୨୦୦୨ ନୟାଗଡ଼ ଜିଲ୍ଲା ଶରଣକୂଳ ଥାନା କେଶପାନିଆରେ ହୋଇଥିଲା ହତ୍ୟାକାଣ୍ଡ । ସୂଚନା ଅନୁଯାୟୀ, ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ମଦନ ନାୟକଙ୍କୁ ହତ୍ୟା କରାଯାଇଥିଲା । ଏଥିରେ 18 ଜଣ ଅଭିଯୁକ୍ତ ସାମିଲ ଥିଲେ । ଠେଙ୍ଗା କଟୁରୀ ଆଦି ମାରଣାସ୍ତ୍ରରେ ହତ୍ୟା କରିଥିଲେ । ଏହି ସମୟରେ ମଦନକୁ ଉଦ୍ଧାର କରିବାକୁ ଆସିଥିବା ଏକାଧିକ ବ୍ୟକ୍ତି ମଧ୍ୟ ବୋମା ଓ ପଥର ମାଡ଼ରେ ଗୁରୁତର ଆହତ ହୋଇଥିଲେ ।
ଘଟଣାରେ 10 ଜଣ ନିର୍ଦ୍ଦୋଷରେ ଖଲାସ ହୋଇଥିବାବେଳେ 2 ଜଣଙ୍କ ମୃତ୍ୟୁ ହୋଇଛି । ଅନ୍ୟ 6 ଅଭିଯୁକ୍ତଙ୍କୁ ଆଜୀବନ ଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ । ହତ୍ୟାକାଣ୍ଡ ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା । ଶେଷରେ ତଦନ୍ତ କରି ହତ୍ୟାକାଣ୍ଡରେ ସଂପୃକ୍ତ ଥିବା ଅଭିଯୁକ୍ତଙ୍କୁ ଗିରଫ କରିଥିଲା ପୋଲିସ ।
ଆହୁରି ପଢନ୍ତୁ ଓଡିଶା ଖବର...