ଅଧିକ ପଢନ୍ତୁ : ସରିଲା ଲ୍ୟାଣ୍ଡଫଲ୍ , କେମିତି ଥିଲା ଦୃଶ୍ୟ ଦେଖନ୍ତୁ ଭିଡିଓ...
ସେହିଭଳି ଧାମରାରୁ ୫୦ କିମି ଦୂରରେ ରହିଛି ଦାନା।ବାତ୍ୟାର କେନ୍ଦ୍ର ସ୍ଥଳରେ ବର୍ତ୍ତମାନ ଘଣ୍ଟାପ୍ରତି ୮୦ ରୁ ୯୦ କିଲୋମିଟର ବେଗରେ ବହୁଛି ପବନ।ଝଟକା ପବନ ଘଣ୍ଟାପ୍ରତି ୧୦୦ କିମି ଯାଇପାରେ। କେନ୍ଦ୍ରାପଡାର ରାଜକନିକାର ସର୍ବାଧିକ ବର୍ଷା 156 ମିଲିମିଟର ବର୍ଷା ରେକର୍ଡ କରାଯାଇଛି।ବାତ୍ୟାର ଲାଣ୍ଡଫଲ ପ୍ରକ୍ରିୟାରେ ଟିକେ ବିଳମ୍ବ ହୋଇଛି।ଯେହେତୁ ବାତ୍ୟାର ଉଭୟ ପାର୍ଶ୍ୱରେ 2 ଟି ଆଣ୍ଟି -ସ୍ଲାଇକ୍ଲୋନ ରହିଥିଲା ସେଥିପାଇଁ ବାତ୍ୟା ଦାନା ଲାଣ୍ଡଫଲ କରିବାରେ ବିଳମ୍ଭ ହୋଇଛି । ବାଲେଶ୍ୱର, ଭଦ୍ରକ ଏବଂ ମୟୁରଭଞ୍ଜକୁ ରେଡ ୱାର୍ନିଙ୍ଗ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।