ଆଳୁ ବଦଳରେ ଅଦା ବିକ୍ରି ହେଉଥିବା ଦେଖିବାକୁ ମିଳିଛି । ଅନ୍ୟପଟେ ଆଳୁ, ବାଇଗଣ, ଟମାଟ, ଭେଣ୍ଡି ମଧ୍ୟ ଚଢା ଦରରେ ବିକ୍ରୀ ହେଉଛି । ଯାହାକୁ ହାତ ମାରିବେ 70 ରୁ 80 ଟଙ୍କାରେ ବିକ୍ରି ହେବା ସହିତ କଳା ବଜାରୀ ହେଉଥିବାର ଖାଉଟି ଆଣିଛନ୍ତି ଅଭିଯୋଗ ।
ସେହିପରି କଟକ ଛତ୍ର ବଜାରରେ ଚଢା ଦରରେ ବିକ୍ରି ହେଉଛି ବିଭିନ୍ନ ପନିପରିବା । ଆଳୁ କିଲୋ ୫୦ ଟଙ୍କା, ପିଆଜ ଦର ୭୦ଟଙ୍କା ପାର୍ । କଳାବଜାରୀକୁ ନେଇ ଖାଉଟି ଅସନ୍ତୋଷ ପ୍ରକାଶ କରିଛନ୍ତି ।
ବାତ୍ୟା ଦ୍ୱାରା ପ୍ରଭାବିତ ହେବାକୁ ଥିବା ଜିଲ୍ଲାରେ କଲେଜ ଓ ବିଶ୍ୱ ବିଦ୍ୟାଳୟ ବନ୍ଦ ପାଇଁ ଚିଠି ଲେଖିଲେ ସ୍ୱତନ୍ତ୍ର ରିଲିଫ କମିଶନର ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ଚିଠି । ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଆସନ୍ତା ୨୩ ତାରିଖରୁ ୨୫ ତାରିଖ ଯାଏଁ ଗଞ୍ଜାମ, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ, ବାଲେଶ୍ୱର, ମୟୁରଭଂଜ, କେନ୍ଦୁଝର, ଢେଙ୍କାନାଳ, ଯାଜପୁର, ଅନୁଗୁଳ, ଖୋର୍ଧା, ନୟାଗଡ଼ ଏବଂ କଟକ ଜିଲ୍ଲାର ସମସ୍ତ କଲେଜ ଓ ବିଶ୍ୱ ବିଦ୍ୟାଳୟ ଛୁଟି ରହିବ।
ବର୍ତ୍ତମାନ ଦକ୍ଷିଣପୂର୍ବ ଦିଗରେ ପାରାଦ୍ୱୀପ ଠାରୁ 700 କିମି ଦୂରରେ କେନ୍ଦ୍ରୀଭୂତ ରହିଛି l ଘଣ୍ଟା ପ୍ରତି ୪ କିମି ବେଗରେ ଆଗକୁ ବଢୁଛି । ଆସନ୍ତାକାଲି ସୁଦ୍ଧା ଏହା ବାତ୍ୟାରେ ପରିଣତ ହେବ ବୋଲି ପୂର୍ବାନୁମାନ କରାଯାଇଛି । ଧିରେ ଧିରେ ଏହା ସ୍ଥଳଭାଗ ମୁହାଁ ହୋଇ ଭୀଷଣ ବାତ୍ୟା ରୂପ ନେଇ ଓଡ଼ିଶା ଉପକୂଳରେ ଲ୍ୟାଣ୍ଡଫଲ୍ କରିବ । ୨୪ ତାରିଖ ରାତି କିମ୍ବା ୨୫ ତାରିଖ ସକାଳେ ବାତ୍ୟା ଲାଣ୍ଡଫଲ୍ କରିବ । ପୁରୀ ଓ ସାଗର ଦୀପ ମଧ୍ୟରେ ସ୍ଥଳଭାଗ ଛୁଇଁବ ।
ଲ୍ୟାଣ୍ଡଫଲ୍ ସମୟରେ ପବନର ବେଗ ୧୦୦ ରୁ ୧୧୦ କିଲୋମିଟର ରହିପାରେ । ଅତି ବେଶୀରେ ୧୨୦ କିମି ବେଗରେ ବହିପାରେ ପବନ । ଏହା ପ୍ରଭାବରେ ୧୪ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି । ଆଜି ସନ୍ଧ୍ୟାରେ ବଙ୍ଗୋପସାଗରରେ ସୃଷ୍ଟ ଅବପାତ ଗଭୀର ଅବପାତର ରୂପ ନେବ । ଆସନ୍ତା ୨୪ ତାରିଖ ରାତି କିମ୍ବା ୨୫ ତାରିଖ ସକାଳେ ଭୀଷଣ ବାତ୍ୟା ରୂପ ନେଇ ସ୍ଥଳଭାଗ ଅତିକ୍ରମ କରିବ । ସ୍ଥଳଭାଗ ଛୁଇଁବା ସମୟରେ ପବନର ବେଗ ଘଣ୍ଟାପ୍ରତି ୧୦୦ ରୁ ୧୨୦ କିଲୋମିଟର ରହିବ ।