ଗୋଲାପ ଦିଆ ନିଆରୁ ପ୍ରେମର ପ୍ରଥମ ପାହାଚ ଚଢିଛନ୍ତି ପ୍ରେମପକ୍ଷୀ । ଆଜି ହେଉଛି ମନର ପରିଭାଷା ପ୍ରକାଶ କରିବାର ଦିନ । ଗୋଲାପ ଦିଆନିଆ ପରେ ହୃଦୟରେ ଚାପି ରଖିଥିବା କଥାକୁ ପରିପ୍ରକାଶ କରିବା ପାଇଁ ଆଜି ସୁବର୍ଣ୍ଣ ସୁଯୋଗ । ଆଜି ଶାଶ୍ୱତ, ଚିରନ୍ତନ ପ୍ରେମର କଥା କହିବେ ପ୍ରେମୀ ଯୁଗଳ । କିଏ ଆଇ ଲଭ ୟୁ କହିବ ତ ଆଉ କିଏ ସାତ ଜନ୍ମର ସାଥି ହେବା ପାଇଁ ପ୍ରଶ୍ନ କରିବେ । କିଏ ମେସେଜ କରି କହିବେ ତ କିଏ ସାକ୍ଷାତ କରି କହିବେ ।
ଅଧିକ ପଢନ୍ତୁ : ଆରମ୍ଭ ହେଲା ପ୍ରେମ ସପ୍ତାହ, ଗୋଲାପ ଦେଇ ମନ କଥା ଜଣାଇବେ ପ୍ରେମୀ ଯୁଗଳ
ବିଶ୍ୱାସ କରାଯାଏ ଯେ ଭାଲେଣ୍ଟାଇନ୍ ସପ୍ତାହ ପାଶ୍ଚାତ୍ୟ ଜଗତରେ ଆରମ୍ଭ ହୋଇଥିଲା ଏବଂ ସେବେଠାରୁ ଏହା ଭାରତର ଅନେକ ଦେଶରେ ପାଳନ କରାଯାଉଛି । ପ୍ରପୋଜ ଡେ'ର ଉତ୍ପତ୍ତି ନେଇ କୌଣସି ସୂଚନା ନାହିଁ । ତଥାପି ବିଶ୍ୱାସ କରାଯାଏ ଯେ ୧୪୭୭ ମସିହାରେ ଅଷ୍ଟ୍ରିଆର ଆର୍କଡ୍ୟୁକ୍ ମ୍ୟାକ୍ସିମିଲିୟାନ୍ ବରଗଣ୍ଡିଙ୍କୁ ହୀରା ମୁଦି ଦେଇ ପ୍ରପୋଜ କରିଥିଲେ । ଏହାପରେ ଭାଲେଣ୍ଟାଇନ୍ ସପ୍ତାହର ଦ୍ୱିତୀୟ ଦିନକୁ ପ୍ରପୋଜ ଡେ ହିସାବରେ ପାଳନ କରାଗଲାଆଜିର ଦିନ ପ୍ରେମପକ୍ଷୀଙ୍କ ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ ।