ଅଧିକ ପଢନ୍ତୁ : ଆଜି ୪ ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନ
ସେପଟେ ଆଜି ଶ୍ରାବଣ ଅମାବାସ୍ୟା ଅବସରରେ ଶ୍ରୀମନ୍ଦିରରେ ଚିତାଲାଗି ଅମାବାସ୍ୟା ନୀତି ଅନୁଷ୍ଠିତ ହେବା ନେଇ ନୀତି ନିର୍ଦ୍ଧାରଣ କରାଯାଇଥିଲା । ଆଜି ମହାପ୍ରଭୁଙ୍କୁ ରତ୍ନଚିତା ଲାଗି କରାଯିବ । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ହୀରା ଚିତା,ପ୍ରଭୁ ବଳଭଦ୍ରଙ୍କୁ ନୀଳା ଚିତା ଓ ଦେବୀ ସୁଭଦ୍ରାଙ୍କୁ ପାନା ଚିତା ଲାଗି କରାଯିବ । ତେଣୁ ଆଜି ୪ ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନ। ଦ୍ୱିପ୍ରହର ଧୂପ ସରି ପ୍ରଥମ ଭୋଗମଣ୍ଡପ ନୀତି ଶେଷ ହେବାପରେ ରତ୍ନସିଂହାସନରୁ ଶ୍ରୀଦେବୀ ଓ ଭୂଦେବୀ ଖଟଶେଯ ଘରକୁ ବିଜେ କରିବା ପରେ ଶ୍ରୀଜୀଉଙ୍କ ଝୋବା ମଇଲମ ହୋଇ ଜୟବିଜୟ ଦ୍ୱାର ବନ୍ଦ କରାଯିବ । ପତିମହାପାତ୍ର ସେବକ ସଂସ୍କାର କରିବା ପରେ ବାଡ଼ଗ୍ରାହୀ ଦଇତାପତି ମାନେ ରତ୍ନସିଂହାସନାରେ ଅଧିଷ୍ଠିତ ଶ୍ରୀଜୀଉଙ୍କର ଚିତାଲାଗି କାର୍ଯ୍ୟ ସମ୍ପର୍ଣ୍ନ କରିବେ ।