ରାଜ୍ୟରେ ସରକାର ଗଠନ ଲକ୍ଷ୍ୟରେ ଦିନ ରାତି ଏକ କରିଛି ବିଜେପି । ଓଡ଼ିଶା ନିର୍ବାଚନ ପ୍ରଚାର ମୈଦାନରେ ଜାରି ରହିଛି ଜଣେ ପରେ ଜଣେ କେନ୍ଦ୍ରୀୟ ନେତାଙ୍କ ମାରାଥନ ପ୍ରଚାର । ପଦମପୁର ଓ ସୁନ୍ଦରଗଡ଼ରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ବିଶାଳ ଜନସଭାରେ ଓଡ଼ିଶାରେ ସତ୍ତା ପରିବର୍ତ୍ତନର ଗ୍ୟାରେଣ୍ଟି ଦେଇ ଦଳୀୟ ନେତା ଓ କର୍ମୀଙ୍କ ଜୋଶ ବଢ଼ାଇଛନ୍ତି । ବିଜେପି ସାଂସଦ ହେମାମାଳିନୀ, ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେଓ ସାଏ, ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭଜନ ଲାଲ ଶର୍ମା ଓ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ରାଜ୍ୟର ବିଭିନ୍ନ ସ୍ଥାନରେ ରୋଡ ଶୋ ଓ ସାଧାରଣ ସଭା କରି ଓଡ଼ିଶାବାସୀଙ୍କ ବିଶ୍ବାସ ବଢ଼ାଇବାରେ ସମର୍ଥ ହୋଇଛନ୍ତି । ଭୁବନେଶ୍ବର, କଟକ ଓ ପିପିଲିରେ ପ୍ରଚାର କରି ଅବକୀ ବାର୍ ବାର 400 ପାର୍ ନାରା ଦେଇଛନ୍ତି ଡ୍ରିମଗାର୍ଲ ହେମାମାଳିନୀ ।
ଦେଶରେ ଲୋକସଭା ନିର୍ବାଚନର 4ଟି ଓ ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ମତଦାନରେ ବିଜେପିକୁ 217ରୁ ଅଧିକ ଆସନ ମିଳିବା ସହ ମ୍ୟାଜିକ ନମ୍ବର 4 ଶହ ଛୁଇଁବାକୁ ବିଜେପି ହେଉଥିବା ଦମ୍ଭୋକ୍ତି ଭରିଛନ୍ତି ଶାହ । ଓଡ଼ିଶା ସଂସ୍କୃତି-ଭାଷା-ସୀମା-ପରଂପରା ଓ ଅସ୍ମିତାର ସୁରକ୍ଷା ସଂକଳ୍ପ ସହ ଅପାରଗ ସରକାରକୁ ହଟାଇବାକୁ ବିଜେପି ହେଭିୱେଟ ଲୋଡ଼ିଛନ୍ତି ଜନତା ଜନାର୍ଦ୍ଦନଙ୍କ ଆଶୀର୍ବାଦ ।
ଆହୁରି ପଢନ୍ତୁ ରାଜନୀତି ଖବର...