ଅର୍ଗସ ବ୍ୟୁରୋ: ଗଭୀର ଖାଇ ଭିତରକୁ ଖସିଲା ବସ୍ । ଫଳରେ ଏବେ ସୁଦ୍ଧା 30 ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇଥିବା ସୂଚନା ରହିଛି । ଜମ୍ମୁକାଶ୍ମୀର ଦୋଡା ଜିଲ୍ଲାରେ ଏହି ଭୟଙ୍କର ଦୁର୍ଘଟଣା ଘଟିଛି । ଯାତ୍ରୀବାହୀ ବସଟି କିସ୍ତୱାଡ୍ ରୁ ଜମ୍ମୁ ଅଭିମୁଖେ ଯାଉଥିଲା । ଅସର ଅଞ୍ଚଳର ତୁଙ୍ଗରରେ ବସଟି 250 ମିଟର ଖାଇକୁ ଖସି ପଡିଛି । ଏବେ ସୁଦ୍ଧା 30 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଆଗକୁ ମୃତ୍ୟୁ ସଂଖ୍ୟା ଆହୁରି ବଢିପାରେ ବୋଲି କୁହାଯାଉଛି । ସେପଟେ ସ୍ଥାନୀୟ ଲୋକ ଦୋଡା ପୋଲିସ୍ କଣ୍ଟ୍ରୋଲ୍ ରୁମ୍ କୁ ଖବର ଦେବା ପରେ ପୋଲିସ ପହଞ୍ଚିଛି । ଉଭୟ ପୋଲିସ ଓ ସ୍ଥାନୀୟ ଲୋକଙ୍କ ସହଯୋଗରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।
ଅର୍ଗସ ବ୍ୟୁରୋ: ୩ ପରିବାରର ଖଣି ଲୁଟର ଶିକାର ଗରିବ ଶ୍ରମିକ । ଡଙ୍କାରୀରେ ବେଆଇନ୍ ଖଣି ଉତ୍ତୋଳନ ନେଲା 3 ଶ୍ରମିକଙ୍କ ଜୀବନ । 3 ଦିନ ପୂର୍ବରୁ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଥିବାବେଳେ ଗତକାଲି ଆଉ 2 ଜଣ ଶ୍ରମିକଙ୍କ ମୃତଦେହ ଉଦ୍ଧାର ହୋଇଛି । ଡଙ୍କାରୀରେ ବେଆଇନ୍ ବିସ୍ଫୋରଣ ଗୋଟିଏ ପରେ ଗୋଟିଏ ମୁଣ୍ଡ ନେଉଛି । କଳାପଥର ତଳେ ପୋତି ହୋଇ 3 ଶ୍ରମିକଙ୍କ ଜୀବନ ଯାଇଛି । ବିଜେଡିର ୩ ବାହୁବଳୀ ବିଧାୟକଙ୍କ ଛତ୍ରଛାୟା ତଳେ ଚାଲିଛି ବେଆଇନ ଭାବେ ଡଙ୍କାରୀ ଲୁଟ୍ ।
ଧର୍ମଶାଳା ତହସିଲ ଅନ୍ତର୍ଗତ ଡଙ୍କାରୀ କଳାପଥର ଖାଦାନରେ ମାଟି ପଥର ଅତଡ଼ା ଖସି ଅନେକ ଶ୍ରମିକ ଫସିଥିବା ସନ୍ଦେହ କରାଯାଉଛି I ଗତ ବୁଧବାର ବିଳମ୍ବିତ ରାତିରେ ୱାଗନ ଡ୍ରିଲ କରୁଥିବା ବେଳେ ଡଙ୍କାରୀ ପାହାଡର 5/10 ଖାଦାନରେ ଘଟିଥିଲା ଅଘଟଣ I NDRFର 40 ଜଣିଆ ଦଳ ଉଦ୍ଧାର କାର୍ଯ୍ୟରେ ଏବେ ବି ଲାଗି ରହିଛି । ଜିଲ୍ଲା ପ୍ରଶାସନ, ପୋଲିସ ଓ ଅଗ୍ନିଶମ ବାହିନୀ ମଧ୍ୟ ନିୟୋଜିତ ଅଛନ୍ତି I ସମସ୍ତ ମୃତ ଶ୍ରମିକ ଅନ୍ୟ ରାଜ୍ୟର ବୋଲି ଜଣାପଡ଼ିଛି ।
ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ: ଆସନ୍ତାକାଲି ଓଡ଼ିଶାରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ । ଶନିବାର ଥମିଛି ପ୍ରଚାର । ସମସ୍ତ ବଳ ଲଗାଇ ଦେଇଛନ୍ତି ପ୍ରାର୍ଥୀ । ଜନତାଙ୍କ ମନ ଜିତିବା ସହ ବିକାଶ ଓ ନିଜ ନିଜ ମୁଦ୍ଦାକୁ ନେଇ ଲୋକଙ୍କ ନିକଟରେ ପହଞ୍ଚି ମନ ଜିତିବାକୁ ପ୍ରୟାସ କରିଛନ୍ତି । 5 ଲୋକସଭା ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗୀର, କନ୍ଧମାଳ ଓ ଆସ୍କା ଏବଂ 35 ବିଧାନସଭା ଆସନ ପାଇଁ ହେବ ଭୋଟିଂ ।
9162ଟି ମତଦାନ କେନ୍ଦ୍ରରେ ଭୋଟ ଦେବେ 79 ଲକ୍ଷ 69 ହଜାର ଭୋଟର । ନିର୍ବାଚନକୁ ଅବାଧ ନିରପେକ୍ଷ ଓ ସ୍ୱଚ୍ଛ ଭାବେ ପରିଚାଳନା କରିବା ପାଇଁ ଜିଲ୍ଲାପାଳଙ୍କ ନେତୃତ୍ବରେ ସମସ୍ତ ବ୍ୟବସ୍ଥା କରାଯାଇଛି । ଫ୍ଲାଇଙ୍ଗ ସ୍କ୍ବାଡ ସହ ବ୍ୟାପକ ପୋଲିସ ମୁତୟନ ହେବେ । ନିୟୋଜିତ ହେବେ 102 କମ୍ପାନୀ ସୁରକ୍ଷା ବାହିନୀ । 60ଟି ବୁଥରେ ହେବ ଲାଇଭ ଷ୍ଟ୍ରିମିଂ ।
ଅଧିକ ପଢ଼ନ୍ତୁ ନିର୍ବାଚନୀ ଖବର:
ଅର୍ଗସ ବ୍ୟୁରୋ: ଅସହ୍ୟ ତାତିରୁ ମିଳିବ ଆଶ୍ୱସ୍ତି । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ପ୍ରଭାବରେ ହୋଇପାରେ ବର୍ଷା । ପ୍ରାକ୍ ମୌସୁମୀ ଋତୁରେ ବାତ୍ୟା ଆକଳନ କଲା ପାଣିପାଗ ବିଭାଗ । ଆଗାମୀ 22 ତାରିଖ ବେଳକୁ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହା ପ୍ରାଥମିକ ସ୍ତରରେ ଉତ୍ତରପୂର୍ବ ଦିଗରେ ଗତିକରିବାର ସମ୍ଭାବନା ଥିବାବେଳେ, କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଆହୁରି ଘନୀଭୂତ ହୋଇ 24ରେ ଅବପାତରେ ପରିଣତ ହେବ l
ଏହା ପ୍ରଭାବରେ 24ରେ ଦକ୍ଷିଣ ଓଡ଼ିଶା ଏବଂ 25ରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି । ଆସନ୍ତା ୨୧ ତାରିଖ ଯାଏଁ ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ସ୍ୱଭାବିକଠାରୁ ୨ ରୁ ୪ ଡିଗ୍ରୀ ତାପମାତ୍ରା ଅଧିକ ରହିବ । ଉପକୂଳ ଓଡ଼ିଶାରେ ଉଷ୍ମ ଆଦ୍ର ତାପମାତ୍ରା ପରିଲକ୍ଷିତ ହେବ। ଦିନ ସମୟରେ ଆଦ୍ରତା ଅଧିକ ରହୁଥିବା ହେତୁ ଗୁଳୁଗୁଳି ଅନୁଭୁତ ହେବ । ଦକ୍ଷିଣ ଓ ଦକ୍ଷିଣ ଉପକୂଳ ଓଡ଼ିଶାର କିଛି ସ୍ଥାନରେ ଆଗାମୀ ଦୁଇ ରୁ ତିନି ଦିନ ଯାଏଁ କାଳବୈଶାଖୀ ର ସମ୍ଭାବନା ରହିଛି । ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପାଇଁ ପାଗ ଅନୁକୂଳ ରହିଛି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର: