ଅମ୍ବାଭୋନା ଥାନା ଆକ୍ରମଣ ମାମଲାରେ ପୋଲିସର ଶିଥିଳ ଆକ୍ସନ
ଅର୍ଗସ ବ୍ୟୁରୋ: ଅମ୍ବାଭୋନା ଥାନା ଆକ୍ରମଣ ଘଟାଣାରେ 100ରୁ ଅଧିକଙ୍କ ବିରୋଧରେ ରୁଜ୍ଜୁ ହୋଇଛ ମାମଲା। କିନ୍ତୁ ଏଯାଏ ମାତ୍ର 6 ଜଣଙ୍ଗୁ ଗିରପ କରି ହାତ ବାନ୍ଧି ବସିଛି ପୋଲିସ। କୁଆଡ଼ ଗଲା ଦୃଢ କାର୍ଯ୍ୟାନୁଷ୍ଠନ ନେଇ ଏସପିଙ୍କ ବାହାସ୍ଫୋଟ। କେଉଁ ଅଦୃଶ୍ୟ ଶକ୍ତିର ଚାପ ଆଗରେ ଅଭିଯୁକ୍ତଙ୍କୁ ବାନ୍ଧିବାକୁ ସାହସ ଜୁଟାଇ ପାରୁନି ପୋଲିସ। ଯେଉଁମାନଙ୍କ ନାଁରେ ପୋଲିସ ଏଫଆଇଆର କରିଛି ସେମାନଙ୍କ ଭିତରେ ଅଛନ୍ତି ବିଜେଡି ନେତା ଓ ଭଟ୍ଟଲି ବିଧାୟକ ସୁଶାନ୍ତ ସିଂହଙ୍କ ଖାସ୍ । ଏଫଆଇଆରରେ ଉଲ୍ଲେଖ ଥିବା ବାଲା ବିସାର ହେଉଛି ସୁଶାନ୍ତଙ୍କ ଲୋକ ତଥା ଭୁକ୍ତା ଗ୍ରାମପଂଚାୟତ ସରପଞ୍ଚ। ସେହିଭଳି କିର୍ତ୍ତୀ ଦୁଆନ୍ ହେଉଛନ୍ତି ଅମ୍ବାଭୋନା ବ୍ଲକର ଅଧ୍ୟକ୍ଷ। କ୍ଷେତ୍ରବ୍ରତ ସାହୁ ବି ହେଉଛନ୍ତି ବିଜେଡି ନେତା। ସତ୍ୟ ଭୂଷଣ ସାହୁ ମଧ୍ୟ ବିଜେଡି ନେତା। ଏମାନେ ସମସ୍ତେ ଭଟ୍ଟଲି ବିଜେଡି ବିଧାୟକ ସୁଶାନ୍ତ ସିଂହଙ୍କ ପାଖ ଲୋକ। ଏପରିକି ଖୋଦ୍ ସୁଶାନ୍ତ ସିଂହ ଥାନା ଭାଙ୍ଗିବା ପାଇଁ ଲୋକଙ୍କୁ ଉସୁକାଇଥିବା ନେଇ ହୋଇଛି ଅଭିଯୋଗ। ତେଣୁ ସୁଶାନ୍ତଙ୍କ ଗିରଫ ଦାବିରେ ଉଭୟ ଝାରସୁଗୁଡ଼ା ଓ ବରଗଡ଼ରେ ବିଜେପି ପକ୍ଷରୁ କରାଯାଇଛି ହଲ୍ଲାବୋଲ। ବିଜେପି ରାଜ୍ୟ ସମ୍ପାଦକ ଟଙ୍କଧର ତ୍ରିପାଠୀଙ୍କ ନେତୃତ୍ବରେ ଝାରସୁଗୁଡା ପୁରୁଣା ବସ ଷ୍ଟାଣ୍ଡ ଗାନ୍ଧି ମୂର୍ତ୍ତି ଆଗରେ ଧାରଣା ଦେଇଥିଲେ ବିଜେପି କର୍ମୀ।
ସେପଟେ ସୁଶାନ୍ତ ସିଂହଙ୍କ ଗିରଫ ଦାବିରେ ବରଗଡ଼ ଏସପି ଅଫିସ ଘେରିଛି ଜିଲ୍ଲା ବିଜେପି l ହଜାର ହଜାର କର୍ମୀ ବରଗଡ଼ ନିଶାମଣୀ ପଡିଆରୁ ଏକ ବିରାଟ ଶୋଭାଯାତ୍ରାରେ ଯାଇ ଏସପି ଅଫିସ ଘେରାଉ କରିଥିଲେ l
ଆମ୍ବାଭୋନା ଥାନା ଭଙ୍ଗାରୁଜା ଘଟଣାରେ ବିଧାୟକ ସୁଶାନ୍ତ ସିଂଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବିରେ ଜାତୀୟ ମାନବାଧିକାର କମିଶନରେ ରୁଜ୍ଜୁ ହୋଇଛି ମାମଲା। ନ୍ୟାୟ ପାଇଁ ଲଢେଇ ପରିବାରର ରାଜ୍ୟ ସଭାପତି ସୁବ୍ରତ କୁମାର ଦାଶଙ୍କ ପକ୍ଷରୁ ଦାଏର ମାମଲାରେ ବରଗଡ଼ ଏସପି, ପୋଲିସ ଡିଜି, ରାଜ୍ୟ ଗୃହ ବିଭାଗ ଓ ମୁଖ୍ୟମନ୍ତ୍ରୀଙ୍କୁ ପକ୍ଷଭୁକ୍ତ କରାଯାଇଛି।
ଅମ୍ବାଭୋନା ଘଟଣା ପ୍ରମାଣିତ କରୁଛି ରା ଆଇନ୍ ତା ବାଟରେ ଯାଉନି। ରାଜ୍ୟରେ କଂଗ୍ରେସ ଶାସନ ବେଳେ ଥାନା ରାଜନେତାଙ୍କ କବଜରେ ଥିବା ନେଇ ଅଭିଯୋଗ ହେଉଥିଲା। ତେବେ 2000 ମସିହାରେ ମେଣ୍ଟ ସରକାର ବନିବା ପରେ ରାଜନୀତିରୁ ଅଲଗା ହୋଇଥିଲା ଥାନା। ଏହା ନବୀନଙ୍କ ଲୋକପ୍ରିୟତା ବଢାଇଥିଲା। ଏବେ କଂଗ୍ରେସ ସରକାରଠାରୁ ବି ପରିସ୍ଥିତି ଦୟନୀୟ। କଂଗ୍ରେସ ଭଳି ଥାନାକୁ ଆୟୁଧ କରିଛି ବିଜେଡି।
ଏବେ ପ୍ରଶ୍ନ ଉଠୁଛି ସୁଶାନ୍ତ ସିଂହଙ୍କୁ ତଦନ୍ତ ପରିସରକୁ ଆଣିପାରିବ ତ ବରଗଡ଼ ପୋଲିସ ? ନିଜେ ଆଇନଶୃଙ୍ଖଳା ଭଙ୍ଗ କରିବା ପାଇଁ କହିଥିବା ସୁଶାନ୍ତ ସିଂହ ମାନିସାରିଥିବା ବେଳେ ତାଙ୍କ ବିରୋଧରେ ମାମଲା ରୁଜ୍ଜୁ କରିବ କି ପୋଲିସ ? ବିଜେଡି ପାଇଁ ସୁଶାନ୍ତ ଜନବିରୋଧୀ ନା ନୁହନ୍ତି ? ବିଜେଡି ନେବ କି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ? ନା ବାହୁବଳି ବିଧାୟକଙ୍କ ଚାପରେ ତଦନ୍ତ ହେବ ବାଟବଣା ? ଏବେ ମଧ୍ୟ ବିଜେଡି ସରକାର କହିବେ କି ରାଜ୍ୟରେ ଠିକ୍ ଅଛି ଆଇନଶୃଙ୍ଖଳା ?
📱 Get Argus News App
✨ଅଧିକ ପଢ଼ନ୍ତୁ ଓଡ଼ିଶା ଖବର