ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ: ତାତିରେ ସିଝୁଛି ସାରା ଓଡ଼ିଶା । ଆକାଶରୁ ହେଉଛି ଅଗ୍ନିବର୍ଷା। ଉପକୂଳରୁ ଉପାନ୍ତ ସବୁଠି କଲବଲ କରୁଛି ଟାଣ ଖରା। ଆଗକୁ ଆହୁରି ଅଣାୟତ୍ତ କରିବ ଖରା ବୋଲି ସତର୍କ କରିଛି ପାଣିପାଗ ବିଭାଗ । ବିଭିନ୍ନ ଜିଲ୍ଲାରେ ହିଟ୍ ୱେଭ୍ ବା ଗ୍ରୀଷ୍ମ ପ୍ରବାହ ସ୍ଥିତି ଉପୁଜିବା ନେଇ ଆଲର୍ଟ ଜାରି ହୋଇଛି । ସକାଳ ୯ଟା ପରେ ଘରୁ ବାହାରିବା ମୁସ୍କିଲ୍ ହୋଇପଡିଛ । ଦିନକୁ ଦିନ ଉପରମୁହାଁ ହେଉଛି ପାରଦ । ଉପକୂଳରୁ ଆଭ୍ୟନ୍ତରୀଣ ଏବଂ ପଶ୍ଚିମ ଓଡ଼ିଶାରେ ସ୍ଥିତି ଅସମ୍ଭାଳ। ୪୦ ଡିଗ୍ରୀ ଛୁଇଁଛି ୮ ସହରର ତାପମାତ୍ରା ।
ଅଧିକ ପଢ଼ନ୍ତୁ ଓଡିଶା ଖବର:
ନୂଆଦିଲ୍ଲୀ: ଜମଶେଦପୁରରେ ବିରୋଧୀଙ୍କ ଉପରେ ଜୋରଦାର ବର୍ଷିଲେ ପିଏମ ମୋଦି । ଝାଡ଼ଖଣ୍ଡରେ ବର୍ଷା କାରଣରୁ ରୋଡ ସୋ ବାତିଲ ହେବା ପରେ ପିଏମ ମୋଦି ନିର୍ବାଚନୀ ସଭା ମଞ୍ଚରୁ ଝାଡ଼ଖଣ୍ଡର 3 ଶତ୍ରୁଙ୍କ ପର୍ଦ୍ଦାଫାସ କରିଛନ୍ତି । JMM , RJD ଓ କଂଗ୍ରେସକୁ ଝାଡ଼ଖଣ୍ଡର ମୁଖ୍ୟ ଶତ୍ରୁ ବୋଲି କହି ବିରୋଧୀଙ୍କୁ ଟାର୍ଗେଟ୍ କରିଛନ୍ତି ମୋଦି । RJDକୁ ସୁବିଧାବାଦୀ ଦଳ କହିବା ସହ, JMM ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ସୁରକ୍ଷା ଯୋଗାଉଥିବା ଅଭିଯୋଗ କରିଛନ୍ତି ପିଏମ । ଏହାସହିତ କଂଗ୍ରେସର ରାଜ୍ୟ ବିକାଶ ନୁହେଁ ବରଂ ଲୋକଙ୍କୁ ଲୁଟ କରିବାକୁ ଚାହେଁ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।
କିଛିଦିନ ପୂର୍ବରୁ ନିଯୁକ୍ତି ରାଲିରେ ରାଞ୍ଚିରେ 15 ରୁ ଅଧିକ ଯୁବକଙ୍କ ମୃତ୍ୟୁ ଘଟଣାରେ ରାଜ୍ୟ ସରକାରଙ୍କୁ ଦୋଷୀ କରିଛନ୍ତି ପିଏମ ମୋଦି । ରାଜ୍ୟରେ ବିଜେପି ସରକାର ଗଢ଼ିଲେ ଏନେଇ ସ୍ବତନ୍ତ୍ର ଆଇନ ଅଣାଯିବା