କାର୍ତ୍ତିକ ମାସରେ ବଡି ଭୋରରୁ ବାଲୁକା ପୂଜା କରି ଜଗାର ମଙ୍ଗଳ ଆଳତି ଦର୍ଶନ କରିବାକୁ ହବିଷ୍ୟାଳିଙ୍କ ଭିତରେ ଥିଲା ପ୍ରବଳ ଉତ୍ସାହ । ହେଲେ ଏହି ସମୟରେ ଠେଲାପେଲାରେ ହବିଷ୍ୟାଳୀଙ୍କ ସମେତ 15 ରୁ ଉର୍ଦ୍ଧ୍ୱ ଭକ୍ତ ଆହତ ହୋଇଛନ୍ତି । ଏତେ ଗୁରୁତର ଯେ ଶ୍ରଦ୍ଧାଳୁଙ୍କୁ ହସ୍ପିଟାଲରେ ଭର୍ତ୍ତି କରିବାକୁ ପଡିଥିଲା ପ୍ରଶାସନକୁ । ମଙ୍ଗଳାଳତୀ ପରେ ସିଂହଦ୍ୱାର ବ୍ୟାରିକେଡ୍ ଖୋଲାଯିବା ସମୟରେ ହବିଷ୍ୟାଳୀମାନଙ୍କୁ ମଧ୍ୟ ଏକକାଳିନ ମନ୍ଦିରକୁ ଛଡାଯାଇଥିଲା । ଫଳରେ ସାତପାହାଚ ନିକଟରେ ହଜାର ହଜାର ଭକ୍ତଙ୍କ ଗହଳି ଓ ଠେଲାପେଲା ହୋଇଥିଲା । ସୁରକ୍ଷା କର୍ମୀମାନେ ଗହଳି ନିୟନ୍ତ୍ରଣ କରିବାରେ ବିଫଳ ହୋଇଥିଲେ ।
ଅଧିକ ପଢନ୍ତୁ: ଶ୍ରୀମନ୍ଦିରରେ ଠେଲାପେଲା, ୧୦ରୁ ଉର୍ଦ୍ଧ୍ବ ଆହତ
ଗତକାଲିର ଏହି ଘଟଣା ପୂରା ରାଜ୍ୟରେ ଚହଳ ସୃଷ୍ଟି କରିଥିଲା । କୋଟି କୋଟି ଟଙ୍କା ଖର୍ଚ୍ଚ କରି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ତିଆରି ଚାଲିଛି । ପ୍ରତି ଶନିବାର ପାଣ୍ଡିଆନ୍ ବି ସମୀକ୍ଷା କରୁଛନ୍ତି ପ୍ରକଳ୍ପର ଅଗ୍ରଗତି । ହେଲେ ସ୍ଥିତି କଣ ? କେମିତି ଅଛି ? କେତେ ଅଗ୍ରଗତି ହେଉଛି ? ସେ ଦୃଶ୍ୟ ଗତକାଲି ହିଁ ସ୍ପଷ୍ଟ ହୋଇଛି ।
ଗୁରୁତ୍ଵପୂର୍ଣ୍ଣ କଥା ହେଲା ମଙ୍ଗଳଆଳତୀଠୁ ନେଇ ରାତ୍ର ପହୁଡ ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ଭିଡ ରହୁଛି । କେବଳ ଶ୍ରୀମନ୍ଦିର ସିଂହଦ୍ୱାର ଦେଇ ଶ୍ରଦ୍ଧାଳୁ ଯାଉଥିବାବେଳେ ଘଣ୍ଟା ଘଣ୍ଟା ଧରି ଲମ୍ବା ଲାଇନରେ ଠିଆ ହେବାକୁ ପଡୁଛି । ସେଥିପାଇଁ 4 ଦୁଆର ଖୋଲିବା ନେଇ ଦାବି ହେଉଛି । ନା ସରକାର 4 ଦୁଆର ଖୋଲୁଛନ୍ତି ନା ଭିଡ ନିୟନ୍ତ୍ରଣ କରିପାରୁଛନ୍ତି । ତେବେ ସମୟ କହିବ ଚେଇଁ ଶୋଇଥିବା ସରକାରର ନିଦ ଭାଙ୍ଗୁଛି କେବେ ?
ଧର୍ମ ଓ ସଂସ୍କୃତି ଖବର ଆହୁରି ପଢନ୍ତୁ