ଥରେ କି ଦୁଇ ଥରେ ନୁହେଁ ବାରମ୍ବାର ସେ ଏଭଳି ଭିଡିଓ ପୋଷ୍ଟ କରୁଛନ୍ତି ବୋଲି ବଜରଙ୍ଗ ଅଭିଯୋଗ କରିଛି । ତୁରନ୍ତ ଉକ୍ତ ଭିଡିଓକୁ ଡିଲିଟ କରାଯିବା ସହ ରାଜୁ ଦାସଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ସାଇବର ଥାନାରେ ଦାବି କରିଛି ବଜରଙ୍ଗ ଦଳ।
ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ: ୟୁଟ୍ୟୁବର ରାଜୁ ଦାସଙ୍କ ନାଁରେ କଟକ ସାଇବର ଥାନାରେ ଏତଲା ଦେଲା ବଜରଙ୍ଗ ଦଳ । ରାଜୁ ଦାସ ଓ ତାଙ୍କ ଚ୍ୟାନେଲ ନାଁରେ ଏତଲା ଦିଆଯାଇଛି । ହିନ୍ଦୁ ଧର୍ମକୁ ଅପମାନିତ କଲାଭଳି ଭିଡିଓ ପୋଷ୍ଟକୁ ନେଇ ଏହି ଏତଲା ଦିଆଯାଇଛି । ସାଧୁ, ସନ୍ଥ, ମହର୍ଷି ଓ ବଜରଙ୍ଗ ଦଳକୁ ଉପହାସ କଲା ପରି ସେ ଭିଡିଓ କରୁଛନ୍ତି । ଯାହା ହିନ୍ଦୁ ଧର୍ମାବଲମ୍ବୀ ବ୍ୟକ୍ତିଙ୍କ ଆସ୍ଥାକୁ ଆଘାତ ଦେଉଛି ।
ଥରେ କି ଦୁଇ ଥରେ ନୁହେଁ ବାରମ୍ବାର ସେ ଏଭଳି ଭିଡିଓ ପୋଷ୍ଟ କରୁଛନ୍ତି ବୋଲି ବଜରଙ୍ଗ ଅଭିଯୋଗ କରିଛି । ତୁରନ୍ତ ଉକ୍ତ ଭିଡିଓକୁ ଡିଲିଟ କରାଯିବା ସହ ରାଜୁ ଦାସଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ସାଇବର ଥାନାରେ ଦାବି କରିଛି ବଜରଙ୍ଗ ଦଳ।
ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ: ଯାଜପୁର ସୁକିନ୍ଦା ରେଲୱେ ଷ୍ଟେସନ ନିକଟସ୍ଥ ଡଙ୍କାଗଡିଆ ନିକଟରେ ଟ୍ରେନ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ସୂଚନା ମୁତାବକ ଯାଜପୁର ରୋଡ ଜିଆରିପି ଫାଣ୍ଡି ଅନ୍ତର୍ଗତ ଓଲଳ ପଞ୍ଚାୟତ ଡଙ୍କାଗଡିଆ ରେଳ ଧାରଣାରେ ଟ୍ରେନ ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁ ହୋଇଥିବା ସକାଳ 6ଟାରେ ଦେଖିବାକୁ ପାଇଥିଲେ।
ସ୍ଥାନୀୟ ଲୋକେ ମୃତଦେହ ପଡ଼ିଥିବାର ଦେଖି ସ୍ଥାନୀୟ ପୋଲିସକୁ ସୂଚନା ଦେଇଥିଲେ । ସ୍ଥାନୀୟ ରେଳବାଇ ପୋଲିସ ଘଟଣାସ୍ଥଳକୁ ଆସି ମୃତଦେହ ଜବତ କରି ଅଧିକ ତଦନ୍ତ ଜାରି ରଖିଛି। ତେବେ ଯୁବକ ଜଣଙ୍କ ମୃତ୍ୟୁର କାରଣ ଏପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
ଅର୍ଗସ ବ୍ୟୁରୋ: ଆଜି ସକାଳେ ଯାଜନୁରରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଏକାସାଙ୍ଗରେ ବାପ-ପୁଅଙ୍କ କୋକେଇ ଉଠିଛି। ବିଦ୍ୟୁତ୍ ଆଘାତରେ ବାପ-ପୁଅଙ୍କ ମୃତ୍ୟୁ ହୋଇଛି।
ସକାଳେ ଚାଷଜମିକୁ ପାଣି ମଡ଼ାଇବାକୁ ଯାଇଥିଲେ ବାପ-ପୁଅ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଉଭୟଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଯାଜପୁର ରୋଡ୍ ମାନଗୋବିନ୍ଦପୁର ବେଙ୍ଗପାଟିଆ ଗାଁ ପାଖ ବିଲରେ ଏଭଳି ଅଘଟଣ ଘଟିଛି। ବାପା ଗଣେଶ ମଣ୍ଡଲ ଓ ପୁଅ ଆଶୁତୋଷ ମଣ୍ଡଲ। ଉଭୟଙ୍କ ମୃତ୍ୟୁ ଖବର ପାଇବା ପରିବାର ଲୋକ ଭାଙ୍ଗିପଡ଼ିଛନ୍ତି। ସେପଟେ ବାପ-ପୁଅଙ୍କ ମୃତ୍ୟୁରେ ଗାଁରେ ଶୋକର ଛାୟା ଖେଳିଯାଇଛି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
ଅର୍ଗସ ବ୍ୟୁରୋ: ରବିବାର ସର୍ବଭାରତୀୟ ମେଡ଼ିକାଲ ପ୍ରବେଶିକା ପରୀକ୍ଷା (ନିଟ) ଅନୁଷ୍ଠିତ ହେବ । ରବିବାର ଅପରାହ୍ନ ୨ ଟା ରୁ ୫ଟା ପର୍ଯ୍ୟନ୍ତ ପରୀକ୍ଷା ଅନୁଷ୍ଠିତ ହେବ। ଓଡ଼ିଶାରୁ ପରୀକ୍ଷା ଦେବେ 66 ହଜାର 342 ଛାତ୍ରଛାତ୍ରୀ।
ରାଜ୍ୟରେ ମୋଟ୍ 150ଟି ପରୀକ୍ଷା କେନ୍ଦ୍ର କରାଯାଇଛି। ଦେଶର 557 ସହରରେ 24 ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେବେ। ଦେଶ ବାହାରେ 14ଟି ସହରରେ ହୋଇଛି ପରୀକ୍ଷା କେନ୍ଦ୍ର।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର