ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ: ଶପଥ ନେଲେ ଭର୍ତ୍ତୃହରି ମହତାବ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶପଥ ପାଠ କରାଇଲେ। କାମଚଳା ବଚସ୍ପତି ଭାବେ ଶପଥ ନେଲେ ଭର୍ତ୍ତୃହରି ମହତାବ। ଲଗାତାର ୭ ଥର ସାଂସଦ ଭର୍ତ୍ତୃହରି ମହତାବ। ନୂଆ ସାଂସଦଙ୍କୁ ଶପଥ କରାଇବେ କାମଚଳା ବାଚସ୍ପତି।ପ୍ରୋ-ଟେମ ସ୍ପିକର ସୋମବାର ଏବଂ ମଙ୍ଗଳବାର ନବନିର୍ବାଚିତ ସାଂସଦଙ୍କୁ ଶପଥ ପାଠ କରାଇବେ। ଜୁନ ୨୬ ତାରିଖରେ ଲୋକସଭା ବାଚସ୍ପତି ନିର୍ବାଚନ ହେବ। ଜୁନ ୨୪ରୁ ଆରମ୍ଭ ହୋଇ ଏହା ଜୁଲାଇ ୩ ତାରିଖ ପର୍ଯ୍ୟନ୍ତ ଚାଲିବ । ୧୦ ଦିନରେ ୮ଟି କାର୍ଯ୍ୟ ଦିବସ ରହିଛି।
ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପ୍ରଚାର ମଧ୍ୟରେ କଂଗ୍ରେସକୁ ବଡ଼ ଝଟ୍କା ଲାଗିଛି। ତାଙ୍କ ପିତାଙ୍କ ପଥ ଅନୁସରଣ କରି ବରିଷ୍ଠ କଂଗ୍ରେସ ନେତା ବାବା ସିଦ୍ଦିକିଙ୍କ ପୁଅ ଜିଶାନ ସିଦ୍ଦିକି ଶୁକ୍ରବାର ଏନସିପି ଅଜିତ ପାୱାର ଦଳରେ ଯୋଗ ଦେଇଛନ୍ତି। ଅଜିତ ପାୱାର ଏନସିପି ଦଳରେ ଯୋଗଦେବା ମାତ୍ରେ ଦଳ ତାଙ୍କୁ ଟିକେଟ ଦେବାକୁ ଘୋଷଣା କରିଥିଲେ। ଏଥର ମଧ୍ୟ ସେ ତାଙ୍କ ପୁରୁଣା ବିଧାନସଭା ନିର୍ବାଚନମଣ୍ଡଳୀ ବାନ୍ଦ୍ରା ଇଷ୍ଟରୁ ନିର୍ବାଚନ ଲଢିବେ। ଜିଶାନ ଏବେ କଂଗ୍ରେସ ବିଧାୟକ ରହିଛନ୍ତି। କଂଗ୍ରେସ ତାଙ୍କୁ ଦଳରୁ ବହିଷ୍କାର କରିଥିଲା।
ବାନ୍ଦ୍ରା ପୂର୍ବ ବିଧାୟକ ଜିଶାନଙ୍କ ସହ ଏନସିପି ଅଜିତ ପାୱାର ଦଳରେ ଆଉ ଚାରିଜଣ ନେତା ଯୋଗ ଦେଇଛନ୍ତି। ଏହି ନେତାଙ୍କ ମଧ୍ୟରେ ତସଗାଓଁ କଭାଥେରୁ ସଞ୍ଜୟ କାକା ପାଟିଲ, ୱାରୁଦ ମୁର୍ସିରୁ ଦେବେନ୍ଦ୍ର ଭୁୟାର, ଇସଲାମପୁରର ନିଶିକାନ୍ତ ପାଟିଲ ଏବଂ ପୂର୍ବତନ ଭାଜପା ଏମ୍ପି ତଥା ଲୋହା କାନ୍ଦାହାରର ପ୍ରତାପ ଚିଖଲିକର ଅଛନ୍ତି।
ଅଜିତ ପାୱାର ଦଳରେ ଯୋଗଦେବା ପରେ ଜିଶାନ କହିଛନ୍ତି, ଏନସିପି ସହ କାମ କରିବା କିଛି ନୂଆ କଥା ନୁହେଁ। ପୂର୍ବ ନିର୍ବାଚନରେ ଆମେ ଏନସିପି ସହିତ କାମ କରିଥିଲୁ। ବର୍ତ୍ତମାନ ଏପ୍ସିପିରେ କାମ କରବାକୁ ଆହୁରି ଇଚ୍ଛୁକ।
ଅଧିକ ପଢ଼ନ୍ତୁ ଭାରତ ଖବର
ଅର୍ଗସ ବ୍ୟୁରୋ: ଖଲ୍ଲିକୋଟ ଥାନା ଅନ୍ତର୍ଗତ ଆଇତିପୁର ପଞ୍ଚାୟତର ବଡଖେତା ଗ୍ରାମର ରାଜେଶ ମିଶ୍ର ଓରଫ ମୁନା ଆଜି ଆଇତିପୁର ଗ୍ରାମରୁ ଏକ ସ୍କୁଟି ଚଲାଇ ଦେବୀଝର ଅଭିମୁଖେ ଯାଉଥିଲେ। ତେବେ ଦେବୀଝର କେନାଲ ନିକଟରେ ତାଙ୍କ ମୃତ ଦେହ ସହିତ ସ୍କୁଟି ପଡିଥିବା ସେହି ରାସ୍ତା ଦେଇ ଯାଉଥିବା ସ୍ଥାନୀୟ ଲୋକେ ଦେଖି ପରିବାର ଲୋକଙ୍କୁ ଜଣାଇଥିଲେ।
ପରିବାର ଲୋକେ ଓ ସଂପର୍କୀୟ ମାନେ ଘଟଣା ସ୍ଥଳରେ ପହଞ୍ଚି ପୋଲିସକୁ ଜଣାଇଥିଲେ। ପୋଲିସ ପହଞ୍ଚି ଶବକୁ ଜବତ କରିବା ସହ ବ୍ୟବଛେଦ ପାଇଁ ଖଲ୍ଲିକୋଟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ରଖିଛି। ତାଙ୍କର ସଡକ ଦୁର୍ଘଟଣା ଯୋଗୁଁ ମୃତ୍ୟୁ ହୋଇଥିବା ପୋଲିସ ସନ୍ଦେହ କରୁଛି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
ଅର୍ଗସ ବ୍ୟୁରୋ: ପୁଣେର ମହାରାଷ୍ଟ୍ର କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମ୍ରେ ଖେଳାଯାଉଛି ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ । ଶୁକ୍ରବାର ମ୍ୟାଚ୍ର ଦ୍ୱିତୀୟ ଦିନରେ କିଓ୍ୱି ବୋଲରଙ୍କ ଆଗେ ଧରାଶାୟୀ ହୋଇଥିଲେ ଟିମ୍ ଇଣ୍ଡିଆ ବ୍ୟାଟର । ପ୍ରଥମ ଇଂନିସ ହାରିବା ପରେ ଦ୍ୱିତୀୟ ସିଜନକୁ କମ୍ବ୍ୟାକ୍ କରିବାକୁ ଚେଷ୍ଟ କରିଥିଲା ରୋହିତ ବ୍ରିଗେଡ ।
ଭାରତୀୟ ଦଳର ସବୁଠୁ ବଡ ଆଶା ଥିଲା ଷ୍ଟାର ବ୍ୟାଟ୍ସମ୍ୟାନ୍ ତଥା ପୂର୍ବତନ ଅଧିନାୟକ ବିରାଟ କୋହଲି ଓ ରୋହିତ ଓ କ୍ୟାପଟେନ୍ଙ୍କ ଉପରେ । କିନ୍ତୁ ସେ କରିଥିଲେ ନିରାଶ । ମୈଦାନରେ ଚାଲିନଥିଲା ଏମାନଙ୍କ ଯାଦୁ । ୯ ବଲର ସମ୍ମୁଖୀନ ହୋଇ ବିରାଟ କୋହଲି ମାତ୍ର ଗୋଟିଏ ରନ୍ ସ୍କୋର କରିଥିଲେ । ଇନିଂସର ୨୪ ତମ ଓଭରରେ କିଙ୍ଗ କୋହଲିଙ୍କୁ ବାମହାତୀ ସ୍ପିନର ମିଚେଲ ସାଣ୍ଟନରଙ୍କ ସ୍ପିନର ଶିକାର ହୋଇଥିଲେ । କୋହଲି ମିଡିଲ ଷ୍ଟମ୍ପ ଆଡକୁ ଯିବାବେଳେ ଭୁଲ ଲାଇନରେ ଲୋୟର ଫୁଲ୍ ଟସ୍ ବଲ୍ ଖେଳିଥିଲେ ।
କୋହଲି ଏସୀୟ ପିଚ୍ରେ ଅନେକ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି। ୨୦୨୧ରେ ତାଙ୍କ ଟେଷ୍ଟ ରେକର୍ଡକୁ ଦେଖିଲେ, ସ୍ପିନ ବିପକ୍ଷରେ ତାଙ୍କ ରେକର୍ଡ ବହୁତ ଖରାପ ହୋଇଛି। କୋହଲି ୨୦୨୧ ପରଠାରୁ ଏସିଆରେ ସ୍ପିନ ବିପକ୍ଷରେ ୨୧ ଥର ଆଉଟ ହୋଇଛନ୍ତି। ଗତ କିଛି ବର୍ଷ ମଧ୍ୟରେ ସ୍ପିନ ବିପକ୍ଷରେ କୋହଲି ଏକ ନିରାଶାଜନକ ପ୍ରଦର୍ଶନ କରିଛନ୍ତି। ବେଙ୍ଗାଲୁରୁ ଟେଷ୍ଟରେ ମଧ୍ୟ କୋହଲି ସମାନ ଢଙ୍ଗରେ ଆଉଟ ହୋଇଥିଲେ। ସେ ବେଙ୍ଗାଲୁରୁ ଟେଷ୍ଟରେ ୭୦ ରନ ସ୍କୋରରେ ବ୍ୟାଟିଂ କରୁଥିଲେ। କିନ୍ତୁ ତା’ପରେ ନ୍ୟୁଜିଲାଣ୍ଡର ସ୍ପିନର ଗ୍ଲେନ ଫିଲିପ୍ସ ତାଙ୍କ ଉଇକେଟ୍ ନେଇଥିଲେ।
କୋହଲିଙ୍କ ପାଇଁ ସବୁଠାରୁ ବଡ ସମସ୍ୟା ହେଉଛି left handed orthodox ସ୍ପିନ୍ ବୋଲର ମିଚେଲ ସାଣ୍ଟନରଙ୍କ ପରି ବୋଲରମାନେ ତାଙ୍କୁ ବହୁତ ଅସୁବିଧାରେ ପକାନ୍ତି। କୋହଲି ୨୦୨୧ ପରଠାରୁ ସ୍ପିନରଙ୍କ ବିପକ୍ଷରେ ୨୬ଟି ଇନିଂସରେ ୨୧ ଥର ଆଉଟ ହୋଇଛନ୍ତି। ଏହି ଅବଧି ମଧ୍ୟରେ, left handed orthodox ସ୍ପିନରମାନେ ତାଙ୍କୁ ୧୦ଥର ଆଉଟ୍ କରିଛନ୍ତି। ତାଙ୍କ ବିପକ୍ଷରେ କୋହଲିଙ୍କ ଷ୍ଟ୍ରାଇକରେଟ ହାରାହାରି ୨୭.୧୦% ରହିଛି।
ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର