ତେବେ ଅନ୍ୟପଟେ କୁହାଯାଉଛି ଯେ, ବିଜେଡିରୁ ବହିଷ୍କାର କଲେ ସୁପ୍ରିମୋ ନବୀନ ପଟ୍ଟନାୟକ। ଜନ ବିରୋଧୀ କାର୍ଯ୍ୟ ପାଇଁ ହେଲେ ବହିଷ୍କୃତ।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
ଅର୍ଗସ ବ୍ୟୁରୋ: ଇସ୍ତଫା ଦେଲେ ଆଉ ଜଣେ ବିଜେଡି ରାଜ୍ୟସଭା ସାଂସଦ। ସାଂସଦ ସୁଜିତ କୁମାର ତାଙ୍କ ଇସ୍ତଫା ଦଳର ସଭାପତିଙ୍କୁ ପଠାଇଲେ।
ତେବେ ଅନ୍ୟପଟେ କୁହାଯାଉଛି ଯେ, ବିଜେଡିରୁ ବହିଷ୍କାର କଲେ ସୁପ୍ରିମୋ ନବୀନ ପଟ୍ଟନାୟକ। ଜନ ବିରୋଧୀ କାର୍ଯ୍ୟ ପାଇଁ ହେଲେ ବହିଷ୍କୃତ।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
ଅର୍ଗସ ବ୍ୟୁରୋ: ଅବପାତ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଜାରି ରହିଛି ବର୍ଷା । ପାଣିପାଗ ବିଭାଗର ଆକଳନ ଅନୁସାରେ, ବର୍ଷା ଆହୁରି ଦୁଇ ଦିନ ଲାଗି ରହିବ । ବିଶେଷ କରି ଉତ୍ତର ଓଡ଼ିଶାରେ ଅଧିକ ବର୍ଷିବ। ଆଜି ପାଇଁ ମୟୂରଭଞ୍ଜ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଦିଆଯାଇଛି । ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ସୁନ୍ଦରଗଡ, ବାଲେଶ୍ବର ଓ କେନ୍ଦୁଝରକୁ ଅରେଞ୍ଜ ଆଲର୍ଟ ଜାରି ହୋଇଥିବା ବେଳେ ୧୧ଟି ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଦେଇଛି ପାଣିପାଗ ବିଭାଗ।
ପ୍ରବଳ ବର୍ଷା ନେଇ ଜିଲ୍ଲାପାଳଙ୍କୁ ସତର୍କ କରାଇଛନ୍ତି ସ୍ବତନ୍ତ୍ର ରିଲିଫ୍ କମିଶନର। ମାଟି ଘର ଭାଙ୍ଗିବା ସହ ତଳିଆ ଅଞ୍ଚଳରେ ପାଣି ଜମିପାରେ। କିଛି ନଦୀରେ ଜଳପତ୍ତନ ବୃଦ୍ଧି ଘଟିବା ଆଶଙ୍କା ଥିବାରୁ ଆବଶ୍ୟକୀୟ ପଦକ୍ଷେପ ନେବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସେପଟେ ମୟୂରଭଞ୍ଜରେ ଲଗାଣ ବର୍ଷା ଯୋଗୁଁ ବଡବିଲ ଗାଁରେ ଭୁଶୁଡି ପଡିଛି ଘର।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
ଅର୍ଗସ ବ୍ୟୁରୋ: ଲଗାଣ ବର୍ଷା ଯୋଗୁଁ ବେହାଲ୍ ମୟୂରଭଞ୍ଜ ଜିଲ୍ଲା । ବର୍ଷା ଯୋଗୁଁ ବୁଢ଼ାବଳଙ୍ଗ, ସୁବର୍ଣ୍ଣରେଖା ଓ ଜଳକା ନଦୀର ଜଳସ୍ତର କ୍ରମାଗତ ଭାବେ ବଢ଼ିବାରେ ଲାଗିଛି । ବିଶେଷ କରି ଜଳକାର ଜଳସ୍ତର ଉପରେ ପ୍ରବାହିତ ହେଉଛି । ବୁଢ଼ାବଳଙ୍ଗ ନଦୀର ଜଳସ୍ତର ୮.୧୩ ମିଟର ରହିଥିବାବେଳେ ଜଳସ୍ତର ଏବେ ୩.