Videos
|
Odisha

ଚତୁର୍ଥ ଦିନରେ ଜାରି ରହିଛି ବିଶ୍ବପ୍ରସିଦ୍ଧ ରଥଯାତ୍ରା ପାଇଁ ରଥ ନିର୍ମାଣ କାର୍ଯ୍ୟ

Ritu Das
Browse all articles by Ritu Das
·2 years ago·2 min read
ଚତୁର୍ଥ ଦିନରେ ଜାରି ରହିଛି ବିଶ୍ବପ୍ରସିଦ୍ଧ ରଥଯାତ୍ରା ପାଇଁ ରଥ ନିର୍ମାଣ କାର୍ଯ୍ୟ

ଅର୍ଗସ ବ୍ୟୁରୋ: ଚତୁର୍ଥ ଦିନରେ ଜାରି ରହିଛି ବିଶ୍ବପ୍ରସିଦ୍ଧ ରଥଯାତ୍ରା ପାଇଁ ରଥ ନିର୍ମାଣ କାର୍ଯ୍ୟ।ପ୍ରଚଣ୍ଡ ରୌଦ୍ରତାପ ସତ୍ତ୍ୱେ ରଥଚାଳି ରେ ଜାରି ରହିଛି ନିର୍ମାଣ କାର୍ଯ୍ୟ।ଚତୁର୍ଥ ଦିନରେ ଭୋଇ କମାର ମହାରଣା ଆଦି ୭୩ ଜଣ ସେବାୟତଙ୍କ ଉପସ୍ଥିତିରେ ରଥକାର୍ଯ୍ୟ ଚାଲିଛି । ସପ୍ତମ ଦିନରେ ସୂତାବାଡିଆ ଅନୁକୂଳ ପାଇଁ ଜୋର୍ ସୋରରେ ଚାଲିଛି ତୁମ୍ବ ନିର୍ମାଣ କାର୍ଯ୍ୟ ।

ବିଶ୍ଵ ନିଅନ୍ତାଙ୍କ ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା ପାଇଁ ଚାଲିଛି ରଥ ନିର୍ମାଣ କାର୍ଯ୍ୟ। ଅସହ୍ୟ ଗୁଳୁଗୁଳିରେ ବି ୪ର୍ଥ ଦିନରେ ଜାରି ରହିଛି ନିର୍ମାଣ।ଚତୁର୍ଥ ଦିନରେ ଭୋଇ,କମାର,ମହାରଣା ଆଦି ୭୩ ଜଣ ସେବାୟତଙ୍କ ଉପସ୍ଥିତିରେ ଜାରି ରହିଛି ନିର୍ମାଣ କାର୍ଯ୍ୟ ।ସକାଳ ୮ ରୁ ରାତି ୮ ପର୍ଯ୍ୟନ୍ତ ନିର୍ମାଣ କାର୍ଯ୍ୟ ଜାରି ରହିଛି। ୪୨ ଟି ତୁମ୍ବ କାଠ ପାଇଁ ଫାଶୀ କାଠ ଯୋଗାଇ ଦିଆଯାଇଥିବା ବେଳେ ୧୧ ଟି ତୁମ୍ବର ଗୋଲେଇ କାର୍ଯ୍ୟ ଶେଷ ହୋଇଛି ।ତାଳଧ୍ଵଜ ରଥର ୪ଟି,ଦେବ ଦଳନ ରଥର ୩ଟି ଓ ନନ୍ଦିଘୋଷ ରଥର ଚାରିଟି ତୁମ୍ବର ଗୋଲେଇ ସହ ମାଠା କାର୍ଯ୍ୟ ମଧ୍ୟ ଶେଷ ହୋଇଛି ।

ଅକ୍ଷୟ ତୃତୀୟାରେ ରଥନିର୍ମାଣ କାର୍ଯ୍ୟ ଅନୁକୂଳ ହେବାପରେ ଜାରି ରହିଛି ନିର୍ମାଣ କାର୍ଯ୍ୟ ।କରତୀ ସେବକ ମାନେ ୨୦ଟି ତୁମ୍ୱ ଗଡ ଚିରଟ କରି ରଥ ଚାଳି କୁ ଯୋଗାଉଛନ୍ତି । ବାକି ତୁମ୍ୱ ଗୁଡ଼ିକୁ ଗଡ କରି ଚିରଟ ପାଇଁ ତିନି ରଥର ମୁଖ୍ୟ ମହାରଣା ସେବକ ମାନେ ଫାଶୀ କାଠ ରେ ଚିହ୍ନ ଦେଇ ସାରିଛନ୍ତି।ଭୋଇ ସର୍ଦ୍ଦାରଙ୍କ ନେତୃତ୍ୱରେ ଭୋଇ ସେବକ ମାନେ ତୁମ୍ୱ ଚିରଟ ପାଇଁ କାଠ ଗୁଡ଼ିକ ସାଇଜ କରି ରଖିଛନ୍ତି। ସେପଟେ ଦୋଳବେଦୀ ସ୍ଥିତ ଅସ୍ଥାୟୀ କମାର ଶାଳରେ ଓଝା ସେବକ ମାନେ ତିନି ରଥ ପାଇଁ ଅରକଣ୍ଟା ପ୍ରସ୍ତୁତି ଜାରି ରଖିଛନ୍ତି ।

ସପ୍ତମ ଦିନରେ ସୂତାବାଡିଆ ୟୁ ଅନୁକୂଳ ହେବ । ତୁମ୍ବ ଗୁଡିକରେ ନିର୍ଦ୍ଦିଷ୍ଟ ମାପରେ ସୂତା ବାଡେଇବା ପରେ ବିନ୍ଧ ପ୍ରସ୍ତୁତ ହେବ। ଆସନ୍ତା ନୃସିଂହ ଚତୁର୍ଦ୍ଦଶୀରେ ହେବ ଗୁଜ ଅନୁକୂଳ। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଧର୍ମ ଓ ସଂସ୍କୃତି ଖବର 
 

On the fourth day, | Argus News