Southwest Monsoon has further advanced into some more parts of Odisha and covered #24districts namely; Malkangiri, Koraput, Rayagada, Gajapati, Ganjam, Puri, Nayagarh, Nabarangpur, Nuapada, Kalahandi, Kandhamal, Bolangir, Boudh, Sonepur, Bargarh, Angul, Dhenkanal, Khordha, pic.twitter.com/VVKc2BJjfK — Meteorological Centre, Bhubaneswar (@mcbbsr) June 21, 2024
ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ ପ୍ରଭାବରେ ବିଭିନ୍ନ ଜିଲ୍ଲାରେ ବର୍ଷା । ମୌସୁମୀ ବାୟୁ ବାକି ୬ ଜିଲ୍ଲା ଛୁଇଁବାକୁ ଅନୁକୂଳ ରହିଛି ପାଗ । ୬ ଜିଲ୍ଲା ଗୁଡିକ ହେଉଛି ଝାରସୁଗୁଡ଼ା, ସମ୍ବଲପୁର, କେନ୍ଦୁଝର, ବାଲେଶ୍ୱର, ସୁନ୍ଦରଗଡ଼, ମୟୂରଭଞ୍ଜ ।
ଅନ୍ୟପଟେ ପ୍ରଚଣ୍ଡ ଖରା ଓ ଗୁଳିଗୁଳିରୁ ଆଶ୍ୱସ୍ତି ମିଳିଛି । ଆଜିଠୁ 2 ଦିନ ଯାଏଁ ରାଜ୍ୟରେ ଭାରି ବର୍ଷା ହେବା ନେଇ ଆଞ୍ଚଳିକ ପାଣିପାଗ ବିଭାଗର ସୂଚନା ରହିଛି । ୨୬ ରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଘୂର୍ଣ୍ଣିବଳୟ । ପ୍ରଭାବରେ ୨୬ ରୁ ୨୯ ତାରିଖ ଯାଏଁ ହୋଇପାରେ ପ୍ରବଳ ବର୍ଷା । ସେପଟେ ଆସନ୍ତା ୩ ରୁ ୪ ଦିନ ମଧ୍ୟରେ ସାରା ଓଡ଼ିଶାକୁ ପ୍ରବେଶ କରିବ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ।
ଆହୁରି ପଢନ୍ତୁ ପାଣିପାଗ ଖବର...