ଓଡ଼ିଶା ଆସିବା ପାଇଁ ନିବେଶକ ମାନଙ୍କୁ କରିବେ ଆମନ୍ତ୍ରଣ। ନିବେଶକ ସମ୍ମିଳନୀରେ ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ କରିବେ ଆଲୋଚନା।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
ଅର୍ଗସ ବ୍ୟୁରୋ: ବିଦେଶ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ୩ ଦିନିଆ ସିଙ୍ଗାପୁର ଗସ୍ତରେ ଯିବେ ସିଏମ। ନଭେମ୍ବର 18ରୁ 20 ସିଙ୍ଗାପୁର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ । ଉତ୍କର୍ଷ ଓଡ଼ିଶା - ମେକ୍ ଇନ୍ ଓଡ଼ିଶା କନକ୍ଲେଭ 2025 ପାଇଁ ସିଙ୍ଗାପୁରରେ ହେବ ରୋଡ ସୋ।
ଓଡ଼ିଶା ଆସିବା ପାଇଁ ନିବେଶକ ମାନଙ୍କୁ କରିବେ ଆମନ୍ତ୍ରଣ। ନିବେଶକ ସମ୍ମିଳନୀରେ ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ କରିବେ ଆଲୋଚନା।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
ଅର୍ଗସ ବ୍ୟୁରୋ: ସାଧାରଣ ନିର୍ବାଚନର ଫଳା ଫଳ ଆସିବାର ପ୍ରାୟ 5 ମାସ ପରେ ଚଳ ଚଞ୍ଚଳ କଂଗ୍ରେସ ଭବନ.. କାରଣ ନୂଆ ମୁଖିଆ ବାଛିବା ପାଇଁ ଦୁଇ ନେତା ଚରଣ ଦାସ ମହନ୍ତ ଓ ମିନାକ୍ଷୀ ନଟରାଜନ ଙ୍କୁ ଓଡିଶା ପଠାଇଛନ୍ତି ହାଇ କମାଣ୍ଡ। ଆଉ ନେତା ଙ୍କ ଆଗରେ ଲବି ଜୋର କରିବାକୁ ନିଜ ନିଜ ସମର୍ଥକ ଙ୍କ ସହ କଂଗ୍ରେସ ଭବନ ରେ ପହଂଚିଥିଲେ ବରିଷ୍ଠ କଂଗ୍ରେସ ନେତା। ପିସିସି ରେସ ରେ ସବୁଠୁ ଆଗରେ ଥିବା ପୂର୍ବତନ ବିଧାୟକ ମହମଦ ମୋକିମ କ୍ୟାମ୍ପର ସବୁଠୁ ଅଧିକ ନେତା ଙ୍କୁ କଂଗ୍ରେସ ଭବନ ରେ ଦେଖିବାକୁ ମିଳିଥିଲା..କିଛି ଜିଲ୍ଲା ସଭାପତି ଓ ମୁଖପାତ୍ର ବି ମୋକିମ ଙ୍କ ପାଇଁ ଏକାଠି ହୋଇଥିଲେ।
ପାୱାର ସୋ କରି 50 ରୁ ଅଧିକ ଅଧିକ କର୍ମୀ ଙ୍କୁ ଧରି ପହଞ୍ଚିଥିଲେ କଂଗ୍ରେସ ବିଧାୟକ ରମେଶ ଜେନା। ମାଗିବି ନାହିଁ କି ଦେଲେ ଛାଡ଼ିବି ନାହିଁ କହୁଥିବା କଂଗ୍ରେସ ବିଧାୟକ ତାରା ବାହିନୀପତି ବି 5 ବିଧାୟକ ଙ୍କୁ ସାଙ୍ଗରେ ନେଇ କଂଗ୍ରେସ ଭବନ ଆସିଲେ। ହେଲେ କାହା ନା ପ୍ରକାଶ ନ କରି ହାଇ କମାଣ୍ଡ ଙ୍କ ନିଷ୍ପତି ମାନିବୁ ବୋଲି ପ୍ରତିକ୍ରିୟା ରଖିଲେ। ପ୍ରଥମେ ଷ୍ଟିୟରିଂ କମିଟିର ସଦଶ୍ୟ ଓ ଜିଲ୍ଲା ସଭାପତି ଙ୍କ ସହ ଆଲୋଚନା କରିଛନ୍ତି ଚରଣ ଦାସ ମହନ୍ତ ଓ ମିନାକ୍ଷୀ ନଟରାଜନ। କିଛି ବରିଷ୍ଠ ନେତା ଓ ବିଧାୟକଙ୍କ ସହ ୱାନ ଟୁ ୱାନ ଆଲୋଚନା ମଧ୍ୟ ହୋଇଥିବା ଜଣା ପଡିଛି। ତେବେ ମୋ ପାଖରେ ଲବି କାମ ଦେବନି ଓ ନଭେମ୍ବର 23 ପରେ ହାଇକମାଣ୍ଡଙ୍କୁ ରିପୋର୍ଟ ଦେବେ ବୋଲି ସେ ପ୍ରତିକ୍ରିୟା ରଖିଛନ୍ତି।
ରାଜ୍ୟ କଂଗ୍ରେସ ଏବେ ତଳମୁହାଁ। 9 ରୁ 90 ମିଶନ 14 ରେ ଅଟଇଗଲା..କେନ୍ଦ୍ରୀୟ ନେତୃତ୍ୱ ଗୁରୁତ୍ୱ ନ ଦେବା ଯୋଗୁଁ ସୁଯୋଗ ଥାଇ ବି 2004 ରୁ 2014 କଂଗ୍ରେସ ବସ ମିସ କଲା। ଏବେ କେନ୍ଦ୍ରରେ କଂଗ୍ରେସର ଦୁର୍ବଳ ସ୍ଥିତି ଯୋଗୁଁ ଯାହାକୁ ପିସିସି ସଭାପତି କରାଗଲେ ବି ଦଳ କମ ବ୍ୟାକ କରିବା କାଠିକର ପାଠ ହେବ।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
ଅର୍ଗସ ବ୍ୟୁରୋ: ବିଜେଡି ସରକାର ସମୟରେ ଓଡ଼ିଶା ଛାଡ଼ିଥିଲେ, ଏବେ ବିଜେପି ସରକାର ସମୟରେ ଫେରୁଛନ୍ତି ବଡ଼ ଶିଳ୍ପ । ଶିଳ୍ପାୟନ ଦିଗରେ ମାରାଥନ୍ ଉଦ୍ୟମ, ଓଡ଼ିଶା ପ୍ରତି ସୃଷ୍ଟି କରିଛି ସକାରାତ୍ମକ ମନୋଭାବ। ଡବଲ ଇଞ୍ଜିନ ସରକାରରେ ବଡ଼ ବଡ଼ ଶିଳ୍ପ ପୁଣି ଓଡ଼ିଶା ମୁହାଁ ହେଉଛନ୍ତି। ଯାହାର ସଦ୍ୟ ଉଦାହରଣ ହେଉଛି ପୋସ୍କୋ । ଦକ୍ଷିଣ କୋରିଆର ଏହି ମେଗା କମ୍ପାନୀ ଓଡିଶା ଫେରିବା ସହ ଜିନ୍ଦଲ ସହ ମିଶି କେନ୍ଦୁଝରରେ କରିବାକୁ ଯାଉଛି ଷ୍ଟିଲ ପ୍ଲାଣ୍ଟ । ଏହି ଘୋଷଣା କରିଛନ୍ତି ନିଜେ ମୁଖ୍ୟମନ୍ତ୍ରୀ।
ସେହିପରି ଶିଳ୍ପ ମନ୍ତ୍ରୀ କହିଛନ୍ତି Arcel Mittol Nipon ଷ୍ଟିଲ ପ୍ଲାଣ୍ଟ ନିର୍ମାଣ କାମ ପୂର୍ବ ସରକାର ସମୟରେ ଶିଥିଳ ହୋଇଥିଲା। ଏବେ ନୂଆ ସରକାରରେ ତ୍ବରାନ୍ବିତ ହୋଇଛି। କମ୍ପାନୀ ସହ ଦୁଇ ଥର ରିଭ୍ୟୁ ହୋଇଛି । କମ୍ପାନୀର ୨୦୦ରୁ ଅଧିକ କର୍ମଚାରୀ ଓଡ଼ିଶାରେ ରହି କାମ ତଦାରଖ କରୁଛନ୍ତି। ମହକାଳପଡ଼ା ବ୍ଲକ ମାର୍ଶାଘାଇ ଅଞ୍ଚଳ ଯେଉଁଠାରେ ଏହି ପ୍ଲାଣ୍ଟ ହେବ, ସେଠାରୁ ପ୍ରାୟ ୬୦ ଜଣ ଡିପ୍ଲୋମା ହୋଲ୍ଡର ପିଲାଙ୍କୁ ତାଲିମ୍ ଦେଉଛନ୍ତି । ତାଲିମ ପରେ ଏ ଓଡ଼ିଆ ପିଲା ସେହି ପ୍ଲାଣ୍ଟରେ ନିଯୁକ୍ତି ପାଇବାର ବ୍ୟବସ୍ଥା ହେଉଛି।
ଓଡ଼ିଶାରେ ପୁଞ୍ଜିନିବେଶ ଆକୃଷ୍ଟ କରିବାକୁ ରାଜ୍ୟ ଓ ଦେଶ ବାହାରେ ରୋଡ଼ ସୋ କରି ବଡ଼ ସଫଳତା ସାଉଣ୍ଟିଛନ୍ତି ବିଜେପି ସରକାର। ସେପଟେ ବିଜେପି ସରକାରକୁ ବଦନାମ କରିବାକୁ ବିରୋଧୀ ବିଜେଡି କରିଚାଲିଛି ମିଛ ପ୍ରଚାର। Arcelor Mittol Nipon ଓଡିଶାରୁ ପଳାଇ ଯାଉଥିବା ନେଇ ମିଛ ଖବର ପ୍ରଚାର କରିଥିଲେ ବିଜେଡି ନେତା । ଯାହାକୁ କଡା କାଉଣ୍ଟର କରିଛି ବିଜେପି ।
2036ରେ ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନକୁ 100 ବର୍ଷ ପୂରଣ ହେବାକୁ ଯାଉଥିବାବେଳେ ସେହି ସମୟ ସୁଦ୍ଧା ବିକଶିତ ଓଡ଼ିଶାର ସ୍ବପ୍ନ ନେଇ ମିଶନ ମୋଡରେ କାମ କରୁଛି ବିଜେପି ସରକାର। ଏବେ ବଡ଼ ବଡ଼ ଶିଳ୍ପ ଓଡ଼ିଶା ମୁହାଁ ହେବା ମିଶନ 2036 ହାସଲ ଦିଗରେ ମାଇଲଷ୍ଟୋନ୍ ପ୍ରମାଣିତ ହେବ।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
ଅର୍ଗସ ବ୍ୟୁରୋ: ବଲିଉଡର ‘ବେବି ଡଲ’ ସନ୍ନି ଲିଓନି ତାଙ୍କ ବୋଲ୍ଡ ଲୁକ ପାଇଁ ଅନେକ ସମୟରେ ଚର୍ଚ୍ଚାରେ ରହିଥାନ୍ତି। ଏବେ ସେ ଦ୍ୱିତୀୟ ବିବାହ କରି ଆଲୋଚନାର କେନ୍ଦ୍ରବିନ୍ଦୁ ସାଜିଛନ୍ତି। ଡାନିଏଲ ୱେବରଙ୍କ ସହିତ ୧୩ ବର୍ଷ ବିବାହ ପରେ ପ୍ରଶଂସକମାନେ ଉତ୍ସାହିତ ଅଛନ୍ତି ଯେ ସନ୍ନି ଦ୍ୱିତୀୟ ଥର କାହାକୁ ବିବାହ କରିଛନ୍ତି।
ସନ୍ନି ଲିଓନ ଦ୍ୱିତୀୟ ଥର ବିବାହ କରିଥିବା ବ୍ୟକ୍ତି ତାଙ୍କ ସ୍ବାମୀ ଡାନିଏଲ ୱେବରଙ୍କ ବ୍ୟତୀତ ଅନ୍ୟ କେହି ନୁହଁନ୍ତି। ୨୦୧୧ ମସିହାରେ ସନ୍ନି ଏବଂ ଡାନିଏଲ ବିବାହ କରିଥିଲେ। ବିବାହର ୧୩ ବର୍ଷ ପରେ, ଏହି ଦମ୍ପତି ପୁନର୍ବାର ମାଲଦ୍ୱୀପରେ ବିବାହ କରିଛନ୍ତି ଏବଂ ସେମାନଙ୍କର ତିନି ସନ୍ତାନଙ୍କ ସାମ୍ନାରେ ସମସ୍ତ ଶପଥ ପୁନରାବୃତ୍ତି କଲେ।
ସୋସିଆଲ ମିଡିଆରେ ଡାନିଏଲ ଏବଂ ସନ୍ନିଙ୍କ ଦ୍ୱିତୀୟ ବିବାହର ଫଟୋ ଭାଇରାଲ ହେଉଛି। ଫଟୋରେ ସନ୍ନି ଏକ ଧଳା ପୋଷାକରେ ‘ବେବି ଡଲ’ଙ୍କ ପରି ଦେଖାଯାଉଛି। ଡାନିଏଲ ମଧ୍ୟ ଏକ ଧଳା ସୁଟରେ ବହୁତ ଚମତ୍କାର ଦେଖାଯାଉଛନ୍ତି।
ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର