ଅଧିକ ପଢନ୍ତୁ: ଠେଲା ପେଲା ଗହଳି ଭିତରେ ଅଣନିଶ୍ୱାସୀ ଶ୍ରଦ୍ଧାଳୁ
ଖୋଦ୍ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୟସ୍କମାନଙ୍କୁ ଶ୍ରୀମନ୍ଦିର ନଆସି ଘରେ ରହି ମାହାପ୍ରଭୁଙ୍କୁ ଡାକିବାକୁ ପରାମର୍ଶ ଦେଇଛନ୍ତି । ଏହାକୁ ନେଇ ଭକ୍ତ ମହଲରେ ସୃଷ୍ଟି ହୋଇଛି ତୀବ୍ର ପ୍ରତିକ୍ରିୟା । ଜଗାଦର୍ଶନ ପାଇଁ ଆସୁଥିବା ଭକ୍ତମାନଙ୍କର ଯନ୍ତ୍ରଣା ଦେଖି ଛତିଶଗଡ଼ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ ଆଜି ନିଜ ବ୍ୟଥା ପ୍ରକାଶ କରିଥିଲେ । ଧାଡ଼ିଦର୍ଶନରେ ଅବ୍ୟବସ୍ଥା ନେଇ କ୍ଷୋଭ ପ୍ରକାଶ କରିବା ସହ ରାଜ୍ୟ ଶାସନ ଓ ଶ୍ରୀମନ୍ଦିର ପ୍ରଶାସନ ଭକ୍ତଙ୍କର ଯନ୍ତ୍ରଣା ଅନୁଭବ କରୁବୋଲି କହିଛନ୍ତି ବିଶ୍ବଭୂଷଣ ।
ଏ ସମ୍ପର୍କରେ ଜଗନ୍ନାଥଙ୍କ ଦର୍ଶନ ଶୃଙ୍ଖଳିତ, ଯନ୍ତ୍ରଣା ରହିତ ହେବା ଆବଶ୍ୟକ ଶୀର୍ଷକ ତାଙ୍କ ଆଲେଖ୍ୟ ମଧ୍ୟ ଖବରକାଗଜରେ ପ୍ରକାଶିତ ହୋଇଥିଲା । ଗୋଟିଏ ପଟେ ବାରମ୍ବାର ଦାବି ସତ୍ତ୍ବେ ଶ୍ରୀମନ୍ଦିର 4 ଦ୍ବାର ନଖୋଲି ଜାଣିଶୁଣି ଭକ୍ତଙ୍କ ଭିଡ ବୃଦ୍ଧିକୁ ପ୍ରୋତ୍ସାହନ ଦେଉଥିବା ବେଳେ ବୟସ୍କମାନଙ୍କୁ ମନ୍ଦିର ନଆସିବା ପାଇଁ କେଉଁ ମୁହଁରେ ପରାମର୍ଶ ଦେଉଛନ୍ତି ଶ୍ରୀମନ୍ଦିର ମୁଖ୍ୟପ୍ରଶାସକ।
ଧର୍ମ ଓ ସଂସ୍କୃତି ଖବର ଆହୁରି ପଢନ୍ତୁ