କିଛି ସ୍ଥାନରେ ୫ ଦିନ ଯାଏ ପ୍ରବଳରୁ ଅତିପ୍ରବଳ ବର୍ଷାର ସମ୍ଭାବନା ଦେଇଛି ପାଣିପାଗ ବିଭାଗ । ଆଜିଠାରୁ ବଢିବ ବର୍ଷା ପରିମାଣ। ଏହି ବର୍ଷା କୁ ନେଇ ଫିକା ପଡିପାରେ ଗଣେଶ ପୂଜା। ବିଶେଷ କରି ଉପକୂଳ ଓଡ଼ିଶା ଭିଜିବ। ଆସନ୍ତା ୨୪ ଘଣ୍ଟାରେ ଲଘୁଚାପ ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ବର୍ଷା ସମ୍ଭାବନା। ପ୍ରବଳ ବର୍ଷା ପାଇଁ ୮ ଜିଲ୍ଲା କୋରାପୁଟ, ରାୟଗଡା, ମାଲକାନଗିରି, ଗଞ୍ଜାମ ଗଜପତି , କନ୍ଧମାଳ , କଳାହାଣ୍ଡି ଓ ନବରଙ୍ଗପୁରକୁ ୟେଲୋ ଓ୍ବାର୍ଣ୍ଣିଙ୍ଗ ଜାରି କରିଛି ପାଣିପାଗ ବିଭାଗ ।
ସେହିପରି ବିଜୁଳି ଘଡଘଡି ସହ ବର୍ଷା ପାଇଁ ପୁରୀ, ଖୋର୍ଦ୍ଧା ,ନୟାଗଡ ନୂଆପଡା ବଲାଙ୍ଗୀର ଓ ବରଗଡ଼କୁ ସତର୍କତା ଜାରି କରାଯାଇଛି। ୯ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ଜିଲ୍ଲାରେ ବଜ୍ରପାତ ନେଇ ସତର୍କତା ଜାରି କରିଛି ପାଣିପାଗ ବିଭାଗ। ଆସନ୍ତାକାଲି ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ବିଶେଷ କରି ପ୍ରବଳ ବର୍ଷା ଥିବା ବେଳେ ମାଲକାନଗିରି, କୋରାପୁଟ, ରାୟଗଡା, ଗଞ୍ଜାମ, ଗଜପତି , କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର ନୂଆପଡା ଓ ବଲାଙ୍ଗୀର ଜିଲ୍ଲାପାଇଁ ୟେଲୋ ଓ୍ବାର୍ଣ୍ଣିଙ୍ଗ ଜାରି କରିଛି।
ଅଧିକ ପଢ଼ନ୍ତୁ ପାଣିପାଗ ଖବର