ଭକ୍ତମାନେ ଦର୍ଶନ ଲାଗି ଦୀର୍ଘ ସମୟ ଅପେକ୍ଷା କରିବା ଫଳରେ ସିଂହଦ୍ୱାର ସମ୍ମୁଖରେ ଥିବା ବ୍ୟାରିକେଡ୍ କୁ ଠେଲି ଅବାଧରେ ପ୍ରବେଶ କରିଥିଲେ । ସେଠାରେ ଥିବା ପୋଲିସ ଓ ସେବାୟତଙ୍କ ଦ୍ୱାରା ସ୍ଥିତି ନିୟନ୍ତ୍ରଣକୁ ଆସିଥିଲା । ଆଜି ଭକ୍ତଙ୍କ ପ୍ରବଳ ଭିଡ଼ ଯୋଗୁଁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଥିବାବେଳେ ଭିଡ ନିୟନ୍ତ୍ରଣରେ ଫେଲ ମାରିଥିଲା ଶ୍ରୀମନ୍ଦିର ପ୍ରଶାସନ ।
ତେବେ ଏବେଠାରୁ ଦର୍ଶନ ବ୍ୟବସ୍ଥାକୁ ଶୃଙ୍ଖଳିତ ନକଲେ ଆଗକୁ ନୂଆବର୍ଷରେ ଦଳାଚକଟା ପରିସ୍ଥିତି ସୃଷ୍ଟି ହେବାର ଯଥେଷ୍ଟ ସମ୍ଭାବନା ରହିଛି । ସେପଟେ ଅତିରିକ୍ତ ଏସପି ନିଜ ପ୍ରତିକ୍ରିୟା ରଖି କହିଛନ୍ତି ସେବାୟତ ଓ ବରିଷ୍ଠ ନାଗରିକଙ୍କ ପାଇଁ ଉଦ୍ଦିଷ୍ଟ ଲାଇନରେ କିଛି ଲୋକ ଓ ଗୁମାସ୍ତା ଅଯଥା ଗହଳି କରୁଥିବାରୁ ତାଙ୍କୁ ସେଥିରୁ ନିବୃତ ରହିବାକୁ କୁହାଯାଇଛି । ହେଲେ ସେଭଳି କୌଣସି ବଡ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇନାହିଁ ।
ଆହୁରି ପଢନ୍ତୁ ଓଡିଶା ଖବର...