ମାର୍ଚ୍ଚ 2ରେ ରେଢାଖୋଲ ଗସ୍ତ କରି ସନ୍ଥକବି ଭୀମଭୋଇଙ୍କ ସ୍ମୃତିପୀଠ କାନ୍ଧରା, ପ୍ରାପ୍ତି ପୀଠ ମଧୁପୁର, ଓ କର୍ମକ୍ଷେତ୍ର କାଙ୍କନପଡା ପରିକ୍ରମା କରିବେ ରାଷ୍ଟ୍ରପତି । ଜ୍ଞାନପୀଠରେ ସ୍ମୃତି କୂପ ପରିକ୍ରମା କରି ଧୋନି ମଣ୍ଡପରେ ଗୃତାହତ କରିବାର କାର୍ଯ୍ୟକ୍ରମ ରହିଛି । ସେହିପରି କାଙ୍କନପଡାଠାରେ ଥିବା ଭୀମଭୋଇଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବେ ରାଷ୍ଟ୍ରପତି ।. ପରେ ମିନିଷ୍ଟାଡିୟମ୍ ଠାରେ ମହିମା ଧର୍ମ ସାଧୁସନ୍ଥଙ୍କୁ ରାଷ୍ଟ୍ରପତି ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି। ତେବେ ରାଷ୍ଟ୍ରପତି ଭାବେ ଦ୍ରୌପଦୀ ମୁର୍ମୁ ଯେତେବେଳେ ଦାୟିତ୍ବ ନେଇଥିଲେ, ତାଙ୍କ ପ୍ରଥମ ଅଭିଭାଷଣରେ ଥିଲା ସନ୍ଥକବି ଭୀମଭୋଇଙ୍କ ବାଣୀ । ମୋ ଜୀବନ ପଛେ ନର୍କେ ପଡ଼ିଥାଉ, ଜଗତ ଉଦ୍ଧାର ହେଉ । ଜଗତ କଲ୍ୟାଣ ପାଇଁ ନିଜ ଜୀବନକୁ ଉତ୍ସର୍ଗ କରି କାର୍ଯ୍ୟ କରିବାକୁ ଆହ୍ବାନ ଦେଇଥିଲେ ମହାମହିମ ।
ପୂର୍ବରୁ 2021 ଅକ୍ଟୋବର ୨ ତାରିଖରେ ରେଢାଖୋଲ ଆସି ସନ୍ଥକବି ଭୀମ ଭୋଇଙ୍କ ଜୀବନୀ ଓ ତାଙ୍କ ଦର୍ଶନ ଉପରେ ଅଧିକ ଅଧ୍ୟୟନ ଉପରେ ଗୁରୁତ୍ବ ଦେଇଥିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ପରେ କେନ୍ଦ୍ରମମନ୍ତ୍ରୀଙ୍କ ନିର୍ଦ୍ଦେଶରେ ୟୁଜିସି ପକ୍ଷରୁ ଦିଲ୍ଲୀ ବିଶ୍ବବିଦ୍ୟାଳୟ ଏବଂ ଛତିଶଗଡ଼ ବିଳାସପୁର ସ୍ଥିତ ଗୁରୁ ଘାସିଦାସ ବିଶ୍ବବିଦ୍ୟାଳୟଠାରେ ସନ୍ଥକବି ଭୀମଭୋଇ ଚେୟାର ପ୍ରତିଷ୍ଠା ପାଇଁ ଅନୁମତି ମିଳିଥିଲା । ଏହା ଭୀମଭୋଇଙ୍କ ପ୍ରତି ସଠିକ୍ ଶ୍ରଦ୍ଧାଞ୍ଜଳି ବୋଲି କହିଥିଲେ ଧର୍ମେନ୍ଦ୍ର ପ୍ରଧାନ ।ତେବେ ଭୀମଭୋଇଙ୍କ ପୀଠକୁ ରାଷ୍ଟ୍ରପତିଙ୍କ ଆଗମନକୁ ନେଇ ସାଧୁସନ୍ଥଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ।
29 ତାରିଖରେ ଉତ୍କଳ ବିଶ୍ବବିଦ୍ୟାଳୟରେ 53ତମ ସମାବର୍ତ୍ତନ ଉତ୍ସବରେ ଯୋଗଦେବେ ମହାମହିମ । ମାର୍ଚ୍ଚ ପହିଲାରେ କଟକରେ ଓଡ଼ିଶା ଶାଖା ବ୍ରହ୍ମା କୁମାରୀ ସେବାର ସୁବର୍ଣ୍ଣ ଜୟନ୍ତୀରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା।
ଅଧିକ ପଢ଼ନ୍ତୁ ଓଡିଶା ଖବର: