍ଡି,କନ୍ଧମାଳ, କୋରାପୁଟ, ନୟାଗଡ଼, ଖୋର୍ଦ୍ଧା,କଟକ,ଗଞ୍ଜାମ, ଜଗତସିଂହପୁର,ପୁରୀ,ଗଜପତି,ରାୟଗଡ଼ା ।
ଏହି ସବୁ ଅଞ୍ଚଳରେ ଆଜି ମଧ୍ୟରାତ୍ରୀରୁ ସକାଳ ମଧ୍ୟରେ ଦୃଶ୍ୟମାନ ଦୂରତା ୨୦୦ ରୁ ୫୦ ମିଟର ମଧ୍ୟରେ ସୀମିତ ରହିବାର ସମ୍ଭାବନା ଥିବାରୁ ଯାତାୟତରେ ବାଧା ଉପୁଜିବା ସମ୍ଭାବନା ରହିଥିବାରୁ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସର୍ତକ ସୂଚନା ଜାରି କରାଯାଇଛି ।
ଆହୁରି ପଢନ୍ତୁ ଓଡିଶା ଖବର...