Videos
|
Odisha

ବାରିପଦାରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

Ritu Das
Browse all articles by Ritu Das
·2 years ago·1 min read
ବାରିପଦାରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଅର୍ଗସ ବ୍ୟୁରୋ: ବାରିପଦାରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ସ୍ବତନ୍ତ୍ର ହେଲିକପ୍ଟରରେ ପୋଲିସ ପଡ଼ିଆରେ ଓହ୍ଲାଇଲେ। ପ୍ରଥମେ ସାନ୍ତାଳୀ ଲେଖକ ସଂଘର ୩୬ତମ ବାର୍ଷିକ ସମ୍ମିଳନୀରେ ଯୋଗଦେବେ ମହାମହିମ। ପାଣିଜିଆରେ ଏକଲବ୍ୟ ମଡେଲ୍ ରେସିଡେନ୍ସିଆଲ ସ୍କୁଲର  ଶୁଭ ଉଦଘାଟନ କରିବେ। ରାଷ୍ଟ୍ରପତି ହେବା ପରେ ଏହା ତାଙ୍କର ଦ୍ୱିତୀୟ ରାଇରଙ୍ଗପୁର ଗସ୍ତ।

 ରାଇରଙ୍ଗପୁର ସବଡିଭିଜନାଲ ପୋଷ୍ଟ ଅଫିସ ଏବେ ଡିଭିଜନାଲ ପୋଷ୍ଟ ଅଫସରେ ପରିଣତ ହେବ। ନୂଆ ପୋଷ୍ଟ ଅଫିସର ଉଦଘାଟନ କରିବେ ରାଷ୍ଟ୍ରପତି । ଯେଉଁ କାମ ପାଇଁ ରାଇରଙ୍ଗପୁର ବାସୀଙ୍କୁ ବାରିପଦା ଯିବାକୁ ପଡୁଥିଲା ସେହି କାମ ଏବେ ରାଇରଙ୍ଗପୁରରେ ହୋଇପାରିବ । ଏଥିପାଇଁ ଖୁସିରେ ରାଷ୍ଟ୍ରପତିଙ୍କୁ ଧନ୍ୟବାଦ୍ ଦେଇଛନ୍ତି ରାଇରଙ୍ଗପୁର ବାସିନ୍ଦା।

ଅଧିକ ପଢନ୍ତୁ: ଏକଲବ୍ୟ ମଡେଲ ରେସିଡେନ୍ସିଆଲ ସ୍କୁଲ"ର କରିବେ ଶୁଭ ଉଦଘାଟନ

ରାଇରଙ୍ଗପୁରରେ ରାଷ୍ଟ୍ରପତିଙ୍କ ଘର। ରାଇରଙ୍ଗପୁର ଗସ୍ତ ଅବସରରେ ସେ ଘରକୁ ମଧ୍ୟ ଆସିବେ। ଯଦିଓ ରାଷ୍ଟ୍ରପତି ଭାବେ ତାଙ୍କର ଖାଦ୍ୟପେୟର ବ୍ୟବସ୍ଥା ସ୍ବତନ୍ତ୍ର ଭାବେ କରାଯିବ। ତଥାପି ଘରେ ତାଙ୍କ ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଛି। ପରିବାର ଲୋକଙ୍କ ସହ ସମ୍ପର୍କୀୟମାନେ ମଧ୍ୟ ଘରେ ରାଷ୍ଟ୍ରପତିଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଓଡିଶା ଖବର ଆହୁରି ପଢନ୍ତୁ

President | Argus News