Videos
|
Odisha

ସୁଭଦ୍ରା ଯୋଜନାରେ ୨୧ ବର୍ଷ ବୟସ ପରେ ଆବେଦନ କରି ହେବ

Banajyotshna Ray
Browse all articles by Banajyotshna Ray
·2 years ago·2 min read
ସୁଭଦ୍ରା ଯୋଜନାରେ ୨୧ ବର୍ଷ ବୟସ ପରେ ଆବେଦନ କରି ହେବ

Key Points

  • ମୋଦିଙ୍କ ଚାରିପାଖରେ ମହିଳାଙ୍କ  ସୁରକ୍ଷା କବଚ
  • ଦେଶରେ ଆଗରୁ ହୋଇଥିଲା, ମାତ୍ର ଓଡ଼ିଶାରେ ହୋଇନଥିଲା
  • ଏବେ ୨୦୨୪ ରେ ସରକାର ବଦଳିବା ପରେ ହୋଇଛି
  • ମୋଦି ଆସି ଏହି ସୁରକ୍ଷା କବଚକୁ କରିବେ ଆହୁରି ମଜବୁତ
  • ସୁଭଦ୍ରା ଯୋଜନାରେ ୨୧ ବର୍ଷ ବୟସ ପରେ ଆବେଦନ କରି ହେବ
  • ସୁଭଦ୍ରାରେ ୬୦ ବର୍ଷ ବୟସ ପର୍ଯ୍ୟନ୍ତ ଯୋଜନାର ଲାଭ ନେବେ ମହିଳା
  • ୬୦ ବର୍ଷ ପରେ ଆପେ ଆପେ ବାର୍ଦ୍ଧକ୍ୟ ଭତ୍ତାକୁ ରୁପାନ୍ତରିତ ହୋଇଯିବ
  • ବିଜେଡି ସରକାର ସମୟରେ ମହିଳା ମାନେ ମଦ ଭାଟିକୁ କରୁଥିଲେ ବିରୋଧ 
  • ଏବେ ଓଡ଼ିଶାରେ ମଦ ଭାଟି ଭାଙ୍ଗୁଛନ୍ତି ବିଜେପି ସରକାର 

ଅର୍ଗସ ବ୍ୟୁରୋ:  ରାଜ୍ୟରେ ଉପର ମୁହାଁ ସୁଭଦ୍ରା ମିଟର । ସୁଭଦ୍ରା ଯୋଜନାକୁ ନେଇ ରାଜ୍ୟ ସାରା ବଢୁଛି ଉତ୍ସାହ । ୧୭ରେ ଓଡ଼ିଶା ଆସି ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିବେ ଖୋଦ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଘରେ ଘରେ ସୁଭଦ୍ରା । ସୁଭଦ୍ରା ଯୋଜନା ପାଇଁ ଆବେଦନ କରିସାରିଲେଣି ୫୦ ଲକ୍ଷରୁ ଉର୍ଦ୍ଧ୍ଵ ମହିଳା, ଆଗକୁ ସଂଖ୍ୟା ଆହୁରି ବଢିବ । ତେବେ ୧୫ ତାରିଖ ଯାଏଁ ଯେଉଁ ମାନେ ଆବେଦନ କରିଥିବେ ସେମାନଙ୍କ ପାଖକୁ ୧୭ ତାରିଖରେ ବ୍ୟାଙ୍କରୁ ପ୍ରଥମ କିସ୍ତି ଯିବ । ଆସନ୍ତାକାଲି ସାରା ରାଜ୍ୟରେ ହେବ ୧୦ ହଜାରଟି ସୁଭଦ୍ରା ସ୍ବାଗତ ପଦଯାତ୍ରା । ରାଜଧାନୀରୁ ଆରମ୍ଭ କରି ଓଡିଶାର ପ୍ରତ୍ୟେକ ରାଜସ୍ଵ ଗ୍ରାମରେ ହେବ ସୁଭଦ୍ରା ପଦ ଯାତ୍ରା । ସେହିପରି ପ୍ରତି ପଞ୍ଚାୟତରେ ଜିପିଏଲଏଫଙ୍କ ନେତୃତ୍ୱରେ ହେବ ପଦ ଯାତ୍ରା । ଏହାସହ ମିଶନ ଶକ୍ତି ଏବଂ ମହିଳା, ଶିଶୁ କଲ୍ୟାଣ ବିଭାଗ ନେତୃତ୍ଵରେ ଭୁବନେଶ୍ଵର ସ୍ଥିତ ଗିରିଦୂର୍ଗା ମନ୍ଦିର ଠାରୁ ରମାଦେବୀ ବିଶ୍ଵବିଦ୍ୟାଳୟ ଯାଏଁ ହେବ ରାଜ୍ୟ ସ୍ତରୀୟ ସୁଭଦ୍ରା ସ୍ଵାଗତ ପଦଯାତ୍ରା । ଏସଏଚଜି ମାଆ ମାନେ ମଧ୍ୟ ଗାଁ ଗାଁରେ ପଦଯାତ୍ରା ସାମିଲ ହେବେ ।

