Videos
|
Odisha

'ଆଦିବାସୀଙ୍କ ଅଭିଶାପରେ ବିଜେଡ଼ି ସରକାର ଜଳି ପୋଡ଼ି ଛାରଖାର ହୋଇଯିବେ'

Smruti Parija
Browse all articles by Smruti Parija
·2 years ago·2 min read
'ଆଦିବାସୀଙ୍କ ଅଭିଶାପରେ ବିଜେଡ଼ି ସରକାର ଜଳି ପୋଡ଼ି ଛାରଖାର ହୋଇଯିବେ'

ଭୁବନେଶ୍ୱର:  ଆର୍ଟିକିଲ 244(1) ଅନୁସାରେ ଆଦିବାସୀଙ୍କ ଜମି ଅଣଆଦିବାସୀମାନଙ୍କୁ ବିକ୍ରି କରାଯାଇପାରିବ ନାହିଁ । କିନ୍ତୁ ରାଜ୍ୟ ସରକାର ଏହାକୁ ଉଲଂଘନ କରି ଆଦିବାସୀ ବିରୋଧୀ ହୋଇଯାଇଛନ୍ତି । ଆଦିବାସୀଙ୍କ ଜମି ସୁରକ୍ଷିତ ନାହିଁ । ଶିଳ୍ପ ଏବଂ ଖଣି ଉତ୍ତୋଳନ ନାଁରେ ଆଦିବାସୀଙ୍କ ଜମିକୁ ହଡ଼ପ କରି ନିଆଯାଉଛି ବୋଲି ଅଭିଯୋଗ କରିଛି ବିଜେପି । 

ବିଜେପି ମୋସନ ଆଣିଥିଲା । ସରକାର ଯଦି କ୍ୟାବିନେଟ୍ ନିଷ୍ପତି ନକରନ୍ତି ପ୍ରତ୍ୟାହାର, ଜମି ହରାଇ ଅନୁସୂଚିତ ଜନଜାତି ଛାରଖାର ହୋଇଯିବେ । ଗୃହର ସମସ୍ତ କାର୍ଯ୍ୟକୁ ବନ୍ଦ କରି ଏହି ପ୍ରସଙ୍ଗକୁ ସ୍ଵତନ୍ତ୍ର ଭାବେ ଆଲୋଚନା କରିବା ପାଇଁ ବିଜେପି ପ୍ରସ୍ତାବ ଦେଇଥିଲା । କିନ୍ତୁ ବାଚସ୍ପତି ଏହାକୁ ଅଗ୍ରାହ୍ୟ କରିଛନ୍ତି । 

ଆଦିବାସୀଙ୍କ ଜମି ଅଣ ଆଦିବାସୀ କିଣିବା ପାଇଁ କ୍ୟାବିନେଟ ନେଇଥିବା ନିଷ୍ପତିକୁ ବିଜେପି ବିରୋଧ କରୁଛି । ଏହା ଉପରେ ସରକାର ସ୍ଥଗିତାଦେଶ ଜାରି କରିଛନ୍ତି । କିନ୍ତୁ ଏହାକୁ ସଂପୂର୍ଣ୍ଣ ପ୍ରତ୍ୟାହାର କରିବା ପାଇଁ ବିଜେପି ଦାବି କରୁଛି । କିଛି ଦିନ ପାଇଁ ସ୍ଥଗିତ କରି ସରକାର ପୁଣି ଲାଗୁ କରିବେ ବୋଲି ଆଶଙ୍କା କରିଛି ବିଜେପି । ଏଥିରେ ରାଜ୍ୟ ସରକାରଙ୍କର ବଡ ଚକ୍ରାନ୍ତ ଏବଂ ଷଡ଼ଯନ୍ତ୍ର ଅଛି । ଏଭଳି ସମ୍ବେଦନଶୀଳ ପ୍ରସଙ୍ଗରେ ସରକାର ବିଚାର ନକଲେ ଆଗାମୀ ଦିନରେ ଆଦିବାସୀମାନେ ଭୂମିହୀନ ଓ କାଙ୍ଗାଳ ହୋଇଯିବେ । ସେମାନଙ୍କ ଜୀବନ ଜୀବିକା ଠପ୍ ହୋଇଯିବ ବୋଲି କହିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ।

ସେପଟେ କଂଗ୍ରେସ ମଧ୍ୟ ସମାନ ଅଭିଯୋଗ ଆଣିଛି ।  କ୍ୟାବିନେଟରେ ହୋଇଥିବା ନିଷ୍ପତ୍ତି ସଂପୂର୍ଣ୍ଣ ଭାବେ ଆଦିବାସୀ ମାରଣ ନୀତି । ଆଦିବାସୀଙ୍କ ଜମି ବନ୍ଧକ ରଖି ଋଣ ଆଣିବା ନିଷ୍ପତିକୁ କଂଗ୍ରେସ ସ୍ବାଗତ କରୁଛି । କିନ୍ତୁ ବିକ୍ରି କରିବା ପାଇଁ ହୋଇଥିବା ନିଷ୍ପତିକୁ ବିରୋଧ କରୁଛି ଦଳ । ଆଦିବାସୀଙ୍କ ଜମି କିଣିବା ପାଇଁ ଆନ୍ଧ୍ରରୁ ଦଲାଲ ମାନେ ଆସୁଛନ୍ତି । ଶହ ଶହ ଏକର ଜମି କୋରାପୁଟ ଜିଲ୍ଲାରେ ମାଡ଼ି ବସିଛନ୍ତି । ଏହାକୁ କଂଗ୍ରେସ ବିରୋଧ କରୁଛି । କେନ୍ଦ୍ର ସରକାର କଂଗ୍ରେସ ଶାସନ ସମୟରେ ପେଶା ଆଇନ ପ୍ରଣୟନ କରିଥିଲେ । କିନ୍ତୁ ଓଡ଼ିଶା ସରକାର ପେଶା ଆଇନ ଲାଗୁ କରୁନାହାନ୍ତି । ଯଦି ଆଦିବାସୀଙ୍କ ପାଇଁ ଦରଦ ଅଛି ତେବେ ପେଶା ଆଇନ ଲାଗୁ କରନ୍ତୁ ରାଜ୍ୟ ସରକାର । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସେପଟେ ରାଜସ୍ୱ ମନ୍ତ୍ରୀ ସୁଦାମ ମାରାଣ୍ଡି କହିଛନ୍ତି ଆଦିବାସୀ ଜମି ହସ୍ତାନ୍ତର ନେଇ ସରକାରଙ୍କ କ୍ୟାବିନେଟ ନିଷ୍ପତ୍ତି ଯେମିତି matured ହେବା କଥା ସେମିତି ହୋଇ ନାହିଁ । ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ଏହି ନିଷ୍ପତ୍ତି କୁ ସ୍ଥଗିତ ରଖିଛନ୍ତି । 

ଆହୁରି ପଢନ୍ତୁ ଓଡିଶା ଖବର...