୧୦ମିଟର ରହିଛି । ସୁବର୍ଣ୍ଣରେଖାରେ ଜଳସ୍ତର ୧୦.୩୬ ମିଟର ରହିଥିବାବେଳେ ଜଳସ୍ତର ଏବେ ୫.୬୨ ମିଟର ରହିଛି । ବର୍ଷାକୁ ଦୃଷ୍ଟିରେ ରଖି ଜଳକା ନଦୀ ସଂଲଗ୍ନ ମୋରଡ଼ା ଓ ରାସଗୋବିନ୍ଦପୁର ବ୍ଲକର ଜନସାଧାରଣଙ୍କୁ ଉଚ୍ଚ ସ୍ଥାନରେ ଆଶ୍ରୟ ନେବାକୁ ସଚେତନ କରାଯାଇଛି। ବିପଦସଙ୍କୁଳ ଘରେ ନ ରହିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସତର୍କ କରାଯାଇଛି ।
ଅପରପକ୍ଷେ, ବୁଢ଼ାବଳଙ୍ଗ ନଦୀ ଉପରମୁଣ୍ଡରେ ବର୍ଷା ଯୋଗୁଁ ନଦୀ ଜଳସ୍ତର ବୃଦ୍ଧି ଆଶଙ୍କାରେ ପ୍ରଶାସନ ପକ୍ଷରୁ ଡାକବାଜି ଯନ୍ତ୍ରରେ ବାରିପଦାର ନଦୀ ସଂଲଗ୍ନ ତଳି ଅଞ୍ଚଳ ଲୋକଙ୍କୁ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର ପାଇଁ ସୂଚନା ପ୍ରଦାନ କରାଯାଇଛି । ଜିଲ୍ଲାପାଳ ହେମକାନ୍ତ ସାଏ ଅନ୍ୟ ଅଧିକାରୀଙ୍କ ସହ ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି । ଲଗାଣ ବର୍ଷା ଯୋଗୁଁ କାନ୍ଥ ପଡ଼ି ଜିଲ୍ଲାରେ ୨ଜଣଙ୍କ ମୃତ୍ୟୁ ହୋଇଛି। ମୃତକ ଦୁଇ ଜଣ ହେଲେ, ରାଇରଙ୍ଗପୁର ବ୍ଲକ ଅଞ୍ଚଳ ବଡ଼ବିଲ ଗାଁର ପାଙ୍ଗଳା ପିଙ୍ଗୁଆ ଓ ଗୋପବନ୍ଧୁନଗର ବ୍ଲକ ଜୟପୁର ପଞ୍ଚାୟତ ମାର୍ସିଗାଁ ଗ୍ରାମର ଝୁନୁ ବିନ୍ଧାଣୀ।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
ଅର୍ଗସ ବ୍ୟୁରୋ: ଲଘୁଚାପ ଜନିତ ବର୍ଷା ଯୋଗୁଁ ବିପଦ ସଙ୍କେତ ଟପିଲା ଜଳକା ନଦୀ। ବାଲେଶ୍ବର ଜିଲ୍ଲା ବସ୍ତା ବ୍ଲକ ମଥାନୀ ଠାରେ ନଦୀର ବିପଦ ସଙ୍କେତ 6.50 ମିଟର ରହିଥିବାବେଳେ ସକାଳ 7ଟା ସୁଦ୍ଧା ଜଳସ୍ତର ବୃଦ୍ଧି ପାଇ 6.68 ମିଟରରେ ପ୍ରବାହିତ ହେଉଛି । ବଙ୍ଗୋପସାଗରେ ସୃଷ୍ଟ ଲଘୁଚାପ ଯୋଗୁଁ ଗତ ଦୁଇଦିନ ଧରି ବାଲେଶ୍ବର ସମେତ ଜଳକା ନଦୀର ଉପରମୁଣ୍ତ ପଡୋଶୀ ମୟୁରଭଞ୍ଜ ଜିଲ୍ଲାରେ ପ୍ରବଳ ବର୍ଷା ଲାଗି ରହିଛି ।
ରାସଗୋବିନ୍ଦପୁର, ମୋରଡା, ଶୁଳିଆପଦା, ଚିତ୍ରଡା ଅଞ୍ଚଳରେ ପ୍ରବଳ ବର୍ଷା କାରଣରୁ କ୍ରମଶଃ ବୃଦ୍ଧି ପାଉଛି ନଦୀର ଜଳସ୍ତର। ନଦୀର ଜଳସ୍ତର ବୃଦ୍ଧି ପାଉଥିବା ଯୋଗୁଁ ବନ୍ୟା ପରିସ୍ଥିତି ସୃଷ୍ଟି ହେଇଛି। ଏକ ହଜାରରୁ ଉର୍ଦ୍ଧ୍ବ ହେକ୍ଟର ଚାଷ ଜମିରେ ବନ୍ୟା ପାଣି ପଶିଥିବାବେଳେ 30ରୁ ଅଧିକ ଗାଁ ପାଣି ଘେରରେ ରହିଛନ୍ତି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର