Videos
|
Odisha

ଭିତର ରତ୍ନଭଣ୍ଡାର ଭିତରେ ଗୁପ୍ତକୋଠରୀ, ଗୁପ୍ତସୁଡଙ୍ଗ ରହସ୍ୟ ଖୋଜିବ ଜିପିଆର ସର୍ଭେ

Smruti Parija
Browse all articles by Smruti Parija
·1 year ago·1 min read
ଭିତର ରତ୍ନଭଣ୍ଡାର ଭିତରେ ଗୁପ୍ତକୋଠରୀ, ଗୁପ୍ତସୁଡଙ୍ଗ ରହସ୍ୟ ଖୋଜିବ ଜିପିଆର ସର୍ଭେ

ପୁରୀ: ଆଜି ପୁଣି ଖୋଲିବ ଭିତର ରତ୍ନଭଣ୍ଡାର । ରାଜ୍ୟ ସରକାରଙ୍କ ମାର୍ଗଦର୍ଶିକା ଅନୁଯାୟୀ ରତ୍ନଭଣ୍ଡାର ଖୋଲାଯାଇ ବୈଷୟିକ ସର୍ଭେ କରାଯିବ । ଭିତର ରତ୍ନଭଣ୍ଡାର ଭିତରେ ଗୁପ୍ତକୋଠରୀ, ଗୁପ୍ତସୁଡଙ୍ଗ ରହସ୍ୟ ଖୋଜିବ ଜିପିଆର ସର୍ଭେ। ରତ୍ନଭଣ୍ଡାର ମାଟିତଳେ ଓ କାନ୍ଥ ପଛପଟେ କଣକଣ ସବୁ ଅଛି ସେନେଇ ଜିପିଆର ସର୍ଭେ ସ୍ପଷ୍ଟ କରିବ । 

ଆଜି ,ଆସନ୍ତାକାଲି ଓ ତା ପରଦିନ ଅର୍ଥାତ ଲଗାତାର ତିନିଦିନ ଧରି ଏଏସାଇ ଟିମ୍ ସଦସ୍ୟଙ୍କ ସମେତ CSIR_NGRI ବିଶିଷ୍ଟ ବୈଞ୍ୟାନିକ ଓ ଭୂତତ୍ୱବିଦ୍,ରତ୍ନଭଣ୍ଡାର ତଦାରଖ କମିଟିର ସଦସ୍ୟ ସମୁଦାୟ 15 ରୁ 16 ଜଣ ଭିତର ରତ୍ନଭଣ୍ଡାର ଯାଇ ବୈଷୟିକ ସର୍ଭେ କରିବେ । 

ଆଜିଠାରୁ 23 ତାରିଖ ପର୍ଯ୍ୟନ୍ତ ଭିତର ରତ୍ନଭଣ୍ଡାରର ଜିପିଆର ସର୍ଭେ ହେବାକୁ ଥିବାରୁ ଅପରାହ୍ନ 1ଟାରୁ ସର୍ବସାଧାରଣଙ୍କ ଦର୍ଶନ ବନ୍ଦ ରହିବା ବେଳେ ଟିମ୍ ର ସମସ୍ତ ସଦସ୍ୟ ଦିନ 2ଟାରୁ ସଂଧ୍ୟା 6ଟା ପର୍ଯ୍ୟନ୍ତ ଏହି ସର୍ଭେ କାର୍ଯ୍ୟ କରିବେ । ଯେହେତୁ 24 ତାରିଖରୁ ଷୋଳପୂଜା ନିମନ୍ତେ ସ୍ୱତନ୍ତ୍ର ନୀତିକାନ୍ତି ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ସେଥିପାଇଁ ଏହା ପୂର୍ବରୁ ବୈଷୟିକ ସର୍ଭେ ଶେଷ କରାବାକୁ ଏଏସଆଇ ମହାନିର୍ଦ୍ଦେଶକଙ୍କୁ ଚିଠି ଳେଖିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ । 

ତେବେ ଗତ 18 ତାରିଖରେ ଭିତର ରତ୍ନଭଣ୍ଡାରର ଭରଟିକାଲ୍ ଓ ହରାଇଜୋଣ୍ଟାଲ ଲେଜର୍ ସ୍କାନିଂ କରାଯାଇଛି । ଏହାସହ  ଫିଜିକାଲ୍ ଯାଞ୍ଚ ସହ ରତ୍ନଭଣ୍ଡାରର ସ୍ଥିତି ଜାଣିବା ପାଇଁ ଷ୍ଟ୍ରକଚରାଲ୍ ଯାଞ୍ଚ ମଧ୍ୟ କରାଯାଇଥିଲା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆହୁରି ପଢନ୍ତୁ ଓଡିଶା ଖବର...