ସେପଟେ ସାଇବର କମ୍ପ୍ଲେକ୍ସରେ ପୋଲିସ ମହାନିର୍ଦ୍ଦେଶକ ୱାଇବି ଖୁରାନିଆ -ଡିଜିପି ଓ କ୍ରାଇମବ୍ରାଞ୍ଚ ଏଡିଜିଙ୍କ ଅରୁଣ ବୋଥ୍ରାଙ୍କ ମଧ୍ୟରେ ଆଲୋଚନା ହେଉଛି । ଭରତପୁର ଘଟଣାରେ କ୍ରାଇମବ୍ରାଞ୍ଚ ଏଡିଜିଙ୍କ ସହ ଆଲୋଚନା ହେଉଥିବା ନେଇ ସୂଚନା ରହିଛି ।
ଅଭିଯୋଗ ସତ ନା ଭାଇରାଲ ଭିଡିଓ ସତ ? ରାଜଧାନୀରେ ଥାନା ଭିତରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ପୋଲିସର ନିର୍ଯାତନା ମାମଲା ଦିନକୁ ଦିନ ଗୋଳ ମାଳିଆ ହେବାରେ ଲାଗିଛି । ଆଉ ଏହାରି ଭିତରେ ଅଭିଯୋଗ ପଛର ସତ ଖୋଜୁଛି କ୍ରାଇମବ୍ରାଞ୍ଚ । ଏଥିପାଇଁ ନିଲମ୍ବିତ 5 ପୋଲିସ କର୍ମଚାରୀଙ୍କ ସହ ମେଜର ଗୁରୁବଂଶ ସିଂ ଓ ବାନ୍ଧବୀଙ୍କର ଲାଏ ଡିଟେକ୍ସନ ଟେଷ୍ଟ ହେବ ବୋଲି ସୂଚନା ମିଳିଛି ।
ଏଥିପାଇଁ କୋର୍ଟକୁ ଚିଠି ଲେଖିବ କ୍ରାଇମ ବ୍ରାଞ୍ଚ । ସେପଟେ ଆଜି ଦ୍ଵିତୀୟ ଥର 120 ବାଟାଲିଆନ ଯାଇ ମେଜର ଓ ତାଙ୍କ ବାନ୍ଧବୀଙ୍କ ବୟାନ ରେକର୍ଡ କରିଛି କ୍ରାଇମ ବ୍ରାଞ୍ଚ ଟିମ । ମାମଲାରେ ତଦନ୍ତର ଅଗ୍ରଗତି ନେଇ କ୍ରାଇମବ୍ରାଞ୍ଚ ଅଧିକାରୀଙ୍କ ସହ ପୋଲିସ ଡିଜି ଆଲୋଚନା କରିଥିଲେ । ତେବେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ତଦନ୍ତ ପରିସର ଭୁକ୍ତ କରିବାକୁ ଦାବି କରି କମିଶନରଙ୍କୁ ଭେଟିବା ସହ 120 ବାଟାଲିଆନ ଆଗରେ ବିରୋଧ ପ୍ରଦର୍ଶନ କରିଛନ୍ତି ନିଲମ୍ବିତ ପୋଲିସଙ୍କ ପରିବାର ଓ କିଛି ସାମାଜିକ ସଂଗଠନ ।
ଆହୁରି ପଢନ୍ତୁ ଓଡିଶା ଖବର...