ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ: ଜୁଲାଇ 8ରୁ ହୋଇପାରେ ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତି କାମ। ଜୁଲାଇ 8ରୁ 27 ତାରିଖ ଯାଏ ରତ୍ନ ଭଣ୍ଡାର ଗଣତି କାମ ହେବା ସମ୍ଭାବନା ରହିଛି। ଏହା ପୂର୍ବରୁ 5 ତାରିଖରେ ବସିବ ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତି ତଦାରଖ କମିଟି ବୈଠକ । ଜଷ୍ଟିସ ଅରିଜିତ ପଶାୟତଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ। ରତ୍ନଭଣ୍ଡାର ଯାଞ୍ଚ୍ କମିଟିର ଅଧ୍ୟକ୍ଷ ଜଷ୍ଟିସ ଅରଜିତ୍ ପଶାୟତ ଆସନ୍ତା ୪ତାରିଖରେ ଓଡ଼ିଶା ଆସୁଛନ୍ତି। ୫ତାରିଖରେ ରତ୍ନଭଣ୍ଡାର ଯାଞ୍ଚ କମିଟିର ବୈଠକ ବସିବ। ଯଦି କମିଟିର ସହମତି ହୁଏ ତା’ହେଲେ ୮ତାରିଖରୁ ରତ୍ନଭଣ୍ଡାର ଖୋଲିବା ନେଇ ପ୍ରକ୍ରିୟା ଆରମ୍ଭ ହେବ। ଜୁଲାଇ ୮ରୁ ୨୭ତାରିଖ ପର୍ଯ୍ୟନ୍ତ ପ୍ରାୟ ୧୯ଦିନ ଧରି ରତ୍ନଭଣ୍ଡାର ଯାଞ୍ଚ, ମରାମତି ଓ ଅଳଙ୍କାର ଗଣନା କରାଯାଇପାରେ। ଯାହାର ଅପେକ୍ଷା ଥିଲା ଶେଷରେ ତାହା ପୂରଣ ହେବାକୁ ଯାଉଛି। ଶ୍ରଦ୍ଧାଳୁ ମଧ୍ୟ ଅପେକ୍ଷାର ସହ ଅନାଇବସିଛନ୍ତି।
ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ: କୁସୁମା ପ୍ରୋଜେକ୍ଟ ନେଇ କ୍ରୀଡ଼ା ବିଭାଗର ସ୍ପଷ୍ଟୀକରଣ । ଖୋଲିଲା ଯାଜପୁର ପୋରାଧ୍ୟକ୍ଷଙ୍କ ମିଛର ପୋଲ୍ । ପୌରପାଳିକାର ମିଛର ପୋଲ୍ ଖୋଲିଲା କ୍ରୀଡ଼ା ବିଭାଗ ।
ସ୍ପଷ୍ଟ କଲା କ୍ରୀଡ଼ା ବିଭାଗ - କୁସୁମା କଟେଜ୍ ସମ୍ପର୍କରେ ନାହିଁ କୌଣସି ସୂଚନା । `କୁସୁମା ପରିସରରେ କ୍ରୀଡ଼ା ବିଭାଗ ପାଣ୍ଠିରୁ ହୋଇନାହିଁ କୌଣସି ନିର୍ମାଣ’ । ଆଜି ସାମ୍ବାଦିକ ସମ୍ମିଳନୀରେ ମିଛ କହିଥିଲେ ଯାଜପୁର ପୌର ଉପାଧ୍ୟକ୍ଷ ସନ୍ତୋଷ ମଲ୍ଲିକ ।
କୁସୁମା ନଥିଲା ଜନହିତରେ, ପିଲାଙ୍କ ପାର୍କ ଭାଙ୍ଗି ନିର୍ମାଣ ହେଲା ସୌଧ