ସହ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ପିଏମ ମୋଦି । ଆଜି ରାଞ୍ଚିରୁ 6 ବନ୍ଦେ ଭାରତ ଏକ୍ସପ୍ରେସକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଏହାସହିତ ରାଜ୍ୟବାସୀଙ୍କୁ କରମା ପର୍ବ ଅସବରରେ ଅଭିନନ୍ଦନ ଜଣାଇଥିଲେ ମୋଦି ।
ଅଧିକ ପଢନ୍ତୁ ଭାରତ ଖବର
ଅର୍ଗସ ବ୍ୟୁରୋ: ଭାରତରେ ଏମପକ୍ସର ପ୍ରଥମ ମାମଲା ନିଶ୍ଚିତ ହେବା ପରେ କେମ୍ପେଗୋଡା ଅନ୍ତର୍ଜାତୀୟ ବିମାନବନ୍ଦର (କେଆଇଏ) ସମସ୍ତ ଅନ୍ତର୍ଜାତୀୟ ଯାତ୍ରୀଙ୍କ ପାଇଁ ବାଧ୍ୟତାମୂଳକ ପରୀକ୍ଷା ଆରମ୍ଭ କରିଛି । ଏହି ସପ୍ତାହ ଆରମ୍ଭରେ ଦିଲ୍ଲୀରେ ଏହି ମାମଲା ଚିହ୍ନଟ ହେବା ପରେ ସତର୍କତାମୂଳକ ପଦକ୍ଷେପ ନିଆଯାଇଛି ।
ରିପୋର୍ଟ ଅନୁସାରେ, ପ୍ରତ୍ୟେକ ଅନ୍ତର୍ଜାତୀୟ ଯାତ୍ରୀଙ୍କର ଭାଇରସ ଯାଞ୍ଚ ସୁନିଶ୍ଚିତ କରିବା ପାଇଁ ଚାରୋଟି ଉତ୍ସର୍ଗୀକୃତ କିଓସ୍କ ସ୍ଥାପନ କରିଛି କେଆଇଏ । ଦୈନିକ ପ୍ରାୟ ୨,୦୦୦ ଯାତ୍ରୀଙ୍କୁ ସ୍କ୍ରିନିଂ କରାଯିବା ସହିତ କର୍ଣ୍ଣାଟକରେ ଏମପକ୍ସର ପ୍ରବେଶ ଉପରେ ନଜର ରଖିବା ଏବଂ ରୋକିବା ପାଇଁ କଡା ପଦକ୍ଷେପ ନେଉଛନ୍ତି ବିମାନବନ୍ଦର କର୍ତ୍ତୃପକ୍ଷ ।
ବେଙ୍ଗାଲୁରୁ ଆନ୍ତର୍ଜାତୀୟ ବିମାନବନ୍ଦର ଲିମିଟେଡ୍ (ବିଆଇଏଏଲ୍) ମୁଖପାତ୍ର କହିଛନ୍ତି ଯେ, ବିଶ୍ୱର ଏମପକ୍ସ ପରିସ୍ଥିତିକୁ ଦୃଷ୍ଟିରେ ରଖି ସଂପୃକ୍ତ ଅଧିକାରୀଙ୍କ ଦ୍ୱାରା ଜାରି କରାଯାଇଥିବା ସମସ୍ତ ସ୍ୱାସ୍ଥ୍ୟ ଏବଂ ନିରାପତ୍ତା ପ୍ରୋଟୋକଲ୍ ପାଳନ କରୁଛି କେଆଇଏ । ଉଚ୍ଚ ତାପମାତ୍ରା ପାଇଁ ସମସ୍ତ ଅନ୍ତର୍ଜାତୀୟ ଯାତ୍ରୀଙ୍କୁ ପୁଙ୍ଖାନୁପୁଙ୍ଖ ଯାଞ୍ଚ କରାଯାଉଛି। ବିମାନବନ୍ଦରର ପ୍ରସ୍ତୁତି ଉପରେ ଆଲୋକପାତ କରି ମୁଖପାତ୍ର କହିଛନ୍ତି ଯେ କୌଣସି ସନ୍ଦିଗ୍ଧ ମାମଲାକୁ ତୁରନ୍ତ ସମ୍ଭାଳିବା ପାଇଁ ବିମାନବନ୍ଦରରେ ଏକ ଆଇସୋଲେସନ୍ ଜୋନ୍ ଗଠନ କରାଯାଇଛି।
ଅଧିକ ପଢ଼ନ୍ତୁ ଭାରତ ଖବର
ଅର୍ଗସ ବ୍ୟୁରୋ: ଜାରି ରହିଛି ପାର୍ବଣ ଋତୁ । ଏହି ସମୟରେ ଅନେକ ପୂଜା ସହିତ ଛୁଟି ପଡୁଥିବାକୁ ସପିଂ ପାଇଁ ଲୋକଙ୍କ ଆଗ୍ରହ ମଧ୍ୟ ବୃଦ୍ଧି ପାଇଥାଏ । ଏହାକୁ ଦୃଷ୍ଟିରେ ରଖି ବହୁ ଇ-କମର୍ସ କମ୍ପାନୀ ନିଜ ନିଜ ପ୍ଲାଟଫର୍ମରେ ଜବରଦସ୍ତ ଅଫର ଦେବା ନେଇ ସୂଚନା ରହିଛି । ଗତବର୍ଷ ଅକ୍ଚୋବର 8 ତାରିଖରୁ ଏହି ସେଲ୍ ଆରମ୍ଭ ହୋଇଥିବା ବେଳେ ଚଳିତବର୍ଷ ଶୀଘ୍ର ବିଗ୍ ବିଲିୟନ ଡେ’ ସେଲ୍ ଆରମ୍ଭ ହେବାକୁ ଯାଉଛି । ଏଥିରେ ଅନେକ ଜିନିଷ ଉପରେ ଅଫର ପାଇବେ ଗ୍ରାହକ । କେତେକ ଶ୍ରେଣୀରେ ମଲ୍ଟିପଲ ଅଫର ମଧ୍ୟ ପ୍ରଦାନ କରିବ କମ୍ପାନୀ ।
ବିଶେଷକରି ବୈଦ୍ୟୁତିକ ସାମଗ୍ରୀ ଯେପରିକି ଲାପଟପ, ମୋବାଇଲ ଫୋନ୍, ଗେମିଂ ଉପକରଣରେ ଅଧିକ ଅଫର ରହିଛି । ସର୍ବନିମ୍ନ 50ରୁ ସର୍ବାଧିକ 80 ପ୍ରତିଶତ ପର୍ଯ୍ୟନ୍ତ ରିହାତି ପ୍ରଦାନ କରାଯିବା ନେଇ କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି । ସେହିପରି ସ୍ମାର୍ଟ ଟିଭି ଉପରେ ମଧ୍ୟ 80 ପ୍ରତିଶତର ରିହାତି ରହିଛି । ଫ୍ଲିପକାର୍ଟର ବିଗ ବିଲିୟନ ସେଲରେ ଫ୍ରିଜ ଏବଂ 4କେ ସ୍ମାର୍ଟ ଟିଭି ଉପରେ 75 ପ୍ରତିଶତ ଡିସକାଉଣ୍ଟ ରହିଛି । ଅନ୍ୟପଟେ ଯଦି ଦେଖିବା ନଥିଂ, ରିୟଲମି, ଏମଆଇ, ଇନଫିନିକ୍ସ ଭଳି ବ୍ରାଣ୍ଡରେ ମଧ୍ୟ ବିଗ୍ ବିଲିୟନ୍ ଡେରେ ଅଫର ମିଳିବ । ତେବେ ଅଳ୍ପ ସମୟ ପାଇଁ ହିଁ ଅଫର ପ୍ରଦାନ କରାଯିବ । କମ୍ପାନୀର ସୂଚନା ମୁତାବକ ଆଇଫୋନ ଉପରେ ମଧ୍ୟ ରିହାତି ମିଳିବ।
ସେପ୍ଟେମ୍ବର 27 ତାରିଖରୁ ଆରମ୍ଭ ହେବାକୁ ଯାଉଛି ବିଗ୍ ବିଲିୟନ ସେଲ୍ । ତେବେ ଫ୍ଲିପକାର୍ଟର ପ୍ଲସ ମେମ୍ବରଙ୍କ ପାଇଁ ଗୋଟିଏ ଦିନ ପୂର୍ବରୁ ଆରମ୍ଭ ହେବ ସେଲ । ସେମାନେ ଶୀଘ୍ର ଅଧିକ ରିହାତିରେ କିଣିପାରିବେ।
ଅଧିକ ପଢ଼ନ୍ତୁ ବାଣିଜ୍ୟ ଖବର