କାର୍ଯ୍ୟକ୍ରମରେ ଯୋଗ ଦେଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସମ୍ବୋଧନ କରି କହିଛନ୍ତି ଗୋଟିଏ ଅଞ୍ଚଳର ଉନ୍ନତି ସେ ଅଞ୍ଚଳର ଯୋଗାଯୋଗ ଉପରେ ନିର୍ଭର କରେ । ରାଜ୍ୟମାନଙ୍କର ଉନ୍ନତି ପାଇଁ କେନ୍ଦ୍ର ସରକାର ସବୁବେଳେ ଚେଷ୍ଟା ଜାରି ରଖିଛନ୍ତି । ଜନ୍ମମାଟି ସବୁବେଳେ ପ୍ରିୟ, ଜନ୍ମମାଟିର ମମତା ଭୂଲି ହେବନି । ମୟୂରଭଞ୍ଜବାସୀଙ୍କ ବହୁ ଦିନର ସ୍ୱପ୍ନ ପୂରଣ କରିଥିବାରୁ ରେଳ ବିଭାଗକୁ ଧନ୍ୟବାଦ । କେନ୍ଦ୍ରସରାକର ଆଦିବାସୀଙ୍କ ସଂସ୍କୃତି ପରମ୍ପରାକୁ ଗୁରୁତ୍ୱ ଦେଇଛନ୍ତି ବୋଲି କହିଛନ୍ତି ରାଷ୍ଟ୍ରପତି ।
ଏଥିସହ ବାଦାମପାହାଡ଼ରୁ ଟ୍ରେନରେ ଛୋଟ ପିଲାଙ୍କ ସହ ରାଇରଙ୍ଗପୁର ରେଳ ଷ୍ଟେସନ ୪୦ ମିନିଟର ଯାତ୍ରା କରିବେ ରାଷ୍ଟ୍ରପତି । କାର୍ଯ୍ୟକ୍ରମରେ ରାଷ୍ଟ୍ରପତିଙ୍କ ସହ ଉପସ୍ଥିତ ଅଛନ୍ତି ରାଜ୍ୟପାଳ ରଘୁବର ଦାସ, ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଅଶ୍ବିନୀ ବୈଷ୍ଣବ ।