ଆହୁରି ପଢ଼ନ୍ତୁ: ଅଧାରେ ରହିଲା ମା' ତାରିଣୀଙ୍କ ଦର୍ଶନ
ଅର୍ଗସ ବ୍ୟୁରୋ: ୩ ଲକ୍ଷ ଲେଖାଏଁ ସହାୟତା ଘୋଷଣା କଲେ ରାଜ୍ୟ ସରକାର। ୮ ମୃତକଙ୍କ ପରିବାରକୁ ୩ ଲକ୍ଷ ଲେଖାଏଁ ସହାୟତା ଘୋଷଣା। ମୃତକଙ୍କ ଆତ୍ମୀୟଙ୍କ ପାଇଁ ଅନୁକମ୍ପା ସହାୟତା। ଦୁର୍ଘଟଣାରେ ଶୋକ ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଅଧାରେ ରହିଲା ମା' ତାରିଣୀଙ୍କ ଦର୍ଶନ । ଟ୍ରକ୍ କୁ ପିଟିଲା ୱିଙ୍ଗର ଭ୍ୟାନ୍ । ଦୁର୍ଘଟଣାରେ 8 ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା । କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଅନ୍ତର୍ଗତ 20 ନମ୍ବର ଜାତୀୟ ରାଜପଥର ବାଲିଯୋଡି ନିକଟରେ ଘଟିଛି ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା । ମୃତକ ଦିଗପହଣ୍ଡି ଅଞ୍ଚଳର ବୋଲି ସୂଚନା। ମୃତକଙ୍କ ପରିବାରକୁ ସହାୟତା ଘୋଷଣା କଲେ ରାଜ୍ୟ ସରକାର।
ଆହୁରି ପଢ଼ନ୍ତୁ: ଅଧାରେ ରହିଲା ମା' ତାରିଣୀଙ୍କ ଦର୍ଶନ
ଅର୍ଗସ ବ୍ୟୁରୋ : ପୁଣି ଚର୍ଚ୍ଚାରେ ପ୍ରଧାନମନ୍ତ୍ରୀ । ସବୁବେଳେ ଚର୍ଚ୍ଚା ରହି ଆସିଛନ୍ତି ଆମ ପ୍ରଧାନମନ୍ତ୍ରୀ । ଆମେ ଆଜି କୋହୁଛି କୁନି ପ୍ରଧାନମନ୍ତ୍ରୀଙ୍କ କଥା । ଆଉ ଏହି କୁନି ପ୍ରଧାନମନ୍ତ୍ରୀଙ୍କୁ ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର ଜୌନପୁରରେ । ଯାହା ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାର ଲାଗିଛି । ଲୋକସଭା ନିର୍ବାଚନ ପାଇଁ ଚାରଟି ପର୍ଯ୍ୟାୟର ଭୋଟ୍ ଶେଷ ହୋଇଥିବା ବେଳେ ବାକି ତିନିଟି ପର୍ଯ୍ୟାୟ ପାଇଁ ଭୋଟ୍ ବାକି ଅଛି । ତିନିଟି ପର୍ଯ୍ୟାୟକୁ ଦୃଷ୍ଟିରେ ରଖି ସମସ୍ତ ଷ୍ଟାର ପ୍ରଚାରକମାନେ ଜୋରଦାର ପ୍ରଚାର କରୁଛନ୍ତି ।
ଆଜି ଜୌନପୁରରେ ପ୍ରଧାନମନ୍ତ୍ରୀ ରାଲିରେ ହଜାରହଜାର ଲୋକ ସାମିଲ ହୋଇଥିବା ବେଳେ ଦୁଇଜଣପିଲା ଚର୍ଚ୍ଚାକୁ ଆସିଥିଲେ । ଦେଖିବାକୁ ମିଳିଥଇଲା ଦୁଇ ଛୋଟ ପିଲାଙ୍କୁ ଜଣେ ପ୍ରଧାନମନ୍ତ୍ରୀ ମୋଦି ଏବଂ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବେଶରେ ସଜାଇ ହୋଇ ରାଲିରେ ସାମିଲ ହୋଇଥିଲେ। ଯାହାକୁ ଦେଖି ବହୁତ ଖୁସି ହୋଇ ଯାଇଥିଲେ ପ୍ରଧାନମନ୍ତ୍ରୀ ।
