ଅଧିକ ପଢନ୍ତୁ ଓଡ଼ିଶା ଖବର
ଯାଜପୁର : ଯାଜପୁର ଜିଲ୍ଲା ଯାଜପୁର ବ୍ଲକ ଅନ୍ତର୍ଗତ ନଥାସହି ପଞ୍ଚାୟତର ପୋଖରୀ ଖୋଳା, ବୃକ୍ଷ ରୋପଣ ଏବଂ ରସ୍ତା ନିର୍ମାଣ ଉପରେ କାମ ନହୋଇ ଟଙ୍କା ହଡ଼ପ ହୋଇଥିବାର ଅଭିଯୋଗ ଆସିଛି । ବବିଙ୍କ ଖାସ ଅନୁଗତଙ୍କ ଏହି ଦୁର୍ନୀତିରେ ସମ୍ପୃକ୍ତି ଥିବାବ ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଘଟଣାର ତଦନ୍ତ କରି ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ବିଜେପି ସରକାର ପାଖରେ ଦାବି ରଖିଛନ୍ତି ଅଂଚଳ ବାସିନ୍ଦା ।
ଅଭିଯୋଗ ଅନୁସାରେ ନାଥସାହି ଗ୍ରାମ ପଞ୍ଚାୟତରେ ଶ୍ୟାମସୁନ୍ଦର ପୋଖରୀ ଉନ୍ନତିକରଣ ଏବଂ ବୃକ୍ଷ ରୋପଣ ନାମରେ ୧୦ ଲକ୍ଷ ଟଙ୍କା ଲୁଟ୍ ହୋଇଛି । ସ୍ଥାନୀୟ ବାସିନ୍ଦାଙ୍କ ଅଭିଯୋଗ କାମ ନହୋଇ ବିଲ କରାଯାଇଛି । ଯେଉଁ ରାସ୍ତା କାମ ପାଇଁ ବିଲ ହୋଇଛି ସେହି ରାସ୍ତାର ଉନ୍ନତିକରଣ ହୋଇନାହିଁ । ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟରୁ ଗ୍ରାମବାସୀ ଏହା ଜାଣିବାକୁ ପାଇଥିଲେ । ଏହି ଦୁର୍ନୀତିରେ ବବି ଦାସଙ୍କ ଖାସ ଅନୁଗତ ଯାଜପୁର ବ୍ଲକ ଅଧ୍ୟକ୍ଷଙ୍କ ସମ୍ପୃକ୍ତି ଅଭିଯୋଗ ଆଣିଛନ୍ତି ଗ୍ରାମବାସୀ । ନାଥସାହି ପଞ୍ଚାୟତର ସରପଞ୍ଚ ଆଉ ସେହି ପଞ୍ଚାୟତର ବ୍ଲକ ଅଧ୍ୟକ୍ଷଙ୍କ ନାମରେ ଆସିଛି ଏହି ଲୁଟର ଅଭିଯୋଗ । ଆଉ ଏମାନେ ବବିଙ୍କ ଖାସ । ଏ ସବୁର ମାଷ୍ଟର ମାଇଣ୍ଡ ପୂର୍ବତନ ବିଧାୟକ ବୋଲି କହିଛନ୍ତି ସ୍ଥନୀୟ ବାସିନ୍ଦା। ସେପଟେ ଏହି ଦୁର୍ନୀତି ପ୍ରସଙ୍ଗରେ ବ୍ଲକ ପ୍ରଶାସନ କିମ୍ବା ସ୍ଥାନୀୟ ଜନ ପ୍ରତିନିଧିଙ୍କ ପ୍ରତିକ୍ରିୟା ମିଳି ନାହିଁ । ତେବେ ବିଜେପି ସରକାର ଏହି ଘଟଣାକୁ ଗୁରୁତର ସହ ନେବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି । ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବା ସହ ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଅଡି ବସିଛନ୍ତି ସ୍ଥାନିୟ ଗାଁ ଲୋକେ ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଅର୍ଗସ ବ୍ୟୁରୋ: ଗାଡି ପଛେ ପଛେ କୁକୁର...