ଅବପାତରେ ପରିଣତ ହୋଇସାରିଛି ବାତ୍ୟା ଜୱାଦ । ଜୱାଦ ଦୁର୍ବଳ ହେବାରେ ଲାଗିଛି । କ୍ରମଶଃ ଆହୁରି ଦୁର୍ବଳ ହେବ । ବର୍ତ୍ତମାନ ବାତ୍ୟା ପୁରୀ ଠାରୁ 120 କିମି ଦୂରରେ ରହିଛି । ପବନର ବେଗ ଘଣ୍ଟାପ୍ରତି 60 କିମି ରହିପାରେ । ଆଇଏମଡି ପକ୍ଷରୁ 10 ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି ।
ଅପରାହ୍ନ ସୁଦ୍ଧା ପୁରୀ ଉପକୂଳ ଦେଇ ଉତ୍ତର-ଉତ୍ତର ପୂର୍ବ ଦିଗକୁ ଗତି କରିବ । ପଶ୍ଚିମବଙ୍ଗ ଏବଂ ବାଂଲାଦେଶ ଆଡ଼କୁ ଯିବ । ପ୍ରଭାବରେ ଭୁବନେଶ୍ୱର ସମେତ ରାଜ୍ୟର ଉପକୂଳ ଜିଲ୍ଲା ଗୁଡ଼ିକରେ ବର୍ଷା ଲାଗି ରହିଛି । ଯଦିଓ ଏହାର ବଡ ପ୍ରଭାବ ରାଜ୍ୟ ଉପରେ ନାହିଁ ତଥାପି ଉପକୂଳ ଜିଲ୍ଲା ମାନଙ୍କରେ ପ୍ରବଳ ବର୍ଷା ହେବ । ପବନର ବେଗ ସର୍ବାଧିକ ୬୦ କିଲୋମିଟର ଯାଏଁ ପହଞ୍ଚିବ ।