ଅଧିକ ପଢନ୍ତୁ ଭାରତ ଖବର
ମଞ୍ଚରୁ ଉଭୟଙ୍କୁ ପ୍ରଶଂସା କରି ପ୍ରଧାନମନ୍ତ୍ରୀ ମୋଦି କହିଥିଲେ,‘ ଏହା ବହୁତ ଭଲ, ଆପଣ ମୋଦି-ଯୋଗୀ ଭାଇଙ୍କୁ ଏକାଠି କରିଛନ୍ତି । ମୋଦୀ ବହୁତ ସୁନ୍ଦର ଦେଖାଯାଉଛନ୍ତି, ଭାଇ କି ଚମତ୍କାର ମେକଅପ କରିଛନ୍ତି । ସମସ୍ତ ଗଣମାଧ୍ୟମର ଧ୍ୟାନ ମୋ ଠାରୁ ଦୂରେଇ ଯାଇ ଏହି ପିଲା ଦ୍ବୟଙ୍କ ଉପରେ ପଡ଼ିଛି । ମୁଁ ଏହି କୁନି ପିଲା ଦୁଇଜଣଙ୍କ ବଡ଼ ପ୍ରଶଂସକ ପାଲଟି ଯାଇଛି । ତାଙ୍କୁ ବାରମ୍ବାର ଦେଖିବାକୁ ଇଚ୍ଛା ହେଉଛି ହୋଲି କହିଥିଲେ ମୋଦି ।
ଅର୍ଗସ ବ୍ୟୁରୋ : ଉତ୍ତର ପ୍ରଦେଶର ମୋଦିଙ୍କ ମାରାଥନ ପ୍ରଚାର । ଆଜି ୟୁପିର ଲାଲଗଞ୍ଜ, ଭଦହୀ, ଜୈନପୁର ଓ ଆଜମଗଡ଼ରେ ନିର୍ବାଚନୀ ଜନସଭାରୁ ବିରୋଧୀ ସମାଜବାଦୀ ପାର୍ଟି ସମେତ ଇଣ୍ଡି ମେଣ୍ଟ ବିରୋଧରେ ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ରାଜ୍ୟରେ ସପା ଓ କଂଗ୍ରେସ ମିଳିତ ଭାବେ ଦୁର୍ନୀତିର ଦୋକାନ ଚଳାଇବାକୁ ଚାହୁଁଛନ୍ତି । ପୁଣିଥରେ ତୁଷ୍ଟିକରଣର ଟ୍ରିପିଲ ଡୋଜ ବିକ୍ରି କରିବାକୁ ଚାହୁଥିବା ବିରୋଧୀଙ୍କୁ ମୂଳପୋଛ କରିବାକୁ ଉତ୍ତରପ୍ରଦେଶବାସୀ ଏକ ହୋଇଛନ୍ତି ।
ଅଧିକ ପଢନ୍ତୁ ଭାରତ ଖବର
ବିଜେପି ସରକାରର ବିକାଶକୁ ଦେଖି କଂଗ୍ରେସ ଶାହଜାଦେଙ୍କ ପେଟରେ ଦରଦ ହେଉଛି କହି କଟାକ୍ଷ କରିଛନ୍ତି ମୋଦି । ନିର୍ବାଚନ ପ୍ରଚାରରେ ବିଜେପି ବିରୋଧରେ ଅପପ୍ରଚାର କରୁଥିବା ବିରୋଧୀ ମେଣ୍ଟ ଭୋଟ ପରେ ସଫା ହୋଇଯିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ରଜ୍ୟରେ ବାରମ୍ବାର ବିଭିନ୍ନ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ସମସ୍ୟାର ସମାଧାନ ପାଇଁ ନୂଆ ନୀତି ଆପଣାଇଛି ବିଜେପି । ରାଜ୍ୟରୁ ମାଫିଆ ରାଜର ମୂଳପୋଛ କରିବାକୁ ଯୋଗୀ ସରକାର ଆହୁରି କଠୋର ପଦକ୍ଷେପ ନେବାକୁ ଯାଉଛନ୍ତି ବୋଲି ଜନସଭାରେ କହିଛନ୍ତି ମୋଦି ।