ଆପଣ ଏହାକୁ ଦେଖିଲେ ଭାବୁଥିବେ ବୋଧ ହୁଏ ଏହି କୁକୁରଟି ଗାଡିକୁ ଗୋଡାଉଛି । ସାଧାରଣତଃ କୁକୁରମାନଙ୍କର ଗାଡି ପଛେ ପଛେ ଗୋଡାଇବାର ଗୋଟେ ଅଭ୍ୟାସ । ହେଲେ ୟାକୁ ଟିକେ ଦେଖନ୍ତୁ । ଟିକେ ଯାଉଛି ଟିକେ ରହୁଛି । ଏ ହେଉଛି ଏମାନଙ୍କ ଭଲପାଇବା । ମାଲିକ ଯୁଆଡେ ଏମାନେ ବି ସିଆଡେ...ଏ ସମ୍ପର୍କ ସ୍ନେହର, ପ୍ରେମର, ବିଶ୍ୱାସର । ମାଲିକ ଦାନା ଖାଇଛନ୍ତି ଯେହେତୁ ମାଲିକକୁ ସୁରକ୍ଷା ଦେବେ...ମାଲିକ ପଛେ ପଛେ ବୁଲିବେ । ନିଷ୍ପତ୍ତି ନେଇଛନ୍ତି ଏମାନେ ।
ମଣିଷ ହୁଅନ୍ତୁ କି ପଶୁପକ୍ଷୀ ସମସ୍ତେ ସେଥିରେ ବନ୍ଧା । ହେଲେ ଅନେକ ସମୟରେ ମଣିଷମାନେ ଭୁଲିଯାଆନ୍ତି ଉପକାର, ସ୍ନେହ ଆଦର । କିନ୍ତୁ ମୁହଁରେ ଭଲପାଏ ବୋଲି କହି ପାରୁ ନ ଥିବା ପଶୁପକ୍ଷୀ କିନ୍ତୁ ବେଶ୍ ବୁଝନ୍ତି ଭଲପାଇବାର ଭାଷା । ତାଙ୍କୁ ଟିକିଏ ଯିଏ ସ୍ନେହରେ ଆଉଁଶି ଦିଏ ସେମାନେ ପୂରା ତା’ର ହୋଇଯାଆନ୍ତି । ତାକୁ ପୋଷିଥିବା ମଣିଷ ଉପରକୁ କିଛି ବି ବିପଦ ଆସିଲେ ତାକୁ ନିଜ ଉପରକୁ ନେଇଯାଆନ୍ତି । ସୁଖ ଦୁଃଖରେ ସମଭାଗୀ ଏହି ନିରୀହ ଜୀବମାନେ ସମୟ ଆସିଲେ ନିଜ ଜୀବନ ଦେବାକୁ ବି ପଛାନ୍ତି ନାହିଁ ।
ଠିକ୍ ସେମିତି ଅନେକ ମଣିଷ ଅଛନ୍ତି, ଯାହାଙ୍କ ପାଇଁ ନିଜ ପୋଷା ପ୍ରାଣୀ ଜୀବନ ପାଲଟିଯାଇଛନ୍ତି । ଯାଜପୁର ଜିଲ୍ଲା ବଡ଼ଚଣା ଗ୍ରାମର ଗୋଲଖ ନାୟକଙ୍କ ଏମାନେ ହେଲେ ଜୀବନ । ଘରେ ରଖିଛନ୍ତି 6ଟି କୁକୁର । ସମସ୍ତେ ବୋଲ ମାନନ୍ତି । ଡାକିଦେଲେ ଓ କରନ୍ତି ଏମାନେ । ଯାହା ସେ ଖାଆନ୍ତି ସେମାନେ ମଧ୍ୟ ସେଇଆ ଖାଆନ୍ତି । ଦିନକୁ ପ୍ରତି କୁକୁର ପିଛା 50 ଟଙ୍କା ଖର୍ଚ୍ଚ ହୁଏ ।
ଗୋଲଖଙ୍କ ନୀତି ଦିନିଆ ବ୍ୟବସାୟ କହିଲେ କ୍ଷୀର ବିକ୍ରୀ କରିବା । ଯେତେବେଳେ ସେ କ୍ଷୀର ବିକ୍ରି କରିବାକୁ ବାହାରି ପଡନ୍ତି ଏମାନେ ମଧ୍ୟ ତାଙ୍କ ସହ ବାହାରିଯାଆନ୍ତି । ତାଙ୍କୁ ସୁରକ୍ଷା ଦିଅନ୍ତି । କେଉଁଠି ରହିଗଲେ ମାଲିକ ଡାକ ଦେଲେ ସେମାନେ ଧାଇଁ ଆସନ୍ତି ।
ଆଜିର ମଣିଷ ଠାରୁ ଢେର୍ ଆଗରେ ଏହି ଦୁଇ କୁକୁର । ମଣିଷ ପରି ଏମାନେ ସ୍ୱାର୍ଥପର ନୁହଁନ୍ତି । ଏମାନେ ବିବେକି । ମାଲିକର କେବଳ ବୋଲ ମାନନ୍ତି ନାହିଁ । ମାଲିକ ପଛେ ପଛେ ସେ ମାଲିକକୁ ଦେଇଥାନ୍ତି ସୁରକ୍ଷା । ସତରେ ଏମାନେ ଆଜିକାଲିର ସ୍ୱାର୍ଥପର ଦୁନିଆର ମଣିଷମାନଙ୍କ ପାଇଁ ଉଦାହରଣ ।
ଆହୁରି ପଢନ୍ତୁ ଓଡିଶା ଖବର...
