ଯେଉଁମାନେ ଅଧିକୃତ ନୁହନ୍ତି ସେମାନେ ରଥ ଉପରେ ରହୁଛନ୍ତି ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ସମସ୍ତ ନିଯୋଗ ସହ ବୈଠକ କରିବେ । ଅଣସେବାୟତଙ୍କୁ ମଧ୍ୟ ଚେତାବନୀ ଦେଇଛନ୍ତି । ରଥ ଉପରେ ଅଣସେବାୟତ ଚଢିଲେ ନିଆଯିବ କାର୍ଯ୍ୟାନୁଷ୍ଠାନ । ତିନିଜଣିଆ କମିଟି ରିପୋର୍ଟ ଦେଲା ପରେ ପହଣ୍ଡି ବିଜେ ଅଘଟଣ ସମ୍ପର୍କରେ ତର୍ଜମା କରାଯିବ । ରଥ ଉପରେ ବିଶୃଙ୍ଖଳାକୁ ବରଦାସ୍ତ କରାଯିବନାହିଁ । ସେପଟେ ରତ୍ନଭଣ୍ଡାର ପ୍ରସଙ୍ଗରେ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି । ରାଜ୍ୟ ସରକାରଙ୍କ ମୋଡାଲିଟିକୁ ଅନୁପାଳନ କରାଯିବ ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ।
ପହଣ୍ଡି ସମୟରେ ମୁହଁ ମାଡ଼ି ତଳେ ପଡ଼ିବା ପୂର୍ବରୁ ଚାର ଉପରେ ଅଧଘଣ୍ଟା ଅଟକି ଥିଲେ ମହାପ୍ରଭୁ