ଶିକ୍ଷକ ଅଭାବ ନେଇ ସ୍କୁଲ ଫାଟକରେ ତାଲା ପକାଇଲେ ଛାତ୍ରଛାତ୍ରୀ

ଅର୍ଗସ ବ୍ୟୁରୋ: ଶିକ୍ଷକ ଅଭାବ ନେଇ କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ପର୍ତ୍ତମାହା ସରକାରୀ ସେବାଶ୍ରମକୁ ତାଲା ପକାଇ ବିକ୍ଷୋଭ କରୁଛନ୍ତି ଅଭିଭାବକ ଓ ପଞ୍ଚାୟତ ଅଞ୍ଚଳବାସୀ ଶିକ୍ଷକ ଅଭାବକୁ ପୂରଣ କରିବା ସେମାନଙ୍କ ପାଇଁ ଏହି ଆନ୍ଦୋଳନ କରାଯାଇଥିବା କୁହାଯାଇଛି।
ବିଦ୍ୟାଳୟରେ ୮ ଜଣ ଶିକ୍ଷୟିତ୍ରୀ/ଶିକ୍ଷକ ରହିବା କଥା। କିନ୍ତୁ ପ୍ରଧାନଶିକ୍ଷକଙ୍କୁ ମିଶାଇ ମାତ୍ର ୨ ଜଣ ଶିକ୍ଷୟିତ୍ରୀ ଶିକ୍ଷକ ରହିଥିବା ବେଳେ ୨ଦିନ ତଳେ ଜଣେ ଶିକ୍ଷକଙ୍କୁ ନିଯୁକ୍ତ କରାଯାଇଛି ଶିକ୍ଷକ ସମସ୍ୟା ନେଇ ଅଞ୍ଚଳବାସୀ ମୁଖ୍ୟମନ୍ତ୍ରୀଙ୍କ ସମେତ ଜିଲ୍ଲାପାଳ, ଜିଲା ମଙ୍ଗଳ ଅଧିକାରୀ, ସ୍ଥାନୀୟ ବିଡିଓଙ୍କ ନିକଟରେ ବାରମ୍ବାର ଅଭିଯୋଗ କରିବା ପରେ ଜଣେ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯାଇଛି।
ତାଙ୍କୁ ମିଶାଇ ମାତ୍ର ୩ ଜଣ ଶିକ୍ଷକ ପିଲାଙ୍କୁ ପାଠ ପଢ଼ାଇବାକୁ ରହିଥିବା ବେଳେ ପ୍ରଧାନଶିକ୍ଷକଙ୍କୁ ଅନେକ ସରକାରୀ କାର୍ଯ୍ୟ ବିଭିନ୍ନ ତାଲିମ ଆଦିରେ ବ୍ୟସ୍ତ ରହୁଥିବା ବେଳେ ବିଦ୍ୟାଳୟ ରେ ଆଠଟି ଶ୍ରେଣୀର ମୋଟ ୨୪୩ ଜଣ ଛାତ୍ର ଛାତ୍ରୀଙ୍କୁ ମାତ୍ର ୨ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ପାଠ ପଢ଼ାଇବା ସମ୍ଭବ ହେଉନାହିଁ। ୨ଟି ଶ୍ରେଣୀରେ ପାଠ ପଢ଼ାଉଥିବା ବେଳେ ଆଉ ୬ଟି ଶ୍ରେଣୀର ଛାତ୍ରୀଛାତ୍ର ବସିବସି ଆସୁଛନ୍ତି ବୋଲି ଅଭିଭାବକମାନେ ଅଭିଯୋଗ କରିଛନ୍ତ।
ଶିକ୍ଷକ ପୂରଣ ନ ହେବା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଜାରି ରହିବ ବୋଲି ଅଞ୍ଚଳବାସୀ ଚେତାବନୀ ଦେଇଛନ୍ତି। ସ୍ଥାନୀୟ ବିଡିଓ ଗଦାଧର ପାତ୍ର, ତହସିଲଦାର ଶରତ ଶବର, ଏଏସଆଇପି ଶ୍ରୀନିବାସ ରାଓ, ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ବିଶ୍ୱଜିତ ଜାଲି ବିଦ୍ୟାଳୟରେ ପହଞ୍ଚି ଅଞ୍ଚଳବାସୀଙ୍କୁ ବୁଝାଶୁଝା କରିଥିଲେ ସୁଦ୍ଧା ସେମାନେ ନିଜ ଜିଦରେ ଅଟଳ ଅଛନ୍ତି।
📱 Get Argus News App
✨ଅଧିକ ପଢ଼ନ୍ତୁ ଓଡ଼ିଶା ଖବର