ଭଦ୍ରକ: ଭଦ୍ରକ ହିଂସା ନେଇ ସୁରକ୍ଷା ବ୍ୟବସ୍ଥା ଆହୁରି କଡ଼ାକଡ଼ି କଲା ପୋଲିସ । ଭଦ୍ରକ ସହରରେ 2 RAF ସହ 12 ପ୍ଲାଟୁନ୍ ଫୋର୍ସ ମୁତୟନ ହୋଇଛନ୍ତି । ଧାମନଗରରେ 6 ପ୍ଲାଟୁନ୍ ଫୋର୍ସ ମୁତୟନ ହୋଇଥିବାବେଳେ ପୋଲିସର ଫ୍ଲାଗ୍ମାର୍ଚ୍ଚ ଜାରି ରହିଛି । କୌଣସି ଅପ୍ରୀତିକର ସ୍ଥିତି ନ ଉପୁଜିବା ପାଇଁ ପୋଲିସ ସଜାଗ ରହିଛି ।
ସୋସିଆଲ ମିଡିଆ ପୋଷ୍ଟକୁ ନେଇ ଭଦ୍ରକରେ ଉତ୍ତେଜନା । ସ୍ଥିତି ଅଶାନ୍ତ ଥିବାରୁ ପୁରୁଣା ବଜାରରେ ଅନିର୍ଦ୍ଧିଷ୍ଟ କାଳ ଯାଏଁ 163 ଧାରା ଜାରି ରହିବ। ଘଟଣାରେ ଅଟକ 9 ଜଣ ଅଭିଯୁକ୍ତଙ୍କୁ ମେଡିକାଲ ଟେଷ୍ଟ ପାଇଁ ଆଣିଛି ପୁରୁଣା ବଜାର ପୋଲିସ । ଭଦ୍ରକ ଜିଲ୍ଲାରେ 48 ଘଣ୍ଟା ଇଣ୍ଟରନେଟ୍ ସେବା ବନ୍ଦ କରାଯାଇଛି । ରାତିରେ ଫ୍ଲାଗ୍ ମାର୍ଚ୍ଚ କରିଛି ପୋଲିସ୍ । ଭଦ୍ରକ ସହରରେ ଶାନ୍ତି ଫେରାଇ ଆଣିବା ପାଇଁ ପ୍ରଶାସନ ପକ୍ଷରୁ ଆଜି ବସିପାରେ ଶାନ୍ତି କମିଟି ବୈଠକ ।
ପୋଲିସ ଉପରେ ଆକ୍ରମଣ ପରେ ପୁରୁଣା ବଜାର ଥାନାରେ ହୋଇଥିଲା ଗୁରୁତ୍ବପୂର୍ଣ୍ଣ ବୈଠକ । ପୋଲିସ ଉପରେ ଆକ୍ରମଣ କରିଥିବା ଅଭିଯୁକ୍ତଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଭଦ୍ରକ ବିଧାୟକ ସୀତାଂଶୁ ଶେଖର ମହାପାତ୍ର । ସୋସିଆଲ୍ ମିଡିଆରେ ବିବାଦୀୟ ପୋଷ୍ଟ ନ କରିବାକୁ ନିବେଦନ କରିଛନ୍ତି ଡିଆଇଜି ।
ଆହୁରି ପଢନ୍ତୁ ଓଡିଶା ଖବର...