ପ୍ରତି ବ୍ଲକ୍ ଓ ପଞ୍ଚାୟତରେ ପାଳନ ହେଉଛି ସୁଭଦ୍ରା ସ୍ଵାଗତ ସପ୍ତାହ । ଗାଁ ଗାଁରେ ବୁଲୁଛି ସୁଭଦ୍ରା ରଥ । ଏହି କ୍ରମରେ ସୁଭଦ୍ରା ଯୋଜନାକୁ ଆହୁରି ଲୋକାଭିମୁଖୀ କରିବା ସହ ମହିଳାଙ୍କୁ ସଚେତନ କରିବା ପାଇଁ ଭୁବନେଶ୍ୱରରେ ବୁଲୁଛି ସୁଭଦ୍ରା ସଚେତନତା ରଥ । ଭୁବନେଶ୍ୱର ଜାଗମରା ଜଗନ୍ନାଥ ମନ୍ଦିରରୁ ମାଁ ସୁଭଦ୍ରାଙ୍କ ଆଶୀର୍ବାଦ ନେଇ  ବାହାରିଛି ସଚେତନତା ରଥ ।

ଆଉ ଏ ସବୁ ଭିତରେ ସୁଭଦ୍ରା ହିତାଧିକାରୀଙ୍କ ପାଇଁ ଆସିଛି ଆଉ ଏକ ଖୁସି ଖବର । ସୁଭଦ୍ରା ସହାୟତା ଉପଲବ୍ଧି ହେବ ଆହୁରି ସହଜ । ଡାକ ବିଭାଗ ବ୍ୟାଙ୍କ ଆକାଉଣ୍ଟରେ ବି ମିଳିବ ସୁଭଦ୍ରା ପ୍ରୋତ୍ସାହନ ରାଶି । ସେପଟେ ସୁଭଦ୍ରା ଯୋଜନାର ବ୍ୟାପକ ପ୍ରଚାର ପ୍ରସାର ପାଇଁ ବଡ ପଦକ୍ଷେପ ନେଇଛନ୍ତି ସରକାର । ସବୁ ବିଭାଗ କରିବେ ସୁଭଦ୍ରା ଯୋଜନାର ବ୍ରାଣ୍ଡିଂ । ଏ ନେଇ ସବୁ ବିଭାଗ ସଚିବଙ୍କୁ ଚିଠି ଲେଖିଛନ୍ତି  ମହିଳା ଓ ଶିଶୁ କଲ୍ୟାଣ ବିଭାଗ ସଚିବ । ସବୁ ବିଭାଗ କାର୍ଯ୍ୟାଳୟରେ ଏଲ୍ ଇ ଡି ଜରିଆରେ ସୁଭଦ୍ରା ଯୋଜନାର ଭିଡ଼ିଓ ଚାଲିବ । ସବୁ ବିଭାଗର ୱେବ୍ ସାଇଟ୍, ସୋସିଆଲ ମିଡ଼ିଆ ହାଣ୍ଡେଲ, ମୋବାଇଲ ଆପରେ ପ୍ରଦର୍ଶିତ ହେବ ସୁଭଦ୍ରା ଯୋଜନା ଲୋଗୋ ଏବଂ ଟ୍ୟାଗ ଲାଇନ୍ । ୧୫ ତାରିଖରୁ ସବୁ ବିଭାଗର ସୋସିଆଲ ମିଡ଼ିଆ ପେଜର ପ୍ରୋଫାଇଲ୍ ପିକ୍ଚର୍ ରେ ଲାଗିବ ସୁଭଦ୍ରା ଲୋଗୋ ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
In Subhadra Yojana, one should apply after the age of 21 years | Argus News