ଘର
ଓଡ଼ିଶା
ପବିତ୍ର ଦୀପାବଳି; ଶ୍ରୀକ୍ଷେତ୍ରରେ ପୟା ଶ୍ରାଦ୍ଧ ଦେବା ଲାଗି ଶ୍ରଦ୍ଧାଳୁଙ୍କ ଭିଡ଼
ପବିତ୍ର ଦୀପାବଳି; ଶ୍ରୀକ୍ଷେତ୍ରରେ ପୟା ଶ୍ରାଦ୍ଧ ଦେବା ଲାଗି ଶ୍ରଦ୍ଧାଳୁଙ୍କ ଭିଡ଼
by Smruti Parija
Puri
| Thu, Oct 31 | 8:10 a.m.
ଅର୍ଗସ ବ୍ୟୁରୋ: କେତେକ ସ୍ଥାନରେ ଆଜି ପାଳନ ହେଉଛି ଆଲୋକର ପର୍ବ ଦୀପାବଳି । ପିଣ୍ଡଦାନ ସହ ବଡବଡୁଆଙ୍କୁ ଡାକିବାର ରହିଛି ପରମ୍ପରା । ପବିତ୍ର ଦୀପାବଳି ଅବସରରେ ସକାଳୁ ସକାଳୁ ଶ୍ରୀକ୍ଷେତ୍ରରେ ପୟା ଶ୍ରାଦ୍ଧ ଦେବା ଲାଗି ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଛି । ବାଇଶି ପାହାଚରେ ଶ୍ରାଦ୍ଧ ଦେବା ପାଇଁ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ହଜାର ହଜାର ଭକ୍ତ ପୁରୀକୁ ଆସିଛନ୍ତି । କାଉଁରିଆ ଜାଳିବା ସହ ଶ୍ରୀମନ୍ଦିର ସମ୍ମୁଖରେ ଶ୍ରଦ୍ଧାଳୁମାନେ ନିଜ ନିଜ ପିତୃପୁରୁଷଙ୍କୁ ଶ୍ରାଦ୍ଧ ଦେଇଥାନ୍ତି ।
ସେପଟେ ଦିପାବଳୀ ଓ ପାୟାଶ୍ରାଦ୍ଧ ପାଳନକୁ ନେଇ ଦ୍ବନ୍ଦରେ ପଡିଛନ୍ତି ଲୋକେ । କାଳୀପୂଜା ପାଇଁ ବି ଉତ୍ସବ ମୁଖର ସାରା ରାଜ୍ୟ । ରାଜ୍ୟର ବିଭିନ୍ନ ସ୍ଥାନରେ ପୀଠ ଓ ମଣ୍ଡପରେ ପୂଜା ପାଇବେ ମାଆ । ମା'ଙ୍କ ସ୍ବାଗତ ପାଇଁ ବିଭିନ୍ନ ପୂଜା ମଣ୍ଡପ ସମେତ କାଳୀ ମନ୍ଦିର ଉତ୍ସବମୁଖର ହୋଇଛି । ସେହିପରି ଚଳିତ ବର୍ଷ ବିନା କଟକଣାରେ ବାଣ ଫୁଟାଇବାକୁ ମିଳିଛି ଅନୁମତି ।
ଆହୁରି ପଢନ୍ତୁ ଓଡିଶା ଖବର...