ସେ ଗତ 5 ତାରିଖରେ ଏସସିବି ନ୍ୟୁ ମେଡିସିନ୍ ବିଭାଗରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଥିଲେ । ନ୍ୟୁ ମେଡିସିନ ବିଭାଗ ଆସିୟୁରେ ଥିବା ଏକ ସ୍ବତନ୍ତ୍ର କ୍ୟାବିନରେ ତାଙ୍କର ଚିକିତ୍ସା କରାଯାଉଥିଲା । କମଳା ପୂଜାରୀଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଆସିବାରୁ ଆଜି ତାଙ୍କୁ ଡିସଚାର୍ଜ କରାଯାଇଛି ।
ସୂଚନା ଅନୁଯାୟୀ, ତାଙ୍କର କିଡନୀ ଷ୍ଟୋନ ସହ ରକ୍ତଚାପ ଓ ହିମୋଗ୍ଲୋବିନ୍ ପରିମାଣ କମ୍ ଥିଲା । ଏହାସହ ଛାତିରେ ସଂକ୍ରମଣ ମଧ୍ୟ ହୋଇଥିଲା । ଏବେ ପଦ୍ମଶ୍ରୀଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ହେବାରୁ ତାଙ୍କୁ ଡିସଚାର୍ଜ କରାଯାଇଛି । ତେବେ କୋରାପୁଟର ଏକ ଡାକ୍ତରୀ ଦଳ ତାଙ୍କ ଘରକୁ ଯାଇ ନିୟମିତ ବ୍ୟବଧାନରେ ପଦ୍ମଶ୍ରୀଙ୍କ ସ୍ୱାସ୍ଥ୍ୟ ଯାଞ୍ଚ କରିବେ ବୋଲି କହିଛନ୍ତି ଭେଷଜ ବିଶେଷଜ୍ଞ ଡାକ୍ତର ଜୟନ୍ତ ପଣ୍ଡା ।
ଆହୁରି ପଢନ୍ତୁ ଓଡିଶା ଖବର...