ବିଜେଡି ସାଂସଦଙ୍କ ଏଭଳି ବୟାନକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି କବି ରାମକୃଷ୍ଣ ନନ୍ଦଙ୍କର ପରିବାର ଲୋକେ। କହିଛନ୍ତି ମୁନ୍ନା ଖାଁ ଓଡ଼ିଆ ଭାଷା, ଜାତି, ଓଡ଼ିଆ ସାହିତ୍ୟ ଓ ହିନ୍ଦୁ ଧର୍ମକୁ ଅପମାନ କରିଛନ୍ତି। ଏଥିପାଇଁ ତାଙ୍କୁ କ୍ଷମା ମାଗିବାକୁ ହେବ।
କବି ରାମକୃଷ୍ଣ ନନ୍ଦଙ୍କ ଲିଖିତ ଆହେ ଦୟାମୟ ବିଶ୍ବ ବିହାରୀ ଓଡ଼ିଶାର ଘରେ ଘରେ ପରିଚିତ । ସାରା ରାଜ୍ୟର ସ୍କୁଲ ଗୁଡ଼ିକରେ ଏହି ପ୍ରାର୍ଥନା ବହୁଳ ଭାବେ ଗାନ କରାଯାଏ । ଯେଉଁଥିରେ ଭରି ରହିଛି ଈଶ୍ବର ଭକ୍ତି, ଈଶ୍ବରଙ୍କ ପ୍ରତି ଉତ୍ସର୍ଗ, ତ୍ୟାଗ, ସେବା, ସମର୍ପଣ, ଜନ କଲ୍ୟାଣ, ଭଲ ଆଚରଣ ଆଦି ଭାବ । ସ୍କୁଲ ପିଲାଙ୍କ ଭିତରେ ପିଲାବେଳୁ ଅନେକ ସଂସ୍କାରମୂଳକ ଗୁଣର ସଂଚାର କରିଥାଏ ଏହି ପ୍ରାର୍ଥନା। କିନ୍ତୁ ଦୁର୍ଭାଗ୍ୟର କଥା ଏହାର ମର୍ମକୁ ବୁଝିନାହାନ୍ତି ବିଜେଡି ସାଂସଦ । ଅଭିଯୋଗ ହୋଇଛି ମୁନ୍ନା ଖାଁ ମନଇଚ୍ଛା ଆହେ ଦୟାମୟ ପ୍ରାର୍ଥନାର ଭାବାର୍ଥ ବାହାର କରି ବିକୃତ କରିଛନ୍ତି । ବିଜେଡି ସାଂସଦଙ୍କ ଏମିତି ମନ୍ତବ୍ୟର ତୀବ୍ର ବିରୋଧ କରିବା ସହ କ୍ଷମା ପ୍ରାର୍ଥନା ଦାବି କରିଛନ୍ତି ନବରଙ୍ଗପୁର ଜିଲ୍ଲା ବିଜେପି ସଭାପତି ଜଗଦୀଶ ବିଶୋୟୀ ।
ପ୍ରଶ୍ନ ହେଲା ଆହେ ଦୟାମୟ ଭଳି ପ୍ରାର୍ଥନା ବାବଦରେ ଏଭଳି ମନ୍ତବ୍ୟ ଦେବାକୁ ମୁନ୍ନା ଖାଁ କିଏ ? ମୁନ୍ନା ଖାଁ କଣ ଭୁଲିଯାଉଛନ୍ତି ସେ ଜଣେ ଖାଁ ? ମହାନ କବି ରାମକୃଷ୍ଣଙ୍କର ମହାନ ଭାବନାକୁ ମୁନ୍ନା ଖାଁ କାହିଁକି କଲେ ବଦନାମ ?
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର