ସରିଲା କାର୍ତ୍ତିକ, ଆଜି ଛାଡଖାଇ
by Banajyotshna Ray
ଅର୍ଗସ ବ୍ୟୁରୋ: ଶେଷ ହୋଇଛି ପବିତ୍ର କାର୍ତ୍ତିକ ମାସ । ଧର୍ମ ମାସ ସରିବା ପରେ ଆଜି ପାଳନ ହେବ ଛାଡଖାଇ । ମାସେଧିକ କାଳ ମୁହଁରେ ବାଜି ନଥିବା ଆମିଷ ମୁହଁରେ ବାଜିବ । ଛାଡଖାଇ- ଛାଡିଥିବା ଖାଦ୍ୟକୁ ପୁଣି ଖିଆଯିବ । ତେବେ ଏଥିପାଇଁ ଆମିଷ ଦୋକାନୀଙ୍କ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି । ମାକ୍ରେଟରେ ପ୍ରବଳ ଭିଡ ଦେଖିବାକୁ ମିଳିଛି।
ଆମିଶ ବଜାରରେ ବିକ୍ରି ହେଉଛି ଆମିଶ ଦ୍ରବ୍ୟ । ବ୍ରଏଲର କୁକୁଡା, ଖାସିମାଂସ, ମାଛ, ଡ୍ୟାମ ମାଛ, ଦେଶୀ କୁକୁଡା, ଅଣ୍ଡା, ଚିଙ୍ଗୁଡି, କଙ୍କଡା ସହ ବିଭିନ୍ନ ପ୍ରକାରର ଶୁଖୁଆର ବ୍ୟବସ୍ଥା ଗ୍ରହଣ କରାଯାଇଛି । ଆସନ୍ତାକାଲି ବୁଧବାର ଥିବାରୁ ମାର୍କେଟରେ ଅଧିକ ଭିଡ ଜମିବ । ତେବେ ଲୋକମାନେ ଆଜି ଏବଂ ଆସନ୍ତାକାଲି ଦୁଇ ଦିନ ପାଳନ କରିବେ ଛାଡଖାଇ।
ଅଧିକ ପଢ଼ନ୍ତୁ ଓଡିଶା ଖବର: