ରାଜ୍ୟରେ ଚାଲିବ ଅଧିକରୁ ଅଧିକ ପରିବେଶ ଅନୁକୂଳ ଇଲେକ୍ଟ୍ରିକ ବସ୍ । ରାଜ୍ୟର ବିଭିନ୍ନ ଅଞ୍ଚଳରେ ଲୋକମାନେ ଅଧିକରୁ ଅଧିକ ବସ୍ ସେବା ଯେଭଳି ପାଇବେ, ସେନେଇ ନିଷ୍ପତ୍ତି ହୋଇଛି । ପ୍ରାରମ୍ଭିକ ଭାବେ ୧୦୦ ବସ୍ କିଣିବାକୁ ନିଷ୍ପତ୍ତି ହୋଇଛି ।
ଆହୁରି ପଢନ୍ତୁ ଓଡିଶା ଖବର...
ଭୁବନେଶ୍ୱର: OSRTC କାର୍ଯ୍ୟାଳୟରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା OSRTC କାର୍ଯ୍ୟର ସମୀକ୍ଷା କରିଛନ୍ତି । ଏ ଅବସରରେ ବିଭାଗୀୟ ସଚିବ ଉଷା ପାଢ଼ୀଙ୍କ ସମେତ ପରିବହନ କମିଶନର ଓ OSRTC ମୁଖ୍ୟ ଉପସ୍ଥିତ ଥିଲେ । ସମୀକ୍ଷା ବୈଠକ ପରେ ପରିବହନ ମନ୍ତ୍ରୀ କହିଛନ୍ତି, ଓଡ଼ିଶାରୁ ଦେଶର ପ୍ରମୁଖ ତୀର୍ଥ ସ୍ଥଳୀକୁ ଆରମ୍ଭ ହେବ ବସ ସେବା । ଅଯୋଧ୍ୟା, ତିରୁପତି, ମହାକାଳେଶ୍ଵର, ବାରାଣସୀ ଓ ବୃନ୍ଦାବନକୁ ଗଡିବ ବସ୍ । ପୁରୀ, ଭୁବନେଶ୍ଵର, ବ୍ରହ୍ମପୁର ଓ ରାଉରକେଲା ଭଳି ପ୍ରମୁଖ ସ୍ଥାନରୁ ଏସବୁ ତୀର୍ଥ ସ୍ଥଳୀକୁ ଚାଲିବ ବସ ।
ରାଜ୍ୟରେ ଚାଲିବ ଅଧିକରୁ ଅଧିକ ପରିବେଶ ଅନୁକୂଳ ଇଲେକ୍ଟ୍ରିକ ବସ୍ । ରାଜ୍ୟର ବିଭିନ୍ନ ଅଞ୍ଚଳରେ ଲୋକମାନେ ଅଧିକରୁ ଅଧିକ ବସ୍ ସେବା ଯେଭଳି ପାଇବେ, ସେନେଇ ନିଷ୍ପତ୍ତି ହୋଇଛି । ପ୍ରାରମ୍ଭିକ ଭାବେ ୧୦୦ ବସ୍ କିଣିବାକୁ ନିଷ୍ପତ୍ତି ହୋଇଛି ।
ଆହୁରି ପଢନ୍ତୁ ଓଡିଶା ଖବର...
ଅର୍ଗସ ବ୍ୟୁରୋ: ରୀତିଯୁଗର କବି ତଥା ଓଡିଆ ସ୍ୱାଭିମାନ ଏବଂ ଅସ୍ମିତାର ପ୍ରତୀକ ବିଦଗ୍ଧକବି ଅଭିମନ୍ୟୁ ସାମନ୍ତସିଂହାରଙ୍କ ନାମରେ ପୂର୍ବରୁ ଭୁବନେଶ୍ୱରର ସତ୍ୟନଗର ରାସ୍ତାର ନାମକରଣ ହୋଇଥିଲେ ମଧ୍ୟ ପରବର୍ତ୍ତି ସମୟରେ ପୂର୍ବ ସରକାର ଏହାକୁ ପରିବର୍ତ୍ତନ କରି ମଦର ଟେରେସା ମାର୍ଗ ରଖି ଓଡିଆ ଜାତି ଏବଂ ଏହାର ଭାଷା ସାହିତ୍ୟକୁ ଅପମାନିତ କରିଥିଲେ ଏବଂ କୂଠାରଘାତ କରିଥିଲେ। ଏହି ପ୍ରସଙ୍ଗକୁ ନେଇ ଓଡିଶାର ଲବ୍ଧ ପ୍ରତିଷ୍ଠିତ ସାହିତ୍ୟିକମାନେ ନିଜର ବ୍ୟକ୍ତିଗତ ସ୍ୱାର୍ଥ ପାଇଁ ମୁହଁ ବନ୍ଦ ରଖିଥିବା ସମୟରେ ନୂଆଦିଲ୍ଲୀର ପୁରାତନ ଏବଂ ଏକମାତ୍ର ସାହିତ୍ୟ ଅନୁଷ୍ଠାନ ପଲ୍ଲୀବାଣି ମିଶନ ପକ୍ଷରୁ ଦାବି କରାଯାଇଥିଲେ ମଧ୍ୟ ସରକାର କର୍ଣ୍ଣପାତ କରିନଥିଲେ।
ଏବେ ରାଜ୍ୟର ନୂଆ ସରକାର ଓଡିଆ ଅସ୍ମିତାକୁ ନେଇ ଯୋତେବେଳେ କ୍ଷମତାକୁ ଆସିଛି, ଏଣୁ ଦିଲ୍ଲୀ ଗସ୍ତରେ ଆସିଥିବା ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ପଲ୍ଲୀବାଣୀ ମିଶନ ପକ୍ଷରୁ ଏହାର ଅଧ୍ୟକ୍ଷ ରାମଚନ୍ଦ୍ର ନାଥ ସାକ୍ଷାତ କରି ଦାବି ଜଣାଇଛନ୍ତି ଯେ ପୂର୍ବ ସରକାରଙ୍କ ଭୁଲକୁ ସୁଧାର କରାଯାଇ ଓଡିଆ ଜାତିର ଚିର ନମସ୍ୟ ବିଦଗ୍ଧ କବି ଅଭିମନ୍ୟୁଙ୍କ ନାମରେ ପୂର୍ବରୁ ରହିଥିବା ସତ୍ୟନଗର ରାସ୍ତାକୁ ମଦର ଟେରେସା ମାର୍ଗ ପରିବର୍ତ୍ତେ ପୁନର୍ବାର ଅଭିମନ୍ୟୁଙ୍କ ନାମରେ ନାମିତ କରାଯାଇ ଏ ଜାତିର ଗୌରବକୁ ଅଘୂର୍ଣ୍ଣ ରଖାଯାଉ। ଏହା ବ୍ୟତିତ ରାଜ୍ୟରେ ଯେପରି ମଦର ବନ୍ୟା ଛୁଟିଛି ତାକୁ ନିୟନ୍ତ୍ରଣ କରାଯାଉ ଏବଂ ଗାଁ ଗହଳିରେ ଯେପରି ମଦ ସହଜଲବ୍ଧ ନହେବ ତାହା ସୁନିଶ୍ଚିତ କରି ଶହ ଶହ ପରିବାର ଉଜୁଡିବାରୁ ରକ୍ଷା କରାଯିବାକୁ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି କରାଯାଇଛି।
ଅଧିକ ପଢ଼ନ୍ତୁ ଦେଶ ଖବର:
ଅର୍ଗସ ବ୍ୟୁରୋ: କୋରାପୁଟ ନାରାୟଣପାଟଣାରେ ପୁଣି ଆଖି ବୁଜିଲେ ୫ ବର୍ଷର ଆଉ ଦୁଇ ଶିଶୁ । ଏହାକୁ ମିଶାଇ ମୃତ୍ୟୁସଂଖ୍ୟା ୬କୁ ବୃଦ୍ଧି ପାଇଛି । ଶିଶୁମୃତ୍ୟୁର କାରଣ ଖୋଜିବା ପାଇଁ ଗାଁରେ କ୍ୟାମ୍ଫ କରି ରକ୍ତନମୁନା ସଂଗ୍ରହ କରୁଛନ୍ତି ଡାକ୍ତରୀ ଦଳ । ମୃତ ଶିଶୁଙ୍କ ଭିତରେ ଜଣେ ବିକ୍ରମପୁର ଗାଁର ହୋଇଥିବାବେଳେ ଅନ୍ୟ ଜଣେ ଜାମ୍ବାଡ଼ାୱାଲ୍ସା ଗାଁର ବୋଲି ଜଣାପଡିଛି । ବ୍ରହ୍ମପୁର MKCGରେ ଚିକିତ୍ସିତ ହେଉଥିଲେ ଦୁଇ ଶିଶୁ । ସେପଟେ ନାରାୟଣପାଟଣା ଶିଶୁମୃତ୍ୟୁ ପଛରେ ଡିପଥେରିଆ ବୋଲି ପ୍ରମାଣ ହୋଇନି କହିଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ।
ରକ୍ତ ନମୁନା ପରୀକ୍ଷା ପାଇଁ ଯାଇଛି । ଆଇସୋଲେସନ୍ ଓ ସର୍ଭେଲାନ୍ସ ଚାଲିଛି । ଡିପଥେରିଆ ଲକ୍ଷଣ ଯେପରି ତଣ୍ଟି ଫୁଲିବା ଲକ୍ଷଣ ମିଳିନି । 6 ଜଣ ମୃତକଙ୍କ ମଧ୍ୟରୁ ଦୁଇ ଜଣଙ୍କ ମୃତ୍ୟୁ ନିମୋନିଆରେ ହୋଇଛି । ସେମାନଙ୍କୁ ସିକିଲ ସେଲ ରୋଗ ଥିଲା ବୋଲି କହିଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ । ପୁଣି ଡିପଥେରିଆ ନେଲା ଜୀବନ। ଗୋଟିଏ ପରେ ଗୋଟିଏ ଜୀବନ ଯାଉଛି ପିଲାଙ୍କର। ଯଥାଶୀଘ୍ର ଏହାର ରୋକିବା ଆବା୍ୟକ ହୋଇପଡିଛି।
ଆହୁରି ପଢ଼ନ୍ତୁ: ରାଜ୍ୟରେ ଡିପ୍ଥେରିଆରେ ପୁଣି ଜଣଙ୍କର ମୃତ୍ୟୁ
ଅର୍ଗସ ବ୍ୟୁରୋ: ମିଲେଟ୍ ମିଶନ ନାଁରେ ବିଜେଡି ସରକାରଙ୍କ ମିଛ ପ୍ରଚାରର ପର୍ଦ୍ଦାଫାସ କରିଥିଲା ଅର୍ଗସ । ଅନ୍ୟ ରାଜ୍ୟରୁ ମିଲେଟ୍ ଆଣି ଓଡ଼ିଶାରେ କେମିତି ପ୍ୟାକେଜିଂ କରି ବିକ୍ରି କରଯାଉଥିଲା ତାର ପ୍ରମାଣ ବି ଅର୍ଗସ କ୍ୟାମେରାରେ କଏଦ ହୋଇଥିଲା । ଏବେ ଏହି ମାମଲାର ତଦନ୍ତ କରିବ ବିଜେପି ସରକାର । ଏ ହେଉଛି ଗତ ଏପ୍ରିଲ ମାସର ଦୃଶ୍ୟ । ରାୟଗଡ଼ା ଚନ୍ଦ୍ରପୁର ବ୍ଲକ୍ ଡାଙ୍ଗସରଡ଼ାର। ଟ୍ରକ୍ ନଂ KA34C4995 । ଏହି ନଂରୁ ହିଁ ଜଣାପଡ଼ିଥିଲା କର୍ଣ୍ଣାଟକରୁ ଆସିଥିଲା ଗାଡ଼ି। ଡ୍ରାଇଭର ପାଖରେ ଥିବା ଏ ବିଲରୁ ବି ସ୍ପଷ୍ଟ ହୋଇଥିଲା ଯେ 12 ଲକ୍ଷ 26 ହଜାର ଟଙ୍କା ମୂଲ୍ୟର ମାଣ୍ଡିଆ ଅଣାଯାଇଥିଲା।
ଖୋଦ୍ ଡ୍ରାଇଭର ବି ଏହା କହିଥିଲେ । ବିଜେଡି ସରକାରରେ ମିଛ କହି ବେଷ୍ଟ ମିଲେଟ୍ ପ୍ରୋମୋଟିଂ ଷ୍ଟେଟର ଆୱାର୍ଡ ସିନା ଓଡ଼ିଶା ପାଉଥିଲା । ହେଲେ ଏବେ ଏହି ମାମଲାର ତଦନ୍ତ ହେବା ପାଇଁ ଖୁବଶୀଘ୍ର କମିଟି ଗଠନ ହେବ । ଖୋଦ୍ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଗତକାଲି ରାୟଗଡ଼ା ଗସ୍ତରେ ଥିବା ବେଳେ ଏହି ସୂଚନା ଦେଇଛନ୍ତି । ତଦନ୍ତ ପାଇଁ କମିଟି ଗଢ଼ାଯିବ ଓ କମିଟି ରିପୋର୍ଟ ଆଧାରରେ ହିଁ ଆକ୍ସନ ହେବ ବୋଲି ସ୍ପଷ୍ଟ କରିଛନ୍ତି ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ।
ଅଧିକ ପଢ଼ନ୍ତୁ ଓଡିଶା ଖବର: