ଆସନ୍ତାକାଲି ସୁଦ୍ଧା ଲଘୁଚାପ ଝଡ଼ବାତ୍ୟାରେ ପରିଣତ ହେବା ନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ କେନ୍ଦ୍ର । ପୁରୀ ଓ ସାଗର ଦ୍ବୀପ ମଝିରେ ଲ୍ୟାଣ୍ଡଫଲ୍ କରିପାରେ ବାତ୍ୟା । ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ତତସଂଲଗ୍ନ ଆଣ୍ଡାମାନ ସାଗରରେ ଗତକାଲି ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଏହା ଉତ୍ତର-ପଶ୍ଚିମ ଦିଗରେ ଗତି କରି ଅଧିକ ଘନୀଭୂତ ହୋଇ ଅବପାତରେ ପରିଣତ ହେବ । 23 ତାରିଖ ସକାଳେ ବାତ୍ୟାର ରୂପ ନେବ ।
24 ତାରିଖ ସକାଳେ ଉତ୍ତର-ବଙ୍ଗୋପସାଗରରେ ଭୀଷଣ ବାତ୍ୟାରେ ପରିଣତ ହୋଇ ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳରେ ପହଞ୍ଚିବା ସମ୍ଭାବନା ରହିଛି। ବାତ୍ୟା 24 ତାରିଖ ରାତିରୁ 25 ତାରିଖ ସକାଳ ମଧ୍ୟରେ ଓଡ଼ିଶାର ପୁରୀ ଓ ପଶ୍ଚିମବଙ୍ଗର ସାଗର ଦ୍ବୀପ ମଝିରେ ଉପକୂଳ ଅତିକ୍ରମ କରିବ । ପ୍ରଭାବରେ ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡ଼ା ଜିଲ୍ଲାରେ ଜୁଆର ଆସିପାରେ । ଏଥିପାଇଁ 25 ତାରିଖ ପର୍ଯ୍ୟନ୍ତ ସମୁଦ୍ର ମଧ୍ୟକୁ ମତ୍ସ୍ୟଜୀବୀଙ୍କୁ ବାରଣ କରାଯାଇଛି । ବାତ୍ୟା ପ୍ରଭାବରେ ପବନର ବେଗ ଅଧିକ ରହିବ । 22 ତାରିଖରେ ପ୍ରାୟ ଘଣ୍ଟାପ୍ରତି 55ରୁ 65 ସର୍ବାଧିକ 75 କିଲୋମିଟର ବେଗ ରହିବ । 23 ତାରିଖରେ ଘଣ୍ଟାପ୍ରତି 80ରୁ 90 ସର୍ବାଧିକ 100 କିଲୋମିଟର । 24 ତାରିଖରେ ଘଣ୍ଟାପ୍ରତି 100ରୁ 110 ସର୍ବାଧିକ 120 କିଲୋମିଟର ରହିବା ନେଇ ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର ।
ଅଧିକ ପଢନ୍ତୁ ଓଡ଼ିଶା ଖବର