ଘର
ଓଡ଼ିଶା
ଗୋଷ୍ଠୀ ସଂଘର୍ଷ ଘଟଣାରେ ଫେରୁଛି ଶାନ୍ତି, ପୌରାଞ୍ଚଳରେ କର୍ଫ୍ୟୁ ବଳବତ୍ତର ରହିବ
ଗୋଷ୍ଠୀ ସଂଘର୍ଷ ଘଟଣାରେ ଫେରୁଛି ଶାନ୍ତି, ପୌରାଞ୍ଚଳରେ କର୍ଫ୍ୟୁ ବଳବତ୍ତର ରହିବ
by Banajyotshna Ray
ଅର୍ଗସ ବ୍ୟୁରୋ: ବାଲେଶ୍ୱର ସୁନହଟ ଅଞ୍ଚଳରେ ଗୋଷ୍ଠୀ ସଂଘର୍ଷ ଘଟଣାରେ ଫେରୁଛି ଶାନ୍ତି । ଆଜି ମଧ୍ୟରାତ୍ର ପର୍ଯ୍ୟନ୍ତ ସମଗ୍ର ବାଲେଶ୍ୱର ପୌରାଞ୍ଚଳରେ କର୍ଫ୍ୟୁ ବଳବତ୍ତର ରହିବ । ସାରା ସହରକୁ ଏବେ ୪୩ ପ୍ଲାଟୁନ୍ ପୁଲିସ ଫୋର୍ସ ଜଗି ରହିଛନ୍ତି । ଜରୁରୀ କାମ ନଥିଲେ ଘରୁ ନବାହାରିବା ପାଇଁ ପ୍ରଶାସନ ପକ୍ଷରୁ ଅପିଲ୍ କରାଯାଇଛି । ସେହିପରି ସୋସିଆଲ ମିଡ଼ିଆରେ ବିଶୃଙ୍ଖଳା ସୃଷ୍ଟିକାରୀ ମନ୍ତବ୍ୟ ଆସୁଥିବାରୁ ସୋସିଆଲ ମିଡିଆ ବ୍ୟବହାର ଉପରେ ରୋକ୍ ଲଗାଯାଇଛି । ଆସନ୍ତାକାଲି ସକାଳ 10ଟା ପର୍ଯ୍ୟନ୍ତ କଟକଣା ବଳବତ୍ତର ରହିବ ।
ବାଲେଶ୍ୱର ପୌରାଞ୍ଚଳରେ ଶାନ୍ତି ବଜାୟ ରଖିବାକୁ ରାଜ୍ୟ ଗୃହ ବିଭାଗର ଅପିଲ୍ କରିଛି । ହିଂସା ଘଟଣାରେ ଉଭୟ ଗୋଷ୍ଠୀର 44 ଜଣଙ୍କୁ ଅଟକ ରଖିଛି ପୋଲିସ । ସେପଟେ ସହରରେ ଶାନ୍ତି ପ୍ରତିଷ୍ଠା ପାଇଁ ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ବିଧାୟକ ମାନସ ଦତ୍ତ ଜନସାଧାରଣଙ୍କୁ ନିବେଦନ କରିଛନ୍ତି ।
ଅଧିକ ପଢ଼ନ୍ତୁ ଓଡିଶା ଖବର: