ଘର
ଓଡ଼ିଶା
ଦିଲ୍ଲୀପଙ୍କ ମୃତ୍ୟୁ ପରେ ହାଇଟେକ୍ ହସ୍ପିଟାଲରେ ପ୍ରବଳ ଉତ୍ତେଜନା
ଦିଲ୍ଲୀପଙ୍କ ମୃତ୍ୟୁ ପରେ ହାଇଟେକ୍ ହସ୍ପିଟାଲରେ ପ୍ରବଳ ଉତ୍ତେଜନା
by Banajyotshna Ray
ଅର୍ଗସ ବ୍ୟୁରୋ: ଦିଲ୍ଲୀପଙ୍କ ମୃତ୍ୟୁ ପରେ ହାଇଟେକ୍ ହସ୍ପିଟାଲରେ ପ୍ରବଳ ଉତ୍ତେଜନା । ଦିଲ୍ଲୀପଙ୍କୁ ହସ୍ପିଟାଲ କର୍ତ୍ତୃପକ୍ଷ ଜାଣିଶୁଣି ମାରିଦେଇଥିବା ଅଭିଯୋଗ ଆଣିଲେ ପରିବାର ଲୋକେ । ଗତକାଲି ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ପକ୍ଷରୁ ଦିଲ୍ଲୀପଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ଥିବା କୁହାଯାଇଥିଲା । ରାତି ଗୋଟାଏରେ ଦିଲ୍ଲୀପଙ୍କ ସହ କଥା ହୋଇଥିଲେ ତାଙ୍କ ମାଆ । କିନ୍ତୁ ରାତି ୩ଟାରେ ତାଙ୍କର ମୃତ୍ୟୁ ହୋଇଥିବା ପରିବାର ଲୋକଙ୍କୁ ସୂଚନା ଦିଆଯାଇଥିଲା । ଯାହାକୁ ନେଇ ହସ୍ପିଟାଲ ବାହାରେ ପ୍ରବଳ ଉତ୍ତେଜନା ଦେଖା ଦେଇଛି । ସେପଟେ ମୃତଦେହ ହସ୍ତାନ୍ତର ନେଇ ପ୍ରତିକ୍ରିୟା ରଖିଛନ୍ତି DCP ।
DNA ରିପୋର୍ଟ ଆସିବା ପରେ ୨ ପରିବାର ଉପସ୍ଥିତିରେ ହେବ ଶବ ହସ୍ତାନ୍ତର ହେବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି । ଏଠି ପ୍ରଶ୍ନ ରାତି ଗୋଟାଏରେ ଯଦି ସ୍ବାସ୍ଥାବସ୍ଥା ଭଲ ଥିଲା ତେବେ ରାତି ୩ଟାରେ କିପରି ମୃତ୍ୟୁ ହେଲା । ଦିଲ୍ଲୀପ ବଞ୍ଚିଥିଲେ ସତ ପଦାକୁ ଆସିଥାନ୍ତା । ତେଣୁ ହସ୍ପିଟାଲ କର୍ତ୍ତୃପକ୍ଷ ଜାଣିଶୁଣି ତାଙ୍କୁ ମାରି ଦେଇଥିବା ଅଭିଯୋଗ ହୋଇଛି ।
ଅଧିକ ପଢ଼ନ୍ତୁ ଓଡିଶା ଖବର: