ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ: ଆଜିଠୁ ଆନ୍ଦୋଳନ କରିବାକୁ ନର୍ସିଂ ସଂଘର ନିଷ୍ପତ୍ତି । ଏସମା ଲାଗୁ ସତ୍ତ୍ବେ ଜିଦରେ ଅଟଳ ନର୍ସିଂ ଅଫିସର । ଏପଟେ କିନ୍ତୁ ରାଜ୍ୟରେ ନର୍ସିଂ ଅଫିସରଙ୍କ ଆନ୍ଦୋଳନ ପ୍ରସଙ୍ଗରେ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଆଶ୍ବସ୍ତି । ନର୍ସିଂ କର୍ମଚାରୀ ଦେଇଥିବା ବନ୍ଦ ଆନ୍ଦୋଳନ ପ୍ରସଙ୍ଗରେ ଆଜି ନର୍ସିଂ ଅଫିସରଙ୍କ ସହ ଆଲୋଚନା ହେବ। ଖୁବଶୀଘ୍ର ସେମାନଙ୍କ ଦାବି ପୂରଣ ପାଇଁ ସରକାର ଚେଷ୍ଟା କରୁଛନ୍ତି। ନର୍ସିଂ ଅଫିସରମାନେ ଆନ୍ଦୋଳନ ପ୍ରତ୍ୟାହାର କରିବେ ବୋଲି ଆଶାବାଦୀ କହିଲେ ସ୍ବାସ୍ଥ୍ୟମନ୍ତ୍ରୀ । ଅନ୍ୟପଟେ ରାଜ୍ୟରେ ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି ଦୁଇଟି ମେଡିକାଲ କଲେଜ। ଫୁଲବାଣୀ ଏବଂ ତାଳଚେର ମେଡ଼ିକାଲ କାର୍ଯ୍ୟକ୍ଷମ ହେବ। ଏନେଇ ରାଜ୍ୟ ସରକାର କାର୍ଯ୍ୟ ଜାରି ରଖିଥିବା କହିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ।
ଅଧିକ ପଢ଼ନ୍ତୁ ଓଡିଶା ଖବର:
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ପୋଲସରା ରେଞ୍ଜ ଅଧିନସ୍ଥ ହାତୀଓଟ, ଯେମାଦେଇପୁର, ପ୍ରାଣପୁରଦେଇପୁର ଗ୍ରାମରେ ବିଲୁଆ ଆକ୍ରମଣରେ ୨୦ ରୁ ଉର୍ଦ୍ଧ୍ୱ ଆହତ ହୋଇଛନ୍ତି । ସକାଳେ ଏଭଳି ଘଟଣା ଘଟିଥିବା ସୂଚନା ମିଳିଛି। ଆହାତ ମାନଙ୍କ ମଧ୍ୟରେ ୭ ଜଣ ମହିଳା ରହିଥିବା ବେଳେ ୧୩ ଜଣ ପୁରୁଷ ରହିଛନ୍ତି। ପୋଖରୀ ଓ ଚାଷ ଜମିକୁ ଯିବା ସମୟରେ ଗୋଟିଏ ବିଲୁଆ ସମସ୍ତଙ୍କୁ ଆକ୍ରମଣ କରିଥିବା କହିଛନ୍ତି ଆହତ ମାନେ ।
ପରବର୍ତ୍ତୀ ମୁହୂର୍ତ୍ତରେ ଖବର ଅଞ୍ଚଳସାରା ବ୍ୟାପି ଯାଇଥିଲା । ସ୍ଥାନୀୟ ଲୋକେ ଭୟଭୀତ ହୋଇ ପଡ଼ିଥିବା ବେଳେ ଖବର ପାଇ ବନବିଭାଗ କର୍ମଚାରୀ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି। ବିଲୁଆଟି ଆଖପାଖ ତିନୋଟି ଗ୍ରାମରେ ଲୋକଙ୍କୁ ଆକ୍ରମଣ କରିଥିବା ବେଳେ ଆହତମାନଙ୍କୁ ଚିକିତ୍ସା ନିମନ୍ତେ ପୋଲସରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ଭର୍ତି କରାଯାଇଥିବା ଜଣାପଡିଛି l
ଅଧିକ ପଢନ୍ତୁ ଓଡ଼ିଶା ଖବର
ଅର୍ଗସ ବ୍ୟୁରୋ: ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା । ସଦସ୍ୟତା ଅଭିଯାନ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଯୋଗଦେବେ । ରାଜ୍ୟ ପଦାଧିକାରୀ, ସାଂସଦ, ବିଧାୟକଙ୍କ ସହ କରିବେ ଆଲୋଚନା । ଦଳୀୟ ସଦସ୍ୟତା ଅଭିଯାନ ନେଇ ମଧ୍ୟ ପରାମର୍ଶ ଦେବେ । ସୂଚନା ଦେଲେ ରାଜ୍ୟ ବିଜେପି ସଭାପତି ମୋହନ ସାମଲ୍ ।
ଆହୁରି ପଢନ୍ତୁ ଓଡିଶା ଖବର...