କେନ୍ଦ୍ରମନ୍ତ୍ରୀଙ୍କ ଉପସ୍ଥିତିରେ ମୂର୍ତ୍ତି ହସ୍ତାନ୍ତର କଲା କଷ୍ଟମ ବିଭାଗ
ହଂକଂକୁ ଚୋରାଚାଲାଣ ବେଳେ ଦିଲ୍ଲୀ ବିମାନବନ୍ଦରରେ ଧରାପଡ଼ିଥିଲା ମୂର୍ତ୍ତିଟି । ଦୁର୍ଲ୍ଳଭ ପ୍ରତିମା ଫେରାଇବାକୁ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ମା' କୋଟ୍ରାକ୍ଷୀ ସ୍ଥାନୀୟ ଲୋକଙ୍କ ଆସ୍ଥା, ଐତିହ୍ୟ ଏବଂ ବିଶ୍ବାସର କେନ୍ଦ୍ର । ମା'ଙ୍କର ଏହି ଦୁର୍ଲ୍ଳଭ ଅଷ୍ଟଧାତୁ ମୂର୍ତ୍ତିଟି ୨୦୨୧ ଜାନୁଆରୀରେ ଦର୍ପଣଗଡ଼ ଗ୍ରାମରୁ ଚୋରି ହୋଇଥିଲା ଏବଂ ତା’ ପରଦିନ ସକାଳେ ବଡଚଣା ଥାନାରେ ଏଥିନେଇ ଏକ ମାମଲା ମଧ୍ୟ ରୁଜୁ ହୋଇଥିଲା ।
ମୂର୍ତ୍ତି ଉଦ୍ଧାର ପାଇଁ ଅନେକ ଦାବି ଓ ଆନ୍ଦୋଳନ ସତ୍ତ୍ବେ ପୋଲିସ ବିଫଳ ହେବାରୁ ଘଟଣାର 7 ମାସ ପରେ ଗାଁ ଲୋକେ ମା'ଙ୍କର ଆଉ ଏକ ମୂର୍ତ୍ତି ମନ୍ଦିରରେ ସ୍ଥାପନ କରିଥିଲେ । ଏବେ ନିଜ ଇଷ୍ଟ ଦେବୀଙ୍କମୂର୍ତ୍ତି ଫେରିପାଇବା ପରେ ଖୁସିରେ ବିଭୋର ଗ୍ରାମବାସୀ । ମୂର୍ତ୍ତି ହସ୍ତାନ୍ତରେ ବେଳେ ଏଏସଆଇ ଅଧିକାରୀଙ୍କ ସହ ଦର୍ପଣଗଡ ଲୋକେ ବି ଉପସ୍ଥିତ ଥିଲେ ।
ମୂର୍ତ୍ତି ଫେରୁଥିବାରୁ ଦର୍ପଣଗଡବାସୀଙ୍କୁ ଅଭିନନ୍ଦନ ଜଣାଇଲେ କେନ୍ଦ୍ରମନ୍ତ୍ରୀ