ସ୍ୱାମୀ-ସ୍ତ୍ରୀ ମଧ୍ୟରେ ସମ୍ପର୍କର ପଟ୍ଟାନ୍ତର ନାହିଁ । ଥରେ ହାତଗଣ୍ଠି ପଡ଼ିଲେ ଏହି ସମ୍ପର୍କର ଖିଅ ସାତ ଜନ୍ମ ପର୍ଯ୍ୟନ୍ତ ଲମ୍ବିଯାଏ । ଉଭୟଙ୍କ ମଧ୍ୟରେ ସ୍ନେହ, ଭଲ ପାଇବା ଏବଂ ଉତ୍ତମବୁଝାମଣା ଏକ ସୁନ୍ଦର ଜୀବନ ରଥକୁ ବାଟ କଢ଼ାଇ ନିଏ । ହେଲେ ଯୁଗ ବଦଳିବା ସାଙ୍ଗକୁ ବଦଳି ଯାଇଛି ସମ୍ପର୍କର ସଂଜ୍ଞା । ପରକୀୟା ପ୍ରୀତିଠୁ ଆରମ୍ଭ କରି ବିଶ୍ୱାସଘାତକତା ଯେମିତି ଆଜିକାଲି ଘର ଘରର କଥା ।
ହେଲେ ଏଠି ଏକ ନିଆରା ଦୃଶ୍ୟ ଦେଖିବାକୁ ମିଳିଛି । ଯେତେବେଳେ ଜଣେ ସ୍ୱାମୀ ତା ସ୍ତ୍ରୀର ପ୍ରେମିକ ବିଷୟରେ ଖବର ପାଇଲେ ରାଗର ବଶୀଭୂତ ହୋଇ କିଛି ବି କରିବାକୁ ପଛାଏନି । ସେମିତି ସମାଜରେ ଜଣେ ସ୍ୱାମୀ ତା ସ୍ତ୍ରୀର ପ୍ରେମ ସଂପର୍କରେ ଜାଣି ତାକୁ ପ୍ରେମିକକୁ ବିବାହ କରାଇଛି ।
ଆଜ୍ଞା ହଁ ଆପଣ ଠିକ୍ ଶୁଣିଛନ୍ତି....ସ୍ୱାମୀ କଲା ସ୍ତ୍ରୀର ବାହାଘର । କଥା ଟା ଶୁଣିବା ପାଇଁ ଟିକେ ଅଡ଼ୁଆ ଲାଗୁଥିଲେ ବି ସତ । ଜଣେ ସ୍ୱାମୀ, ସ୍ତ୍ରୀ ର ପ୍ରେମ ଆଗରେ ହାରମାନିଛି । ଆଉ ନିଜ ସ୍ତ୍ରୀ କୁ ସ୍ତ୍ରୀ ର ପ୍ରେମିକ ସାଙ୍ଗେ ବିବାହ କରାଇଛି । ଏହି ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଗଁନ୍ଦିଆ ଥାନା ଅଞ୍ଚଳରେ ।
୨୦୨୧ ମସିହାରେ ଏଇ ସ୍ଵାମୀ ଓ ସ୍ତ୍ରୀ ଭିତରେ ହୋଇଥିଲା ବାହାଘର । ହେଲେ ପ୍ରିୟଙ୍କା ପୂର୍ବରୁ ଅନୁଗୁଳର ଜଣଙ୍କୁ ଭଲ ପାଉଥିଲେ । ସେଇଥି ଲାଗି ତ ବାହାଘରର ମାତ୍ର ୨ ସପ୍ତାହ ପରେ ଶାଶୂ ଘର ଛାଡି ବାପଘର ପଳାଇଥିଲେ ସଂପୃକ୍ତ ବୋହୂ । କିନ୍ତୁ ଶାଶୂଘର ଲୋକଙ୍କ ଚାପରେ ଫେରିଥିଲେ ସତ କିନ୍ତୁ ବାରମ୍ବାର ଜୀବନ ହାରିବାକୁ ଦେଉଥିଲେ ଧମକ ।
ସବୁବେଳେ ଏଭଳି ଧମକ ପାଇ ଅତିଷ୍ଠ ହୋଇପଡିଥିଲେ ସ୍ୱାମୀ । ଶେଷରେ ଚେତାବନୀରେ ବିଚଳିତ ହୋଇ ଥାନାର ଦ୍ୱାରସ୍ଥ ହୋଇଥିଲେ । ପ୍ରେମିକକୁ ଫୋନ ଯୋଗେ ସଂପର୍କ କରି ତାଙ୍କୁ ଥାନାକୁ ଡକାଇଥିଲେ । ଏସବୁ ଜାଣିବା ପରେ ନିଜର ଆଠ ବର୍ଷର ପ୍ରେମକୁ ସାକାର କରିବା ପାଇଁ ଥାନାରେ ପହଞ୍ଚି ଥିଲେ ପ୍ରେମିକ । ଆଉ ଶେଷରେ ମନ୍ଦିରରେ ନିଜ ସ୍ତ୍ରୀ କୁ ପ୍ରେମିକ ହାତରେ ଟେକି ଦେଇଥିଲେ ସ୍ବାମୀ ଓ ଶ୍ୱଶୁର ।
ଦର୍ଶକବନ୍ଧୁ ଆଜିକା ସମାଜରେ ଏଭଳି ଘଟଣା ତ ନିଆରା । ଆପଣ କେମିତି ଦେଖୁଛନ୍ତି ଆମକୁ କମେଣ୍ଟରେ ଜଣାଇବେ ।
ଆହୁରି ପଢନ୍ତୁ ଓଡିଶା ଖବର...