କହିଥିଲେ କ୍ରୀଡ଼ା ଭିତ୍ତିଭୂମି ନିର୍ମାଣ ପାଇଁ ରାଜ୍ୟ କ୍ରୀଡ଼ା ବିଭାଗକୁ ହସ୍ତାନ୍ତର ହୋଇଥିଲା ଜମି । ସ୍ବିମିଂ ପୁଲ୍, ସ୍ପୋର୍ଟସ କମ୍ପ୍ଲେକ୍ସ ଓ ସ୍ପୋର୍ଟସ୍ କଟେଜ୍ ନିର୍ମାଣ କରାଯାଇଥିଲା କହିଥିଲେ ପୌର ଉପାଧ୍ୟକ୍ଷ । କ୍ରୀଡ଼ା ବିଭାଗର ସ୍ପଷ୍ଟୀକରଣ ଧରାଇଦେଲା ଯାଜପୁର ପୌର ଉପାଧ୍ୟକ୍ଷଙ୍କ ମିଛ । କ୍ରୀତଦାସଙ୍କୁ ବଞ୍ଚାଇବାକୁ ଦଳ ଭାଇଙ୍କ ମିଛର ପର୍ଦ୍ଦାଫାସ୍ । ଖୋଲିଲା ବବିଙ୍କ କୁସୁମା କେଳେଙ୍କାରୀ ଓ ଯାଜପୁର ପୌରାଧ୍ୟକ୍ଷଙ୍କ ମିଛର ଗୁମର ।
ଭୁବନେଶ୍ୱର: ଚିନ୍ତା ବଢ଼ାଉଛି ଡେଙ୍ଗୁ । ବର୍ତ୍ତମାନ ବଲାଙ୍ଗିର ଜିଲ୍ଲା ସଇଁତଳାର ଏକ ଗାଁ ହଟସ୍ପଟ୍ ହୋଇଛି । ୧୧ ଡେଙ୍ଗୁ କେସ୍ ସେହି ସ୍ଥାନରେ ଚିହ୍ନଟ ହୋଇଛି । ଗତବର୍ଷ ଅପେକ୍ଷା ରାଜ୍ୟରେ ଡେଙ୍ଗୁ ମାମଲା ୧୦୦ ରୁ ୧୫୦ ଅଧିକ ରହିଛି । ଗତବର୍ଷ ୨୦୯ଟି କେସ୍ ଏହି ସମୟ ପର୍ଯ୍ୟନ୍ତ ଥିଲା ଯାହା ଚଳିତ ଥର ୩୪୯ ଚିହ୍ନଟ ହୋଇଛି । ଚଳିତ ଥର ୩୦ ହଜାରରୁ ଅଧିକ ଟେଷ୍ଟ କରାଯାଇଛି । ବର୍ତ୍ତମାନ ପର୍ଯ୍ୟନ୍ତ ଡେଙ୍ଗୁ ମୃତ୍ୟ ରାଜ୍ୟରେ ସାମ୍ନାକୁ ଆସି ନାହିଁ।
ବର୍ଷା ଶୀଘ୍ର ଆସିଥିବାରୁ ଡେଙ୍ଗୁ କେସ ବଢିବାର ସମ୍ଭାବନା ରହିଥାଏ । କିନ୍ତୁ ଏଥର ଆଗୁଆ ପଦକ୍ଷେପ ମଧ୍ୟ ନିଆଯାଇଛି । ଚଳିତ ବର୍ଷ ଭୁବନେଶ୍ୱରରେ ବର୍ଷ ଆରମ୍ଭରୁ ବର୍ତ୍ତମାନ ପର୍ଯ୍ୟନ୍ତ ୯୯ ଡେଙ୍ଗୁ ଚିହ୍ନଟ ହୋଇଛି। ବିଭିନ୍ନ ପ୍ରକାର ପଦକ୍ଷେପ ଡେଙ୍ଗୁ ନ ବଢିବା ପାଇଁ ନିଆଯାଇଛି ।
ଘରକୁ ଘର ବୁଲି ସର୍ଭେ କରିବା ସହ ଟିମ୍ ବୁଲି ଯାଞ୍ଚ କରୁଛି କେଉଁ ଘର ବାହାରେ ପାଣି ଜମିଛି କି ନାହିଁ, ଫଗିଂ କରାଯାଉଛି, ଶୀଘ୍ର ରୋଗ ଚିହ୍ନଟିକରଣ ପାଇଁ ଏଲିଶା ମେସିନ ଦିଆଯାଇଛି । ପ୍ରାଇଭେଟ୍ ରେ ଟେଷ୍ଟ ନକରାଇ ସରକାରୀ ଜାଗାରେ ପରୀକ୍ଷା ପାଇଁ କୁହାଯାଇଛି । ଯେଉଁ ପରୀକ୍ଷା ପଦ୍ଧତି ଗ୍ରହଣୀୟ ସେଥିରେ ପରୀକ୍ଷା କରନ୍ତୁ । ଭୁବନେଶ୍ଵର ପରୀକ୍ଷା କେନ୍ଦ୍ର ବଢ଼ାଯାଇଛି । ଏହାସହ ରାଜ୍ୟର ବିଭିନ୍ନ ଜିଲ୍ଲାରେ ମଧ୍ୟ ଡେଙ୍ଗୁ ପରୀକ୍ଷା ନେଇ ବ୍ୟବସ୍ଥା କରାଯାଇଛି ।
ଆହୁରି ପଢନ୍ତୁ ଓଡିଶା ଖବର...