ଘର
ଓଡ଼ିଶା
`ଲକ୍ଷ୍ମୀ' ବସ୍ଷ୍ଟାଣ୍ଡ ନାଁରେ ଲକ୍ଷ ଲକ୍ଷ ଟଙ୍କା ଖାଇଗଲେ
`ଲକ୍ଷ୍ମୀ' ବସ୍ଷ୍ଟାଣ୍ଡ ନାଁରେ ଲକ୍ଷ ଲକ୍ଷ ଟଙ୍କା ଖାଇଗଲେ
by Banajyotshna Ray
Anugul
| Mon, Sep 16 | 3:11 p.m.
ଅର୍ଗସ ବ୍ୟୁରୋ: ଭୋଟ୍ ପାଇଁ ତତ୍କାଳୀନ ବିଜେଡି ସରକାର ଆରମ୍ଭ କରିଥିଲେ ଲକ୍ଷ୍ମୀ ବସ୍ ଯୋଜନା । ଏଥିପାଇଁ କୋଟି କୋଟି ଟଙ୍କା ବ୍ୟୟ ବି ହୋଇଥିଲା । ହେଲେ ଏଥିରେ କେତେ ଦୁର୍ନୀତି ହୋଇଥିଲା ତାହା ଏବେ ସାମ୍ନା ଆସିବାରେ ଲାଗିଛି । ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ବ୍ଲକରେ ୩୪ଟି ପଞ୍ଚାୟତ ଥିବା ବେଳେ, ସବୁ ପଞ୍ଚାୟତକୁ ସଂଯୋଗ କରିବାକୁ ୩ଟି ବସ୍ ଚଳାଚଳ ପାଇଁ ରୋଡ ମ୍ୟାପ୍ ପ୍ରସ୍ତୁତ ହୋଇଥିଲା । କିଛି ପଞ୍ଚାୟତକୁ ବସ୍ ଚାଲୁଥିବା ବେଳେ, ଏବେ ବି ଅନେକ ପଞ୍ଚାୟତକୁ ବସ୍ ଗଡ଼ି ନାହିଁ । ବ୍ଲକରେ ୫୮ଟି ବସଷ୍ଟାଣ୍ଡ ନିର୍ମାଣ ହେବାକୁ ଥିବା ବେଳେ ସନ୍ତରାବନ୍ଧ, ତେଣ୍ଟୁଲୋଇ ଓ ଗଡମଣ୍ଡଳରେ ପୁରୁଣା ବସଷ୍ଟାଣ୍ଡରେ ରଙ୍ଗ ଓ ବୋର୍ଡ ଲଗାଇ ଟଙ୍କା ଆତ୍ମସାତ କରିଥିବା ଅଭିଯୋଗ ହୋଇଛି ।
ବାହାଳସାହି, କଣଲୋଇ, ଉଗୀ ଓ ତୁକୁଡାରେ ବସ୍ଷ୍ଟାଣ୍ଡ ନିର୍ମାଣକୁ ୬ ମାସ ନ ପୁରୁଣୁ ଏଠି ଟାଇଲସ୍ ଛାଡିଗଲାଣି । ଆଜି ବି କେନ୍ଦୁପଶି , ବଡବେରଣା, ବରପଦା ହାଟ, ବାଗଡିଆ ଓ ନୂଆଗାଁ ବସ୍ଷ୍ଟାଣ୍ଡ ଅଧପନ୍ତରିଆ ହୋଇ ରହିଛି । ସେହିପରି ଉଗୀ ଗାଁରେ ବସ୍ଷ୍ଟାଣ୍ଡ ନିର୍ମାଣ ହୋଇଛି ସତ ହେଲେ ଗାଁକୁ ଗୋଟିଏ ଦିନ ବି ବସ୍ ଯାଇନାହିଁ । ବିଜେଡି ସରକାରରେ ଯନ୍ତ୍ରୀ, ନେତା, ଠିକାଦାର ମିଳିମିଶି ଟଙ୍କା ଆତ୍ମସାତ୍ କରିଥିବା ଲୋକେ ଅଭିଯୋଗ କରିଛନ୍ତି । ୫ ଲକ୍ଷ ୨୦ ହଜାରରେ ଗୋଟିଏ କାନ୍ଥକୁ ଫାଳିଏ ଛାତରେ ବସଷ୍ଟାଣ୍ଡ ନିର୍ମାଣ ହୋଇଥିବା ଅଭିଯୋଗ ହୋଇଛି । ରାଜ୍ୟରେ ସରକାର ବଦଳିଛି, ଏ ନୂଆ ବିଜେପି ସରକାର ଏ ଦୁର୍ନୀତିର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବାକୁ ହୋଇଛି ଦାବି ।
ଅଧିକ ପଢ଼ନ୍ତୁ ଓଡିଶା ଖବର: